ଆଜି ମହାବାହୁଙ୍କ ନୀଳାଦ୍ରି ବିଜେ : ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂରତି

ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂରତି

ଆଜି ମହାବାହୁଙ୍କ ନୀଳାଦ୍ରି ବିଜେ

ସରି ସରି ଆସୁଛି ଘୋଷଯାତ୍ରା । ଆଜି ମହାବାହୁଙ୍କ ନୀଳାଦ୍ରି ବିଜେ । ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂରତି । ଶାସ୍ତ୍ରରେ ଯଦିଓ ଉଲ୍ଲେଖ ରହିଛି ଯେ ଦ୍ୱାଦଶୀ ଦିନ ମହାପ୍ରଭୁ ନୀଳାଦ୍ରି ବିଜେ କରନ୍ତି, କିନ୍ତୁ ବାସ୍ତବ କଥା ଦେଖିଲେ କିଛି ଭିନ୍ନ ରହିଛି । ଏକାଦଶୀ ଦିନ ସୁନାବେଶ, ଦ୍ୱାଦଶୀରେ ଅଧରପଣା ଓ ତ୍ରୋୟଦଶୀ ତିଥିରେ ନୀଳାଦ୍ରି ବିଜେ ହୋଇଥାଏ । ଏହି ପରମ୍ପରା ଦୀର୍ଘ ଅନେକ ବର୍ଷ ଧରି ହୋଇ ଆସୁଛି । ନୀଳାଦ୍ରି ବିଜେ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଦଇତାପତି ନିଯୋଗ ସହ ଏ ସମ୍ବନ୍ଧରେ ଆଲୋଚନା କରାଯାଇ ପହଣ୍ଡି ହୋଇଥାଏ ।

ଏପଟେ ଗତକାଲି ଶେଷ ହୋଇଛି ଶ୍ରୀଜିଉଙ୍କ ଅଧରପଣା ନୀତି ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କଠାରେ ଲାଗି ହୋଇଛି ସୁସ୍ୱାଦୁ ଓ ସୁବାସିତ ପଣା । ୩ ରଥରେ ୩ଟି ଲେଖାଏଁ ମୋଟ ୯ଟି ମାଟି ତୁମ୍ବରେ ଏହି ପଣା ଲାଗି ହୋଇଛି । ଏହି ତୁମ୍ବର ଉଚ୍ଚତା ମହାପ୍ରଭୁଙ୍କ ଅଧର ଉଚ୍ଚର ହୋଇଥିବାରୁ ଏହାକୁ ଅଧର ପଣା କୁହାଯାଏ । ରଥରେ ଥିବା ପାର୍ଶ୍ୱ ଦେବାଦେବୀ, ଚଣ୍ଡି ଚାମଣ୍ଡା ଓ ଅଶରୀରୀମାନଙ୍କ ଉଦ୍ଦେଶ୍ୟରେ ଏହି ପଣା ଅର୍ପଣ କରାଯାଇଥିଲା । ଏହି ପଣା ରଥ ଉପରେ ଲାଗି ପରେ ସେହିଠାରେ ହିଁ ହାଣ୍ଡିକୁ ଭାଙ୍ଗି ଦିଆଯାଇଥିଲା ।

ସେପଟେ ନୀଳାଦ୍ରି ବିଜେରେ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଭୋଗ ଲାଗି ହେବାର ବିଧି ରହିଛି । ଏହି ଅବସରରେ ରସଗୋଲା ଦିବସର ବାର୍ତ୍ତା ଦେବା ସହ ପୁରୀ ବେଳାଭୂମୀରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରିଛନ୍ତି । ସୁନ୍ଦର ବାଲୁକାମୂର୍ତ୍ତି ବାଲିରେ ଜଗନ୍ନାଥଙ୍କ ସୁନ୍ଦର ପ୍ରତିମୂର୍ତ୍ତି ନିକଟରେ ରସଗୋଲା ବାଲୁକା କଳାକୃତି କରିଛନ୍ତି ସୁଦର୍ଶନ । ଏହି କଳାକୃତିକୁ କରିବା ପାଇଁ ଛଅ ଟନ୍ ବାଲି ବ୍ୟବହୃତ ହୋଇଛି ।