Advertisment

କୁନି ହାତ ଶିଖୁଛି ବିଶ୍ୱ ନିୟନ୍ତାଙ୍କ ରଥ ନିର୍ମାଣ କଳା

କୁନି ହାତ ଶିଖୁଛି ରଥ ନିର୍ମାଣ କଳା। କୁନି ମୁଗୁର, କୁନି ନିହାଣ ଧରି ରୂପସଜ୍ଜା ଶିକ୍ଷାରେ ବ୍ୟସ୍ତ ଆଗାମୀ କାଲିର ରଥଶିଳ୍ପୀ। ବାପ ଅଜାମାନେ ହାତ ଧରେଇ ଶିଖଉଛନ୍ତି କଳା।

undefined

Next generation is training to make Rath

Advertisment

ସେମାନେ ଆଗାମୀ ପିଢ଼ିର ବିଶ୍ୱକର୍ମା। ବାପା, ଅଜାଙ୍କ ହାତ ଧରି ରଥ ନିର୍ମାଣର କଳା କୌଶଳ ଶିଖୁଛନ୍ତି ଯୁବପିଢି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ରଥଖଳାରେ ଏବେ ବିଶ୍ୱନିୟନ୍ତାଙ୍କ ତିନି ରଥଙ୍କ ନିର୍ମାଣ ଚାଲିଥିଲା ବେଳେ, ସେଠି ବଡ଼ମାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ହାତ ସଜ କରୁଛନ୍ତି ଭବିଷ୍ୟତ ପୀଢ଼ି।

Advertisment

ରଥଖଳାରେ କୁନି ହାତ ଶିଖୁଛି ବିଶ୍ୱ ନିୟନ୍ତାଙ୍କ ରଥ ନିର୍ମାଣ କଳା। କୁନି ମୁଗୁର, କୁନି ନିହାଣ ଧରି ରୂପସଜ୍ଜା ଶିକ୍ଷାରେ ବ୍ୟସ୍ତ ଆଗାମୀ କାଲିର ରଥଶିଳ୍ପୀ। କେଉଁଠି ନାତି ହାତ ଧରି ଜେଜେବାପା, ତ ପୁଣି କେଉଁଠି ବାପା-ଦାଦା ସାଜିଛନ୍ତି ପୁଅ-ପୁତୁରାଙ୍କ ଶିଳ୍ପୀଗୁରୁ। ସେମିତି ଜଣେ ହେଲେ ବଳଭଦ୍ରଙ୍କ ରୂପକାର ସେବକ ଗଣେଶ୍ୱର ମହାପାତ୍ର। ୮୧ ବର୍ଷ ବୟସରେ ବି ରଥଖଳାକୁ ଆସି ନିଜେ ରଥର ରୂପ କାର୍ଯ୍ୟ କରିବା ସହ, ହାତ ଧରି ଭବିଷ୍ୟତର ସେବକ ଗଢୁଛନ୍ତି। ଆଉ ଏଭଳି ଦକ୍ଷ ହାତଠୁ ରଥ ସୌନ୍ଦର୍ଯ୍ୟ କଳାର ଜ୍ଞାନ ନେଉଥିବା କୁନି ସେବକମାନଙ୍କର ବି ଇଚ୍ଛା ବାପା-ଜେଜେ ବାପାଙ୍କ ନାଁ ରଖିବେ। ସେମାନଙ୍କ ଭଳି, ସେମାନଙ୍କଠୁ ବଳି ଶିଳ୍ପୀ ହେବେ।

ଏପଟେ ବିଶ୍ୱକର୍ମା, ଭୋଇ, ରୂପକାର ସେବକଙ୍କ ସହ କାନ୍ଧରେ କାନ୍ଧ ମିଳାଇ କମାର ସେବକ ବି ରଥ ର୍ନିମାଣରେ ଲାଗିଛନ୍ତି। ଏଠି ବି କୌଳିକ ବୃତ୍ତିକୁ ଆଗେଇ ନେବାକୁ ବାପା-ଜେଜେବାପାଙ୍କ ସହ ରଥକାମରେ ଲାଗିଛନ୍ତି ଯୁବ ସେବକ। ଏଇ ଯେମିତି କଷ୍ଟିଂ ଆକାଉଣ୍ଟ ପଢ଼ିବା ପରେ ଏକ ଚାର୍ଟାଡ୍ ଫାର୍ମରେ ଚାକିରି କରିଥିବା ଯଶୋବନ୍ତ ମହାରାଣା ବାପା ଜଗନ୍ନାଥ ମହାରାଣା ବଳଭଦ୍ରଙ୍କ ରଥର କମାର ସେବକ। ତେଣୁ ଜଗନ୍ନାଥଙ୍କ କାମ ପାଇଁ ସେ ଛୁଟି ନେଇ ଆସି କାମ ଶିଖୁଛନ୍ତି। ସେମିତି ଡିପ୍ଲୋମା ଇଞ୍ଜିନିୟର ରାକେଶ ମହାରଣା ବି କମାର ସେବକ କଳାରେ ନିଜ ହାତକୁ ଶକ୍ତ ଆଉ ଦକ୍ଷ କରିବାରେ ଲାଗିଛନ୍ତି।

Advertisment
Rath Jatra Rath Making
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ