Advertisment

ଜ୍ୱରରେ କଂପୁଛନ୍ତି ଶ୍ରୀଜିଉ; ଅଲାରନାଥଙ୍କ ଦର୍ଶନ କରି କୃତକୃତ୍ୟ ହେଉଛନ୍ତି ଶ୍ରଦ୍ଧାଳୁ

ଜ୍ୱରରେ ପୀଡ଼ିତ ଅଛନ୍ତି ଶ୍ରୀଜିଉ । ସେବାରେ ଲାଗିଛନ୍ତି ଶ୍ରୀଅଙ୍ଗ ସୁରକ୍ଷାରେ ଥିବା ଦଇତାପତି ।

ଅଦ୍ୟତନ ହୋଇଛି
Lord Jagannath, Siblings Fall Sick; Head To “Quarantine” For Treatment

Lord Jagannath, Siblings Fall Sick; Head To “Quarantine” For Treatment

Advertisment

୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉ ସୁସ୍ଥ ହେବା ପାଇଁ ଚାଲିଛି ଗୁପ୍ତ ଉପଚାର । ୧୫ ଦିନ ଯାଏ ଶ୍ରୀଜିଉ ଏବେ ଅଣସର ଘରେ ରହିବେ । ଶ୍ରଦ୍ଧାଳୁମାନେ ଅଲାରନାଥଙ୍କ ଦର୍ଶନ କରି କରି ସମଫଳ ଲାଭ କରୁଛନ୍ତି ଶ୍ରଦ୍ଧାଳୁ ।

Advertisment

ଜ୍ୱରରେ କଂପୁଛନ୍ତି ଶ୍ରୀଜିଉ । ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପୀଡ଼ିତ ହୋଇଥିବାରୁ ଏବେ ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତି। ସୁସ୍ଥ ହେବା ପାଇଁ ଚାଲିଛି ଗୁପ୍ତ ଉପଚାର। ଶ୍ରୀଅଙ୍ଗ ସୁରକ୍ଷାରେ ଥିବା ଦଇତାପତି ବିଶ୍ୱ ନିୟନ୍ତାଙ୍କ ସେବାରେ ଲାଗିଛନ୍ତି । ଜ୍ୱରରୁ ଉପଶମ ପାଇଁ ବିଭିନ୍ନ ପ୍ରକାରର ଔଷଧି ଓ ଉପଚାର ଚାଲିଛି । ଶ୍ରୀମନ୍ଦିରରେ ଅନବସର ନୀତି ଆରମ୍ଭ ହୋଇଥିବା ବେଳେ ପଟିଦିଅଁ ପୂଜା ପାଉଛନ୍ତି । ୧୫ ଦିନ ଯାଏ ଶ୍ରୀଜିଉ ଏବେ ଅଣସର ଘରେ ରହିବେ । ଶ୍ରୀଜିଉ ଅନବସରରେ ଥିବା ବେଳେ ଶ୍ରଦ୍ଧାଳୁ ବ୍ରହ୍ମଗିରିର ଅଲାରନାଥଙ୍କ ଦର୍ଶନ କରି ସମଫଳ ଲାଭ କରୁଛନ୍ତି ।

ଅଣସର ପଞ୍ଚମୀରେ ଶ୍ରୀଜିଉଙ୍କ ଠାରେ ଫୁଲୁରୀ ତେଲ ଲଗାଯିବ । ଏଥି ପାଇଁ ପ୍ରାୟ ୬ ସେର ଫୁଲୁରୀ ତେଲ ପ୍ରସ୍ତୁତ କରି ଶ୍ରୀମନ୍ଦିର ପଠାଇଛି । ବଡ଼ ଓଡ଼ିଆ ମଠ, ଘଣାପେଡ଼ା ରାଶି ତେଲ ଆଉ ସୁଗନ୍ଧିତ ଫୁଲ ସବୁକୁ ମିଶାଇ ଫୁଲୁରୀ ତେଲ ପ୍ରସ୍ତୁତ ହୁଏ । ଏହି ତେଲରେ ୧୪ ପ୍ରକାର ଫୁଲ ଆଉ ୭ ପ୍ରକାର ଚେରମୂଳି ମିଶିଥାଏ ସବୁ ଚେରମୂଳି ମିଶାଇବା ପରେ ତେଲକୁ ମାଟିହାଣ୍ଡିରେ ରଖି ବର୍ଷକ ପାଇଁ ମାଟିତଳ ରଖାଯାଇଥାଏ । ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ଏହାକୁ ମାଟିରେ ବାହାର କରାଯାଏ । ଜ୍ୱରରେ ପୀଡ଼ିତ ଶ୍ରୀଜିଉଙ୍କ ଅଙ୍ଗରେ ଏହି ତେଲ ମର୍ଦ୍ଦନ କରାଗଲେ ପୀଡ଼ା ଲାଘବ ହୋଇଥାଏ ।

Advertisment

ତେବେ ଅଣସର ୧୫ ଦିନ ଜଗନ୍ନାଥଙ୍କ ପ୍ରତୀକ ରୂପେ ମହାପ୍ରଭୁ ଅଲାରନାଥ ଚତୁର୍ଭୁଜ ନାରାୟଣ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହା ଜଗ୍ନନାଥ ଦର୍ଶନର ସମଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ସମୟରେ ଅଲାରନାଥଙ୍କ ପାଖରେ ସ୍ୱତନ୍ତ୍ର କ୍ଷୀରି ଭୋଗ କରାଯାଇଥାଏ। ଯାହାକୁ ପାଇବା ପାଇଁ ଭକ୍ତମାନେ ବହୁ ଦୂରଦୁରାନ୍ତରୁ ଏଠାକୁ ଆସିଥାନ୍ତି।

Lord Jagannath Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ