Advertisment

ଆଜି ହେରାପଞ୍ଚମୀ; ନନ୍ଦିଘୋଷ ଚକ ଭାଙ୍ଗିବେ ମହାଲକ୍ଷ୍ମୀ

ଆଜି ହେରା ପଞ୍ଚମୀ ନୀତି । ଜନ୍ମବେଦୀକୁ ସାଙ୍ଗରେ ନେଇ ନଥିବାରୁ ରାଗ ଜର୍ଜରିତ ମା ମହାଲକ୍ଷ୍ମୀ...ସ୍ୱତନ୍ତ୍ର ବିମାନରେ ଶ୍ରୀମନ୍ଦିରରୁ ବାହାରି ଯିବେ ଗୁଣ୍ଡିଚା ମନ୍ଦିର ଭାଙ୍ଗିବେ ଜଗତ ଠାକୁରଙ୍କ ଦିବ୍ୟ ନନ୍ଦିଘୋଷ ରଥ....

ଅଦ୍ୟତନ ହୋଇଛି
Hera Panchami In Puri Today, Goddess Laxmi To Break Nandighosha

Hera Panchami In Puri Today, Goddess Laxmi To Break Nandighosha

Advertisment

ଆଜି ହେରାପଞ୍ଚମୀ । ପରମ୍ପରା ଅନୁଯାୟୀ, ଆଜି ବିଳମ୍ବିତ ରାତିରେ ମା ଏକ ସ୍ୱତନ୍ତ୍ର ବିମାନରେ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିରକୁ ଯିବେ । ଘଣ୍ଟଘଣ୍ଟା, କାହାଳୀ ଶୋଭାଯାତ୍ରାରେ ବଡ଼ଦାଣ୍ଡ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବେ କାଳିଆ ଠାକୁର ଜନ୍ମବେଦୀକୁ ଆସିବା ବେଳେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ଆଣି ନଥିବାରୁ ରାଗ ଜର୍ଜରିତ ମହାଲକ୍ଷ୍ମୀ ।

Advertisment

ତେଣୁ ପରମ୍ପରା ମୁତାବକ ନନ୍ଦିଘୋଷ ରଥ ଭାଙ୍ଗି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ମହାଲକ୍ଷ୍ମୀ । ହେରାପଞ୍ଚମୀ ନୀତିପରେ ବୁଧବାର ଅର୍ଥାତ ଆସନ୍ତାକାଲି ଠାରୁ ବାହୁଡାଯାତ୍ରା ପ୍ରସ୍ତୁତି ଆରମ୍ଭ ହେବ । ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପରଦିନ ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ତିନି ଠାକୁରଙ୍କ ଆଜ୍ଞାମାଳକୁ ତିନି ଜଣ ପାଳିଆ ପୂଜା ପଣ୍ଡା ହସ୍ତରେ ଧାରଣ କରି ଘଣ୍ଟ, ଛତା ଓ କାହଳି ସହ ତିନି ରଥକୁ ଉକ୍ତ ଆଜ୍ଞାମାଳ ପ୍ରଦାନ କରିଥାନ୍ତି ।

ଏହା ପରେ ତିନି ରଥର ଦକ୍ଷିଣ ମୋଡ଼ ହୋଇଥାଏ । ତିନିରଥ ଶ୍ରୀଗୁଣ୍ଡିଚା ମନ୍ଦିରର ସିଂହଦ୍ୱାରଠାରେ ଥାଏ । ନୀତି ଅନୁସାରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଟଣା ହୋଇଥାଏ । ଏହାପରେ ବଳଭଦ୍ରଙ୍କ ତାଳଧ୍ୱଜ ଓ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଥାଏ ।

Advertisment
Hera Panchami Nandighosha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ