Advertisment

କାଳିଆ ଠାକୁରଙ୍କ ପ୍ରତିଟି ବେଶରେ ରହିଛି ଅଦ୍ଭୁତ ଆକର୍ଷଣ

ଶ୍ରୀଜଗନ୍ନାଥ ଏକାଧାରାରେ ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟର ପ୍ରତୀକ। ନୂଆ ନୂଆ ବେଶରେ ସେ ଭକ୍ତଙ୍କୁ ଦେଇଥାନ୍ତି ଦର୍ଶନ। ତାଙ୍କର ପ୍ରତିଟି ବେଶରେ ରହିଛି ଏକ ନିଆରା ଆକର୍ଷଣ।

ଅଦ୍ୟତନ ହୋଇଛି
Every costume of ShriJagannath has a strange charm

Every costume of ShriJagannath has a strange charm

Advertisment

ଷୋଳ କଳାରେ ଗଢା ଯିଏ, ତାକୁ ବା କୋଉ ଆଭୂଷଣରେ ସଜେଇ ହେବ। କୋଟି ବସ୍ତ୍ର ଦେଇ ଲଜ୍ଜା ନିବାରଣ କରିଛି ଯିଏ, ତାକୁ ବା କିଏ ବସ୍ତ୍ର ପିନ୍ଧାଇବ। ସ୍ରଷ୍ଟା ସିଏ, ସୃଷ୍ଟି ବି ସିଏ। ତା ଚକାଆଖିରେ ତ ଭରି ରହିଛି କୋଟି ବ୍ରହ୍ନାଣ୍ଡର ରୂପ ଲାବଣ୍ୟ। ଏତେସବୁ ବେଶ ଭୂଷା, ସାଜସଜ୍ଜା, ଅଳଙ୍କାର, ଶୃଙ୍ଗାର, କେବଳ ତା’ ଭକ୍ତ ପାଇଁ। ଶ୍ରୀଜଗନ୍ନାଥ ଏକାଧାରାରେ ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟର ପ୍ରତୀକ।

Advertisment

ଶ୍ରୀଜୀଉ ବେଶ ଓ ବସ୍ତ୍ର ପ୍ରିୟ। ପ୍ରତିଦିନ ବିଭିନ୍ନ ବେଶରେ ସେ ସୁସଜ୍ଜିତ ହୋଇଥାନ୍ତି। ବିଭିନ୍ନ ବାର ଅନୁସାରେ ଭିନ୍ନ ଭିନ୍ନ ବସ୍ତ୍ର ପୁଣି ବିଭିନ୍ନ ଅବସରରେ ଭଳିକି ଭଳି ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି ମହାପ୍ରଭୁ। ଭାବ, ବିଶ୍ୱାସ ଓ ଶ୍ରଦ୍ଧାର ଠାକୁର ଶ୍ରୀଜଗନ୍ନାଥ ମାନବୀୟ ଲୀଳା ମାଧ୍ୟମରେ ଭକ୍ତମାନଙ୍କଙ୍କୁ ଆଶିଷ ପ୍ରଦାନ କରିଥାନ୍ତି କାଳିଆ ଠାକୁର। ଏହି ରହସ୍ୟମୟ ଦେବତାଙ୍କ ଲୀଳାଖେଳା, ବସ୍ତ୍ର, ବେଶ, ଭୋଗ, ରୀତିନୀତି, ପରଂପରା, ଯାନିଯାତ୍ରାକୁ ନେଇ ଆସନ୍ତୁ ଜାଣିନେବା କିଛି ରୋଚକ ତଥ୍ୟ।

ରହସ୍ୟମୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ସମଗ୍ର ଜଗତର ନାଥ ବା ସ୍ୱାମୀ। ସେ ପରୁଷୋତ୍ତମ ସେ ସର୍ବୋଚ୍ଚ। ଦେବତାମାନେ ଯାହାର ରହସ୍ୟର ଗଭୀରତାକୁ ବୁଝିପାରି ନଥାନ୍ତି, ସାଧାରଣ ମନୁଷ୍ୟ ବା କ’ଣ ବୁଝିବେ ତାଙ୍କର ଲୀଳାଖେଳାକୁ। ଶ୍ରୀଜୀଉଙ୍କ ନୀତିକାନ୍ତି, ପରଂପରା ଏବଂ ଯାନିଯାତ୍ରା ଭଳି ବେଶ ଓ ବସ୍ତ୍ରର ମାହାତ୍ମ୍ୟ ବି ଅନେକ।

Advertisment

ଯେତେ ରୂପ ସେତେ ବେଶ, ପୁଣି ଭଳିକି ଭଳି ବସ୍ତ୍ର। ବର୍ଷ ତମାମ ମହାପ୍ରଭୁଙ୍କ ବସ୍ତ୍ର ପ୍ରସ୍ତୁତି ପାଇଁ ଲାଗିପଡିଥାନ୍ତି ବୁଣାକାର ପରିବାର। ବିଶ୍ୱନିୟନ୍ତାଙ୍କ ପ୍ରସିଦ୍ଧ ଘୋଷଯାତ୍ରା ପାଖେଇ ଆସିଲେ ଅଧିକ ଚଳଚଞ୍ଚଳ ହୋଇଉଠନ୍ତି ବୁଣାକାର ପରିବାର। ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସଭିଏଁ ଲାଗିପଡନ୍ତି ଶ୍ରୀଜୀଉଙ୍କ ବସ୍ତ୍ର ବୁଣିବାରେ। ମନ ଓ ହୃଦୟରେ କାଳିଆ ଠାକୁରଙ୍କୁ ସ୍ମରଣ କରି ଆରମ୍ଭ କରିଦେଇ ଥାଆନ୍ତି ଏହି ସେବା।

ସକାଳୁ ଶ୍ରୀମନ୍ଦିରର ଦ୍ୱାର ଫିଟା ହେବା ପରେ ମଙ୍ଗଳ ଆଳତୀ ହୋଇଥାଏ।ସାଧାରଣତଃ ଏହି ନୀତି ସମୟରେ ପୂର୍ବରାତ୍ରରୁ ଠାକୁରମାନେ ପିନ୍ଧିଥିବା ଗୀତଗୋବିନ୍ଦ ଖଣ୍ଡୁଆ ବସ୍ତ୍ର ଶ୍ରୀଅଙ୍ଗରେ ସୁଶୋଭିତ ହୋଇଥାଏ। ପ୍ରତିଦିନ ବା ବିଶେଷ ପର୍ବଗୁଡିକରେ ଠାକୁରମାନେ ଧାରଣ କରୁଥିବା ବିଭିନ୍ନ ପ୍ରକାର ବସ୍ତ୍ର ଓ ବେଶ ପୁଷ୍ପାଳକ ଏବଂ ସେବକମାନଙ୍କ ଦ୍ୱାରା ସଂପାଦିତ ହୋଇଥାଏ।

Advertisment

ଲୀଳାମୟ ଠାକୁରଙ୍କ ଅପୂର୍ବ ଏ ବେଶ। ଜଗନ୍ନାଥ ସଂସ୍କୃତିରେ ବେଶ ପରମ୍ପରା ପାଳନର ବିଧି ବିଧାନ ଖୁବ ନିଆରା। କେବଳ ଭକ୍ତିଭାବ ଏବଂ ସମର୍ପଣ ଭାବରେ ହିଁ ମହାପ୍ରଭୁଙ୍କର ଏହି ବିଚିତ୍ର ଲୀଳାକୁ ଅନୁଭବ କରିହୁଏ। ଭାବବିନୋଦିଆ କାଳିଆ ଠାକୁର। ତାଙ୍କର ଯେତେ ବେଶ ସେତେ ରୂପ। ପୁଣି ପ୍ରତିଟି ବେଶରେ ରହିଛି ଅଦ୍ଭୁତ ଆକର୍ଷଣ।

ଶ୍ରଦ୍ଧା ଓ ଭକ୍ତିର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥ। ଅତି ମନଲୋଭା ତାଙ୍କର ରତ୍ନବେଦୀ। ସେବକମାନେ ତାଙ୍କୁ ବିଭିନ୍ନ ବେଶରେ ସଜାଇ ପରମଆନନ୍ଦ ପାଇଥାନ୍ତି। ଦୈନନ୍ଦିନ ଏବଂ ବର୍ଷ ତମାମ ତାଙ୍କୁ ଅନେକ ବେଶରେ ସଜାଯାଇଥାଏ। ପୁଣି ବିଭିନ୍ନ ଯାନିଯାତ୍ରା ଏବଂ ପର୍ବପର୍ବାଣୀରେ ଦିବ୍ୟଲାବଣ୍ୟ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି ଶ୍ରୀବିଗ୍ରହମାନେ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ରହିଛି ଚୁମ୍ବକୀୟ ଶକ୍ତି। ସେ ଶକ୍ତି ଭକ୍ତମାନଙ୍କୁ ତାଙ୍କ ଆଡକୁ ଟାଣି ନେଇଥାଏ। ଭାବର ଠାକୁର, ସେ ଭାବ ବୁଝି ପାରନ୍ତି। ସମସ୍ତ ସଂସାରର ପାଳନକର୍ତ୍ତା ସିଏ। ତାଙ୍କ ଆଶୀର୍ବାଦ ପାଇବାକୁ ହେଲେ ଲୋଡା କେବଳ ଟିକିଏ ଭକ୍ତି। ପବିତ୍ର ରଥଯାତ୍ରା ସମୟରେ ଦୂର ଦୁରାନ୍ତରୁ ଭକ୍ତମାନେ ଛୁଟିଆସନ୍ତି ବଡଦାଣ୍ଡରେ ବଡ଼ ଠାକୁରଙ୍କ ଦର୍ଶନ ପାଇଁ। ଶ୍ରୀଜୀଉଙ୍କ କୃପା ସମସ୍ତଙ୍କ ଉପରେ ଏମିତି ରହିଥାଉ ଏତିକି କାମନା।

Ratha Jatra Bada Dianka Bada Katha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ