Devotees celebrate Jagannath Rath Yatra in different parts of country
ବିଶ୍ୱପ୍ରଶିଦ୍ଧ ରଥଯାତ୍ରା ପାଇଁ କେବଳ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ତାହା ନୁହେଁ ବରଂ ଦେଶ ତଥା ଦେଶ ବାହାରେ ମଧ୍ୟ ବେଶ୍ ଧୁମ୍ଧାମ୍ରେ ରଥଯାତ୍ରା ପାଳନ କରାଯାଉଛି । ବିଦେଶରେ ଥିବା ପ୍ରବାସୀ ଓଡ଼ିଆ ତଥା ବିଦେଶୀ ଭକ୍ତଙ୍କ ଦ୍ୱାରା ଭକ୍ତିଭାବରେ ରଥଯାତ୍ରା ପାଳନ କରାଯାଉଛି । ତେବେ ଆସନ୍ତୁ ଜାଣିବା ଓଡ଼ିଶା ବ୍ୟତୀତ ଆଉ କିଛି ସ୍ଥାନ ଯେଉଁଠି ରଥଯାତ୍ରା ପାଳନ କରାଯାଉଛି ।
ଦୁବାଇରେ ରଥଯାତ୍ରା:-
ଦୁବାଇର ବ୍ରାଇଟ୍ ରାଇଡର୍ସ ସ୍କୁଲରେ ଓଡ଼ିଶା ସମାଜ ୟୁଏଇ ପକ୍ଷରୁ ରଥଯାତ୍ରାର ଆୟୋଜନ କରାଯାଇଥିଲା । ଏଥିରେ ଶହ ଶହ ଓଡ଼ିଆ ଯୋଗ ଦେଇଥିଲେ । ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କୁ ରଥାରୂଢ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଯାହା ପରେ ଛେରାପହଁରା କରାଯାଇ ରଥଟଣା ହୋଇଥିଲା । ଦୀର୍ଘ ଦିନ ଧରି ଓଡ଼ିଶାଠାରୁ ଦୂରରେ ରହୁଥିବା ପ୍ରବାସୀ ଓଡ଼ିଆ ମାନେ ଖୁବ୍ ଭକ୍ତି ସହକାରେ ରଥ ଟାଣିଥିଲେ ।ହରିବୋଲ ଧ୍ୱନିରେ ପୂରା ହଲ୍ କମ୍ପି ଉଠିଥିଲା । ଶେଷରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।ଗତ ୧୦ ବର୍ଷ ଧରି ୟୁଏଇ ଓଡ଼ିଶା ସମାଜ ଏହି ରଥଯାତ୍ରାର ଆୟୋଜନ କରିଆସୁଛି ।
ଆମେରିକାରେ ରଥଯାତ୍ରା:-
ଆମେରିକା ଟେନେସି ରାଜ୍ୟର ନସଭିଲ୍ଲେ ସହରରେ ଚଳିତ ବର୍ଷ ରଥଯାତ୍ରା ବେଶ୍ ଧୁମ୍ଧାମ୍ରେ ଅନୁଷ୍ଠିତ ହୋଇଛି । ଆମେରିକା ଶ୍ରୀଜଗନ୍ନାଥ ସୋସାଇଟି ପକ୍ଷରୁ ନସଭିଲ୍ଲେ ଗଣେଶ ମନ୍ଦିର ପରିସରରେ ରଥଯାତ୍ରା ପାଳିତ ହୋଇଥିଲା । ପାରମ୍ପରିକ ରୀତିନୀତି ସମାପନ ପରେ ପହଣ୍ଡି ହୋଇଥିଲା । ଗଣେଶ ମନ୍ଦିର ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ଭେଙ୍କଟ ରେଡ୍ଡୀ ଛେରାପହଁରା କରିବା ପରେ ରଥଟଣା ହୋଇଥିଲା ।ପ୍ରବାସୀମାନେ ଗୋଟିଏ ଛୋଟ ରଥରେ ତିନି ଦିଅଁଙ୍କୁ ଟାଣି ଟାଣି ମନ୍ଦିର ପରିକ୍ରମା କରାଇଥିଲେ ।ରଥ ଟଣା ବେଳେ ଓଡ଼ିଆ ମହିଳାମାନେ ହୁଳହୁଳି ପକାଇଥିଲେ ।
/odishatv-khabar/media/post_attachments/uploadimage/library/free_files/jpg/americ_2022_07_04_094023.jpg)
ଲଣ୍ଡନରେ ରଥଯାତ୍ରା:-
ଭାରତ ବାହାରେ ସୁଦୂର ଲଣ୍ଡନରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଳନ କରାଯାଇଛି । ଲଣ୍ଡନ କିଙ୍ଗଷ୍ଟ୍ରିଟ୍ରେ ଥିବା ରାମ ମନ୍ଦିର ପରିସରରେ ରଥଯାତ୍ରା ଆୟୋଜିତ ହୋଇଛି । ରଥଯାତ୍ରା ଶ୍ରୀଜଗନ୍ନାଥ ସୋସାଇଟି ୟୁକେ ପକ୍ଷରୁ ଆୟୋଜିତ ରଥଯାତ୍ରାରେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇ ରଥଟାଣିବା ସହ ଜଗନ୍ନାଥଙ୍କ ଭକ୍ତିରେ ଭିଜିଛନ୍ତି । ଏହି ସମୟରେ ହରିବୋଲ ହୁଳହୁଳିରେ କମ୍ପିଥିଲା ପରିବେଶ ଏହାସହ ଜୟ ଜଗନ୍ନାଥ ନାରା ଦେଇ ଶ୍ରଦ୍ଧାଳୁମାନେ ରଥ ଟାଣିଥିଲେ । ଚଳିତ ବର୍ଷ ପୁରୀରେ ଶ୍ରୀଜଗନ୍ନାଥ ସୋସାଇଟି ୟୁକେ ପକ୍ଷରୁ ଏକ ଷ୍ଟଲ୍ କରାଯାଇଛି । ଏଥିରେ ୯ ଦିନ ବ୍ୟାପୀ ଶ୍ରଦ୍ଧାଳୁଙ୍କୁ ମାଗଣାରେ ମହାପ୍ରସାଦ ବଣ୍ଟନ କରାଯିବା କାର୍ଯ୍ୟକ୍ରମ ରହିଛି ।
/odishatv-khabar/media/post_attachments/uploadimage/library/free_files/jpg/WhatsA_2022_07_04_094054.jpeg)
ଅନ୍ୟପକ୍ଷେ, କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରେ ମଧ୍ୟ ବିଭିନ୍ନ ସ୍ଥାନରେ ଧୁମଧାମରେ ରଥଯାତ୍ରା ପାଳନ ହୋଇଛି । ମହାରାଷ୍ଟ୍ର ପୁଣେରେ ମଧ୍ୟ ଗଡ଼ିଲା ରଥ ପୁଣେରେ ଥିବା ଜଗନ୍ନାଥ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇ ରଥ ଟାଣିଛନ୍ତି । ରଥଯାତ୍ରା ଅବସରରେ ଓଡ଼ିଶୀ ନୃତ୍ୟ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମନ୍ଦିର ପ୍ରତିଷ୍ଠାକୁ ୭ ବର୍ଷ ବିତିଥିବା ବେଳେ ଚଳିତ ବର୍ଷ ଜଗନ୍ନାଥ ମନ୍ଦିର ନିକଟରେ ମାଉସୀ ମା ମନ୍ଦିର ନିର୍ମାଣ କରାଯାଇଥିଲା । ରୀତିନୀତି ଅନୁଯାୟୀ ଏଠାରେ ଶ୍ରୀଜିଉମାନଙ୍କ ପୂଜାର୍ଚ୍ଚନା କରାଯାଉଛି ।
ସେହିପରି ରାଜସ୍ଥାନର ଉଦୟପୁର ଓ ଛତିଶଗଡ଼ର ବିଭିନ୍ନ ସ୍ଥାନ, ଗୁଜୁରାଟର, କୋଲକାତାରେ ମଧ୍ୟ ବେଶ୍ ଧୁମ୍ଧାମ୍ରେ ଭକ୍ତବୃନ୍ଦ କାଳିଆ ଭାବରେ ଭାବବିହ୍ୱଳ ହୋଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656907434.jpg)