Deity Falls Down Chariot During Ratha Yatra In odishas Bolangir
ପହଣ୍ଡି ବେଳେ ଖସି ପଡ଼ିଲେ ସେବାୟତଙ୍କ ସହ ଦିଅଁ। ରଥ ଉପରକୁ ପହଣ୍ଡି ବେଳେ ଚାରମାଳଟି କୌଣସି କାରଣରୁ ଖସି ଯିବାରୁ ସେବାୟତଙ୍କ ସହ ଦିଅଁ ପଡ଼ି ଯାଇଥିଲେ। ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍ ଅନ୍ତର୍ଗତ ଜରାସିଂହାରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ରଥଯାତ୍ରା ଦିନ ପହଣ୍ଡି ବିଜେ ବେଳେ ଏପରି ଅଘଟଣ ଘଟିଛି। ଘଟଣା କିପରି ଘଟିଲା ସେ ସମ୍ପର୍କରେ ଜଣା ପଡ଼ିନି। କିନ୍ତୁ ଏଭଳି ଖସି ପଡ଼ିବା ଯୋଗୁ କିଛି ସେବାୟତ ଆହତ ହୋଇଛନ୍ତି। ଘଟଣା ପରେ ପୁଣି ଥରେ ଚାରମାଳକୁ ସଜାଡ଼ିବା ପରେ ପହଣ୍ଡି ହୋଇଥିଲା। ସେହି ସମୟର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1656996083.jpg)