Advertisment

ଜ୍ୱରରୁ ଉପଶମ ପାଇଁ ମହାପ୍ରଭୁଙ୍କୁ ଲାଗି ହେଲା ଫୁଲୁରୀ ତେଲ

୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଅଣସର ଘରେ ଜ୍ୱରରେ ପୀଡିତ ଅଛନ୍ତି ମହାପ୍ରଭୁ। ଶ୍ରୀଜିଉଙ୍କ ଜ୍ୱର ଉପଶମ ପାଇଁ ଶ୍ରୀମନ୍ଦିରରେ ଗୁପ୍ତ ସେବା ଜାରି ରହିଛି।

ଅଦ୍ୟତନ ହୋଇଛି
Phuluri Oil

Phuluri Oil

Advertisment

ସୁବାଶିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡିଛନ୍ତି ମହାପ୍ରଭୁ । ଜ୍ୱର ଉପସମ ପାଇଁ ମହାପ୍ରଭୁଙ୍କଠାରେ ଲାଗି ହୋଇଛି ଫୁଲୁରୀ ତେଲ । ଅଣସରରର ୫ମ ଦିନରେ ଶ୍ରୀଅଙ୍ଗରେ ଲାଗିହୋଇଛି ଫୁଲୁରୀ ତେଲ । ଘଣା ପେଡା ରାଶି ତେଲ ଆଉ ସୁଗନ୍ଧିତ ଫୁଲ ସବୁକୁ ମିଶାଇ ପ୍ରସ୍ତୁତ ହୋଇଥାଏ ଏହି ଫୁଲୁରୀ ତେଲ ।

Advertisment

୨୪ ପ୍ରକାର ଫୁଲ ଓ ୭ ପ୍ରକାର ଚେରମୂଳୀ ଏଥିରେ ମିଶିଥାଏ । ଔଷଧୀୟ ଗୁଣ ସମ୍ପର୍ନ୍ନ ସୁଗନ୍ଧିତ ମଲ୍ଲୀ, କିଆ, କେତକି ସହ କିଛି ଶୁକ୍ଳ ଧାନ, ବେଣାଚେରକୁ ଘଣା ହୋଇଥିବା ରାଶିତେଲରେ ମିଶାଇ ଏକ ମାଟି ହାଣ୍ଡିରେ ମାଟିରେ ପୋତିଦିଆଯାଏ । ଏହି ମିଶ୍ରଣକୁ ମାଟିତଳେ ଦୀର୍ଘବର୍ଷ ରଖାଯାଏ । ଆଜିଠାରୁ ମହାପ୍ରଭୁଙ୍କର ଓଷ ଲାଗି ହେବ ।

ଷଷ୍ଠୀ ଠାରୁ ନବମୀ ତିଥି ପର୍ଯ୍ୟନ୍ତ ଏହି ଔଷଧ ଲାଗି କରାଯିବ । ଫଳରେ କିଛି ମାତ୍ରାରେ ଶ୍ରୀଜିଉ ଜ୍ୱରରୁ ଉପଶମ ପାଇବେ। ଦଶମୀ ଦିନ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଖାଇବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଉପଶମ ହେବେ ।   

Advertisment
Phuluri Oil Anasara Ritual
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ