Advertisment

ଗାଁ ହେଉ କି ସହର, କଟକ ହେଉକି କୋରାପୁଟ… ସବୁଜାଗାରେ ମହମହ ବାସୁଛି ପଖାଳ

ତେବେ ଓଡିଆଙ୍କ ଏହି ପ୍ରିୟ ଖାଦ୍ୟକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବାକୁ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି । ଟୁଇଟର ଟ୍ରେଣ୍ଡରୁ ଆରମ୍ଭ ହୋଇଥିବା ଏହି କଥାଟି ଏବେ ବିଶ୍ୱର କୋଣ ଅନୁକଣରେ ବାସ କରୁଥିବା ଓଡିଆଙ୍କ ପାଖରେ ପହଞ୍ଚିସାରିଲାଣି । ଅନେକ ଓଡିଆ ଏହି ଦିବସକୁ ପାଳନ କରିବାକୁ ଆଗେଇ ବି ଆସିଲେଣି । ଦେଶର ଅନେକ ତାରକା ହୋଟେଲରେ ବି ପଖାଳକୁ ଫୁଡ୍ ଲିଷ୍ଟରେ ସାମିଲ କରାଗଲାଣି

ଅଦ୍ୟତନ ହୋଇଛି
Pakhala Divas 2023

Pakhala

Advertisment

ଖରା ହେଉ କି ବର୍ଷା...ଶୀତ ହେଉ କି ବସନ୍ତ....ବାହାରୁ ବୁଲିବୁଲି ହାଲିଆ ହୋଇ ଯେବେ ମଣିଷ ଘରକୁ ଫେରେ ପେଟ ଆଉ ପାଟି ଖୋଜି ପଖାଳ କଂସା । ବାସ୍‌ ଆଖି ସାମ୍ନାରେ ପଡୁପଡୁ ଫୁରସତ ଦିଏନି ହାତ । ମନଭରି, ପେଟ ପୂରିବା ଯାଏଁ ଖାଇଚାଲନ୍ତି ଆମେ ସମସ୍ତେ...ଶେଷରେ ତୋରାଣୀ ଢକଢକ କରି ପିଇବା ପରେ ଯୋଉ ଶାନ୍ତି...ଓଃ ଭାବିଲା ବେଳକୁ ଆଖିରେ ନିଜ ଜକେଇ ଆସୁଛି ।

Advertisment

ଗାଁ ହେଉ କି ସହର, କଟକ ହେଉକି କୋରାପୁଟ୍‌…ମୟୂରଭଞ୍ଜ ହେଉ କି ମାଲକାନଗିରି । ସବୁଠି, ସବୁଜାଗାରେ ପଖାଳର ରହିଛି ସ୍ୱତନ୍ତ୍ରତା । ଚୈତ୍ର ମାସର ଧୁ ଧୁ ଖରାବେଳେ ଯେବେ ପଖାଳ କଂସା ବଢାହୁଏ, ସେତେବେଳେ ପେଟରେ ଭୋକ ନଥିଲେ ବି ପଖାଳ କଂସା ଦେଖିବା ପରେ ମନରେ ଭାରି ଲୋଭ ଆସିଯାଏ । କେମିତି ପଖାଳ ଖିଆଯିବ ସେନେଇ ଆରମ୍ଭ ହୋଇଯାଏ ପ୍ରସ୍ତୁତି ।

ଅଧିକ ପଢ଼ନ୍ତୁ: ପଖାଳରେ ଖାଦ୍ୟ ସାର; ଦୂର କରିଥାଏ ଅନେକ ରୋଗ

ବେ ଓଡିଆଙ୍କ ଏହି ପ୍ରିୟ ଖାଦ୍ୟକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବାକୁ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି । ଏବେ ଏହା ବିଶ୍ୱର କୋଣ ଅନୁକୋଣରେ ବାସ କରୁଥିବା ଓଡିଆଙ୍କ ପାଖରେ ପହଞ୍ଚିସାରିଲାଣି । ଅନେକ ଓଡିଆ ଏହି ଦିବସକୁ ପାଳନ କରିବାକୁ ଆଗେଇ ବି ଆସିଲେଣି । ଦେଶର ଅନେକ ତାରକା ହୋଟେଲରେ ବି ପଖାଳକୁ ଫୁଡ୍ ଲିଷ୍ଟରେ ସାମିଲ କରାଗଲାଣି ।

Advertisment

ପଖାଳ ଏମିତି ଏକ ଖାଦ୍ୟ ଯାହା ଓଡିଆଙ୍କ ନିତି ଦିନର ବନ୍ଧୁ, ଗରିବର ସାଥୀ, ଗୋଟେ ବିଚାରଧାରା ଆଉ ଗୋଟେ ସଂସ୍କୃତି ସହ ସଂପୂର୍ଣ୍ଣ ଜଡିତ । ଖାଲି ଓଡିଶାରେ ରହୁଥିବା ଲୋକ ନୁହଁନ୍ତି, ବଂର ରାଜ୍ୟ ଆଉ ଦେଶ ବାହାରେ ରହୁଥିବା ଲୋକ ପଖାଳ ଖାଇ ଏହି ଦିବସ ମନାନ୍ତି । ତେବେ ଆଜିକା ଦିନରେ ଆପଣ ପଖାଳ ସାଙ୍ଗରେ କଣ କଣ ଖାଇଛନ୍ତି ଆମକୁ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ ।

Pakhala Pakhala Dibasa Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ