Advertisment

ବିନା ଜୀବ ହତ୍ୟାରେ ବୁଣା ହେବ ଶ୍ରୀଜିଉଙ୍କ ଅତିପ୍ରିୟ ଗୀତଗୋବିନ୍ଦ ଖଣ୍ଡୁଆ ପାଟ

ଏଭଳି ସାତ୍ତ୍ୱିକ ଗୀତଗୋବିନ୍ଦ ଖଣ୍ଡୁଆକୁ ଦେଖି ବେଶ୍ ଖୁସି ହୋଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ସେବାୟତ। ବିନା ଦ୍ୱିଧାରେ ବି ଠାକୁରଙ୍କୁ ଲାଗି ପାଇଁ ସହମତି ଦେଇଛନ୍ତି।

ଅଦ୍ୟତନ ହୋଇଛି
undefined

Khandua Pata

Advertisment

ଶ୍ରୀମନ୍ଦିରରେ ଶ୍ରୀଜିଉମାନେ ପିନ୍ଧିବେ ସାତ୍ତ୍ବିକ ଖଣ୍ଡୁଆ ପାଟ। ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତି ଉଭୟ ଭକ୍ତ ଓ ଜଗନ୍ନାଥପ୍ରେମୀଙ୍କୁ ବି ଆନନ୍ଦିତ କରିଛି। ତେବେ କଣ ସେ ସାତ୍ତ୍ୱିକ ପାଟ ? କାହିଁକି ଏଭଳି ନାମକରଣ ? ତାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଏ ସଂପର୍କରେ ବିସ୍ତୃତ ଭାବେ ବୁଝାଇଛନ୍ତି ବୁଣାକାର ଓ ରେଶମ ଶିଳ୍ପ ବିଭାଗ ଅଧିକାରୀ।

Advertisment

ମହାପ୍ରଭୁ ପିନ୍ଧିବେ ସାତ୍ତ୍ୱିକ ଖଣ୍ଡୁଆପାଟ। ବିନା ଜୀବ ହତ୍ୟାରେ ବୁଣା ହେବ ଶ୍ରୀଜିଉଙ୍କ ଅତିପ୍ରିୟ ଗୀତଗୋବିନ୍ଦ ଖଣ୍ଡୁଆ। ଯାହାର ଡେମୋ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ଆଗରେ ପ୍ରଦର୍ଶିତ ହୋଇଛି। ଗତ ୨୯ ତାରିଖ ବୈଠକରେ। ସମସ୍ତେ ପଚାରିଥିଲେ ଇଏ କେଉଁଥିରେ ତିଆରି ? ଉତ୍ତର ଆସିଥିଲା- ସାତ୍ତ୍ୱିକ ରେଶମ, କରୁଣାମୟ ରେଶମ ବା ଅହିଂସା ରେଶମରେ। 

ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ତଥା ଶ୍ରୀମନ୍ଦିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ଜେନା କହିଥିଲେ- ଏବେ ଠାକୁରମାନେ ପିନ୍ଧୁଥିବା ଖଣ୍ଡୁଆ ପାଟ ରେଶମ ପୋକଙ୍କୁ ମାରି ତିଆରି ହେଉଛି। କିନ୍ତୁ ରାଜ୍ୟ ହସ୍ତତନ୍ତ ବିଭାଗର ନିଜସ୍ୱ ପ୍ରଚେଷ୍ଟାରେ ନୂଆ ପ୍ରଣାଳୀରେ ସୂତା ସଂଗ୍ରହ କରାଯାଇ ଖୋର୍ଦ୍ଧା ରାଉତପଡ଼ାରେ ତିଆରି କରାଯାଉଛି। ଯାହାକୁ ଶ୍ରୀମନ୍ଦିରରେ ପ୍ରଚଳନ ପାଇଁ ସରକାର ଚାହୁଁଛନ୍ତି।

Advertisment

ତେଣେ ସାତ୍ତ୍ବିକ ରେଶମ ସୂତା ଉତ୍ପାଦନ ସମ୍ପର୍କରେ ତଥ୍ୟ ଦେଇ ରାଜ୍ୟ ରେଶମ ଶିଳ୍ପ ବିଭାଗ କହିଛି- ବର୍ତ୍ତମାନ ସମୟରେ ମୁଖ୍ୟତଃ ୪ ପ୍ରକାର ରେଶମ ପୋକ ଯଥାକ୍ରମେ ମାଲବେରୀ, ଟସର, ଏରି ଓ ମୁଗାଙ୍କ ଖୋସାରୁ ସିଲ୍କ ସୂତା ସଂଗ୍ରହ ହେଉଛି। ସେମାନଙ୍କ ମଧ୍ୟରୁ କେବଳ ଏରିକୁ ଛାଡ଼ି ବାକି ସବୁ ପୋକଙ୍କୁ ସୂତା ପାଇଁ ମରା ଯାଏ।

କିନ୍ତୁ ଏରି ବା ଏଣ୍ଡି ପୋକ, ପ୍ରଜାପତିରେ ପରିଣତ ହୋଇ ଉଡ଼ିଯିବା ପରେ ସେ ଛାଡ଼ି ଯାଉଥିବା ଖୋସାରୁ ଯେଉଁ ରେଶମ ସୂତା ବାହାରୁଛି ତାହା ଅତ୍ୟନ୍ତ ମୋଟା ଯୋଗୁଁ ସେଥିରୁ ପାଟବସ୍ତ୍ର ତିଆରି ହୋଇପାରୁନଥିଲା। କିନ୍ତୁ ରାୟପୁରର ଏକ ଫ୍ୟାକ୍ଟ୍ରିରେ ଏବେ ସେ ଖୋସାରୁ ସରୁ ସୂତା ବାହାରି ପାରୁଛି, ଯାହାକି ଜଗନ୍ନାଥଙ୍କ ଖଣ୍ଡୁଆ ପାଟ ତିଆରି ପାଇଁ ଉପଯୋଗୀ ହୋଇଛି।

Advertisment

ସେପଟେ ଏଭଳି ସାତ୍ତ୍ୱିକ ଗୀତଗୋବିନ୍ଦ ଖଣ୍ଡୁଆକୁ ଦେଖି ବେଶ୍ ଖୁସି ହୋଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ସେବାୟତ। ବିନା ଦ୍ୱିଧାରେ ବି ଠାକୁରଙ୍କୁ ଲାଗି ପାଇଁ ସହମତି ଦେଇଛନ୍ତି। ଦଇତାପତି ସେବକଙ୍କ ସୂଚନା ଅନୁସାରେ- ଶ୍ରୀଜିଉମାନେ ପରିଧାନ କରୁଥିବା ଗୋଟିଏ ବାଡ଼ ସଜ ସେଟରେ ୧୬ଟି ପାଟ ଲୁଗା ରହିଥାଏ। ୮୮ମିଟର ଲମ୍ବର ଗୋଟିଏ ସେଟ୍ ପ୍ରସ୍ତୁତ କରିବାକୁ ହେଲେ ୪ରୁ ୭ଲକ୍ଷ ଟସର ପୋକଙ୍କୁ ମାରି ରେଶମ ସଂଗ୍ରହ କରିବାକୁ ପଡ଼ିଥାଏ। ଅନ୍ୟ ଉପାୟ ନଥିବାରୁ ପୁରୁଣା ପ୍ରଣାଳୀରେ ପାଟ ବସ୍ତ୍ର ପ୍ରସ୍ତୁତ ହୋଇ ଆସୁଛି।

ଏବେ କିନ୍ତୁ ଅହିଂସା ପାଟ ତିଆରି ପାଇଁ ରାଜ୍ୟ ହସ୍ତତନ୍ତ ବିଭାଗର ଉଦ୍ୟମ ପ୍ରଶଂସନୀୟ। ସେପଟେ ଜଗନ୍ନାଥ ମନ୍ଦିରକୁ ପୁରୁଷ ପୁରୁଷ ଧରି ଖଣ୍ଡୁଆପାଟ ଯୋଗାଇ ଆସୁଥିବା ଖୋର୍ଦ୍ଧା ବେଗୁନିଆସ୍ଥିତ ରାଉତପଡ଼ା ଗାଁର ବୁଣାକାରମାନେ ଗୋଟିଏ ସେଟ୍ ସାତ୍ତ୍ୱିକ ପାଟ ବୁଣି ସାରିଥିବାବେଳେ ଆଉ ଏକ ସେଟ୍ ପ୍ରସ୍ତୁତି ଚାଲିଥିବା କହିଛନ୍ତି। ମହାପ୍ରଭୁ ପିନ୍ଧିବେ ସାତ୍ତ୍ବିକ ପାଟ। ଏ ନିଷ୍ପତ୍ତି ଉଭୟ ଭକ୍ତ ଓ ଜଗନ୍ନାଥପ୍ରେମୀଙ୍କୁ ଅତ୍ୟନ୍ତ ଆନନ୍ଦିତ କରିଛି।

Khandua Pata
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ