Death Anniversary: ଶାସ୍ତ୍ରୀଜୀଙ୍କ ଜୀବନାଦର୍ଶ ଆଜି ବି ସଠିକ୍ ମାର୍ଗଦର୍ଶନ କରେ

ସ୍ୱାଧୀନ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଆଜି ମୃତ୍ୟୁ ବାର୍ଷିକୀ। ସେ ଏପରି ଜଣେ ପ୍ରଧାନମନ୍ତ୍ରୀ ଥିଲେ, ଯାହାଙ୍କ ଆହ୍ୱାନରେ ସମଗ୍ର ଦେଶ ଗୋଟିଏ ଓଳି ଭୋଜନ ମଧ୍ୟ ଛାଡ଼ିଦେଇଥିଲା। ତାଙ୍କର ଚିନ୍ତାଧାରା ଆଜିବି ଲୋକଙ୍କୁ ସଠିକ୍ ପଥରେ ଚାଲିବାକୁ ଶିଖାଏ।

ଶାସ୍ତ୍ରୀଜୀଙ୍କ ମୃତ୍ୟୁ ବାର୍ଷିକୀ

ସ୍ୱାଧୀନ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଆଜି ମୃତ୍ୟୁ ବାର୍ଷିକୀ। 'ଜୟ ଜବାନ, ଜୟ କିସାନ' ସ୍ଲୋଗାନ ଦେଇଥିବା ଶାସ୍ତ୍ରୀ ଜୀଙ୍କର ୧୧ ଜାନୁଆରୀ ୧୯୬୬ରେ ଦେହାନ୍ତ ହୋଇଥିଲା। ଲାଲ ବାହାଦୂର ଶାସ୍ତ୍ରୀ ଏପରି ଜଣେ ପ୍ରଧାନମନ୍ତ୍ରୀ ଥିଲେ, ଯାହାଙ୍କ ଆହ୍ୱାନରେ ସମଗ୍ର ଦେଶ ଗୋଟିଏ ବକ୍ତ ଭୋଜନ ମଧ୍ୟ ଛାଡ଼ିଦେଇଥିଲା।

ପଣ୍ଡିତ ଜବାହରଲାଲ ନେହେରୁଙ୍କ ମୃତ୍ୟୁ ପରେ ସେ ୯ ଜୁନ୍ ୧୯୬୪ରେ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ପ୍ରାୟ ୧୮ ମାସ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଭାବରେ ନେତୃତ୍ୱ ନେଇଥିଲେ। ତାଙ୍କ ନେତୃତ୍ୱରେ ୧୯୬୫ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ ପଡୋଶୀ ଦେଶ ପରାସ୍ତ ହୋଇଥିଲା ଏବଂ ଜାନୁୟାରୀ ୧୦, ୧୯୬୬ ରେ ତାସ୍‌କେଣ୍ଟ ଚୁକ୍ତିନାମା ସ୍ୱାକ୍ଷର ହେବାର କିଛି ଘଣ୍ଟା ପରେ, ୧୧ ଜାନୁୟାରୀ ୧୯୬୬ ରାତିରେ ଲାଲ ବାହାଦୂର ଶାସ୍ତ୍ରୀଙ୍କ ରହସ୍ୟମୟ ଭାବରେ ମୃତ୍ୟୁହୋଇଥିଲା।

ପାକିସ୍ତାନ ସହିତ ଯୁଦ୍ଧ ସମୟରେ, ଦେଶରେ ଖାଦ୍ୟ ଶସ୍ୟର ଅଭାବ ଦେଖାଦେଇଥିଲା। ସେଥିପାଇଁ ଶାସ୍ତ୍ରୀ ଦେଶବାସୀଙ୍କ ମନୋବଳ ବଢାଇବା ପାଇଁ ଜୟ ଜବାନ, ଜୟ କିଶାନ ସ୍ଲୋଗାନ୍‌ ଦେଇଥିଲେ। ଖାଦ୍ୟ ଅଭାବରୁ ପୀଡିତ ଦେଶକୁ ଟ୍ରାକ୍‌କୁ ଫେରାଇ ଆଣିବା ପାଇଁ ସେ ଦେଶବାସୀଙ୍କୁ ଥରେ ଭୋକିଲା ରହିବାକୁ ନିବେଦନ ମଧ୍ୟ କରିଥିଲେ, ଯାହାକୁ ସମଗ୍ର ଦେଶ ଗ୍ରହଣ କରିଥିଲା।

ଅଧିକ ପଢ଼ନ୍ତୁ: ସରଳ ଜୀବନ ଓ ଉଚ୍ଚ ଚିନ୍ତାଧାରାର ବ୍ୟକ୍ତିତ୍ୱ ଲାଲ ବାହାଦୂର ଶାସ୍ତ୍ରୀ

ରହସ୍ୟମୟ ମୃତ୍ୟୁ:

୧୯୬୫ ଯୁଦ୍ଧ ସମୟରେ ଶାସ୍ତ୍ରୀଜୀ ଜଣେ ଜାତୀୟ ହିରୋ ହୋଇଯାଇଥିଲେ। ଆମେରିକାର ହସ୍ତକ୍ଷେପ ପରେ ଯୁଦ୍ଧ ବନ୍ଦ କରିବାକୁ ଚୁକ୍ତିନାମା ପାଇଁ ଭାରତ ଉପରେ ଚାପ ଆସିଲା। ଶାସ୍ତ୍ରୀଙ୍କୁ ଋଷକୁ ଡକାଯାଇଥିଲା। ବୁଝାମଣା ସମୟରେ ଶାସ୍ତ୍ରୀ ସମସ୍ତ ସର୍ତ୍ତ ଗ୍ରହଣ କରିଥିଲେ କିନ୍ତୁ ସେ ପାକିସ୍ତାନକୁ ଜମି ଫେରାଇବାକୁ ପ୍ରସ୍ତୁତ ନଥିଲେ। ଜାନୁୟାରୀ ୧୦, ୧୯୬୬ରେ ତାସ୍‌କେଣ୍ଟ ତାଙ୍କ ଉପରେ ଚାପ ପକାଇ ଚୁକ୍ତିନାମାର ଡକ୍ୟୁମେଣ୍ଟ ସ୍ୱାକ୍ଷରିତ ହୋଇଥିଲା। ଏହାର କିଛି ଘଣ୍ଟା ପରେ, ସେ ୧୧ ଜାନୁଆରୀ ୧୯୬୬ ର ରାତିରେ ମୃତ୍ୟୁବରଣ କରିଥିଲେ।

ତାଙ୍କର ପୁରା ଜୀବନ ସମସ୍ତଙ୍କ ପାଇଁ ପ୍ରେରଣା ଥିଲା। ସଚ୍ଚୋଟତା ଏବଂ ସରଳତାର ଜୀବନ ଅତିବାହିତ କରିଥିବା ଶାସ୍ତ୍ରୀ ଜୀଙ୍କର ଏପରି କିଛି ଚିନ୍ତାଧାରା ଅଛି ଯାହା ସଠିକ୍ ପଥରେ ଚାଲିବାକୁ ଶିଖାଏ। ଆସନ୍ତୁ ଜାଣିବା…

“ଦେଶର ପ୍ରଗତି ପାଇଁ ପରସ୍ପର ସହ ଲଢିବା ପରିବର୍ତ୍ତେ ଦାରିଦ୍ର୍ୟ, ରୋଗ ଏବଂ ଅଜ୍ଞତାକୁ ମୁକାବିଲା କରିବାକୁ ପଡିବ।”

“ଆମେ କେବଳ ନିଜ ପାଇଁ ନୁହେଁ, ବରଂ ସମଗ୍ର ବିଶ୍ୱର ଶାନ୍ତି, ବିକାଶ ଏବଂ କଲ୍ୟାଣ ଉପରେ ବିଶ୍ୱାସ ରଖୁ।”

“ଆମର ଶକ୍ତି ଏବଂ କ୍ଷମତା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଲୋକଙ୍କ ମଧ୍ୟରେ ଏକତା ପ୍ରତିଷ୍ଠା କରିବା। ଆଇନକୁ ସମ୍ମାନ ଦିଆଯିବା ଆବଶ୍ୟକ, ଫଳରେ ଆମ ଗଣତନ୍ତ୍ରର ମୌଳିକତା ଅକ୍ଷୁର୍ଣ୍ଣ ରହିବ ଏବଂ ଆମର ଗଣତନ୍ତ୍ର ମଧ୍ୟ ଶକ୍ତିଶାଳୀ ହେବ।”