Advertisment

Abika Calendar 2025: ଅବିକା ୨୦୨୫ କ୍ୟାଲେଣ୍ଡର ଗ୍ରାଣ୍ଡଫିନାଲେରେ ଇପ୍ସିତା ନନ୍ଦ ‘ଫେସ୍ ଅଫ୍ ଦ ଇୟର’

‘ଅବିକା କ୍ୟାଲେଣ୍ଡର ଗ୍ରାଣ୍ଡ ଫିନାଲେ-୫’ ଉତ୍ସବରେ ବିଜୟିନୀଙ୍କୁ ମାନପତ୍ର, ଉପଢୌକନ, ମେମେଣ୍ଟୋ ସହ ମୟୂରପୁଚ୍ଛ ଦେଇ ସମ୍ମାନିତ କରିଥିଲେ ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର।

ଅଦ୍ୟତନ ହୋଇଛି
ଅବିକା କ୍ୟାଲେଣ୍ଡର ୨୦୨୫

ଅବିକା କ୍ୟାଲେଣ୍ଡର ୨୦୨୫

Advertisment

ଓଡିଶାର ପାରମ୍ପରିକ ହସ୍ତତନ୍ତ ଏବଂ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ 'ଅବିକା ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା-୫ରେ ‘ଫେସ୍ ଅଫ୍ ଦ ଇୟର-୨୦୨୫’ ଭାବେ ମନୋନୀତ ହୋଇଛନ୍ତି ବାଲେଶ୍ବର ଝିଅ ଇପ୍ସିତା ନନ୍ଦ।

Advertisment

ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଆୟୋଜିତ ‘ଅବିକା କ୍ୟାଲେଣ୍ଡର ଗ୍ରାଣ୍ଡ ଫିନାଲେ-୫’ ଉତ୍ସବରେ ବିଜୟିନୀଙ୍କୁ ମାନପତ୍ର, ଉପଢୌକନ, ମେମେଣ୍ଟୋ ସହ ମୟୂରପୁଚ୍ଛ ଦେଇ ସମ୍ମାନିତ କରିଥିଲେ ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର, ନିର୍ଦ୍ଦେଶକ ଓ ପ୍ରଯୋଜକ ସ୍ଥିତ ପଟ୍ଟନାୟକ ଏବଂ ଲେଖକ ଓ ପ୍ରକାଶକ ସରୋଜ ବଳ ।

ଏଥି ସହିତ ସୋହାନି ସ୍ମୃତିକ୍ରିପା, ସାନଭି ପାଣି, ସାଇ ପ୍ରିୟାଂସ ଦାସ, ଦିବ୍ୟାଂଶି ଭୁକ୍ତା, ଦ୍ରିସାନା ସାମନ୍ତରା, ପ୍ରିୟମ୍ ପ୍ରିୟାଂସି ବେହେରା, ସାଇନି ସନୟା ବେହେରା, ସସ୍ମିତା ଜେନା, ଶ୍ରୀନିକା ପାଲ୍ ଆଦି ୯ ଜଣଙ୍କୁ ‘ଫେସ୍ ଅଫ୍ ଦ ମନ୍ଥ୍-୨୦୨୫’ ଭାବେ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବରେ ଅତିଥିମାନେ ଓଡିଶା ହସ୍ତତନ୍ତର ଆଧୁନିକୀକରଣ ସପକ୍ଷରେ ମତ ରଖି ଅବିକାର ଏଇ ପ୍ରୟାସକୁ ପ୍ରଶଂସା କରିଥିଲେ ।

Advertisment

'ଅବିକା ୨୦୨୫ କ୍ୟାଲେଣ୍ଡର ଗ୍ରାଣ୍ଡ୍ ଫିନାଲେ-୫'କୁ କବି, ଗୀତିକାର, ସଂଳାପକାର ବିଜୟ ମଲ୍ଲ ସଂଚାଳନ କରିଥିବା ବେଳେ, ଧନ୍ୟବାଦ ଅର୍ପଣ କରିଥିଲେ 'ଅବିକା'ର ନିର୍ଦ୍ଦେଶକ ଅବିନାଶ ସାହୁ । ଉତ୍ସବ ପରିଚାଳନାରେ ସତ୍ୟଜିତ ମିଶ୍ର, ଆଶିଷ କୁମାର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

Bhubaneswar Unique Competitions
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ