Advertisment

International Friendship Day 2024: ନିଜ ବନ୍ଧୁତାକୁ ସବୁଦିନ ମଜବୁତ ରଖିବା ପାଇଁ ଏହି ୬ଟି ଦିଗକୁ ଦୃଷ୍ଟି ଦିଅନ୍ତୁ

କୌଣସି ବି ବ୍ୟକ୍ତି ନିଜ ବନ୍ଧୁଠାରୁ ଅଲଗା ହେବାକୁ ଚାହାନ୍ତି ନାହିଁ। କିନ୍ତୁ ବେଳେବେଳେ ଏମିତି ସମୟ ଆସିଥାଏ ଭଲ ବନ୍ଧୁ ବି ପର ହୋଇଯାଏ। ଏଭଳି ପରିସ୍ଥିତିକୁ ଏଡେଇବା ପାଇଁ କେତେକ ଦିଗ ପ୍ରତି ଧ୍ୟାନଦେବା ନିହାତି ଜରୁରୀ। ଆସନ୍ତୁ ସେ ବିଷୟରେ ଜାଣିନେବା।

ଅଦ୍ୟତନ ହୋଇଛି
International Friendship Day 2024 six tips to make strong friendship

International Friendship Day 2024 six tips to make strong friendship

Advertisment

ଜୁଲାଇ ମାସରେ ଅନ୍ତର୍ଜାତୀୟ ବନ୍ଧୁତା ଦିବସ ପାଳନ କରାଯାଏ। ବନ୍ଧୁତ୍ୱର ମାନ୍ୟତାକୁ ଗୁରୁତ୍ୱ ଦେବା ଏବଂ ଲୋକ, ଦେଶ ଏବଂ ସଂସ୍କୃତି ମଧ୍ୟରେ ଶାନ୍ତି, ଏକତା ଏବଂ ପାରସ୍ପରିକ ବୁଝାମଣାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଦିନ ପାଳନ କରାଯାଏ। ବନ୍ଧୁତା ହେଉଛି ଏକ ବନ୍ଧନ ଯାହା ବ୍ୟକ୍ତିଗତ ତଥା ସମ୍ପ୍ରଦାୟ ସ୍ତରରେ ସାମାଜିକ ସମ୍ପର୍କକୁ ମଜବୁତ କରୁଥିବାରୁ ଏହାକୁ ବିଶ୍ୱ ସ୍ତରରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

Advertisment

ବନ୍ଧୁମାନେ ହିଁ ପ୍ରତ୍ୟେକ କ୍ଷେତ୍ରରେ ଉତ୍ସାହିତ କରନ୍ତି। ଭୁଲ୍ ଏବଂ ଠିକ୍ ମଧ୍ୟରେ ପାର୍ଥକ୍ୟ କୁହନ୍ତି। ବନ୍ଧୁମାନେ ଉଭୟ ମାନସିକ ଏବଂ ସାମାଜିକ ବିକାଶରେ ସାହାଯ୍ୟ କରନ୍ତି। ଏଭଳି ପରିସ୍ଥିତିରେ ‘ଅନ୍ତର୍ଜାତୀୟ ବନ୍ଧୁତା ଦିବସ’ ଆମକୁ ମନେ ପକାଇଦିଏ ଯେ ବନ୍ଧୁତା ମାନବ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବନ୍ଧୁମାନଙ୍କୁ କୃତଜ୍ଞତା ଜଣାଇବା ଏବଂ ନୂତନ ବନ୍ଧୁ ସୃଷ୍ଟି କରିବା ପାଇଁ ଏହା ଏକ ଉପଯୁକ୍ତ ସମୟ।

ଅଧିକ ପଢ଼ନ୍ତୁ: କେମିତି ଜାଣିବେ ଡିପ୍ରେସନ୍‌ରେ ଅଛନ୍ତି ପୁରୁଷ ବନ୍ଧୁ ? ଜାଣନ୍ତୁ ୧୦ ଲକ୍ଷଣ...

Advertisment

ବିଭିନ୍ନ ଦେଶରେ ବିଭିନ୍ନ ତାରିଖରେ ‘ବନ୍ଧୁତ୍ୱ ଦିବସ ପାଳନ’ କରାଯାଏ। ମାଲେସିଆ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଆମେରିକା ସମେତ ଭାରତ, ବାଂଲାଦେଶ ଭଳି ଦେଶ ପ୍ରତିବର୍ଷ ଅଗଷ୍ଟ ପ୍ରଥମ ରବିବାରରେ ‘ବିଶ୍ୱ ବନ୍ଧୁତା ଦିବସ’ ପାଳନ କରନ୍ତି। ଅନ୍ୟାନ୍ୟ ଦେଶ ୩୦ ଜୁଲାଇକୁ ‘ଅନ୍ତର୍ଜାତୀୟ ବନ୍ଧୁତା ଦିବସ’ ଭାବରେ ପାଳନ କରନ୍ତି। ଏହି ଦିନ ପାଳନ କରି, ଆମେ କେବଳ ଆମର ବ୍ୟକ୍ତିଗତ ବନ୍ଧୁତାକୁ ମଜବୁତ କରୁନାହୁଁ ବରଂ ଏକ ବୁଝାମଣା ଏବଂ ସହନଶୀଳ ସମାଜ ଗଠନ କରିବାରେ ମଧ୍ୟ ସହଯୋଗ କରୁ।

ତେବେ କୌଣସି ବ୍ୟକ୍ତି ନିଜ ବନ୍ଧୁଠାରୁ ଅଲଗା ହେବାକୁ ଚାହାନ୍ତି ନାହିଁ। କିନ୍ତୁ ବେଳେବେଳେ ଏମିତି ସମୟ ଆସିଥାଏ ଭଲ ବନ୍ଧୁ ବି ପର ହୋଇଯାଏ। ଏଭଳି ପରିସ୍ଥିତିକୁ ଏଡେଇବା ପାଇଁ କେତେକ ଦିଗ ପ୍ରତି ଧ୍ୟାନଦେବା ନିହାତି ଜରୁରୀ। ଆସନ୍ତୁ ସେ ବିଷୟରେ ଜାଣିନେବା।

Advertisment
Jackie Shroff and Anil Kapoorବଲିଉଡ୍‌ର ଦୁଇ ଭଲ ବନ୍ଧୁ ହେଲେ ଅନିଲ୍ କପୁର୍-ଜ୍ୟାକି ଶ୍ରଫ୍

ପ୍ରତିଶ୍ରୁତି ପୂରଣ କରିବା:

ଯଦି ଆପଣ ନିଜ ବନ୍ଧୁଙ୍କୁ କେବେ କୌଣସି ପ୍ରତିଶ୍ରୁତି ଦେଇଛନ୍ତି ତେବେ ଏହାକୁ ପୂରଣ କରିବାକୁ ଚେଷ୍ଟା କରିବା ଜରୁରୀ। ଯଦି ଆପଣ ଅନୁଭବ କରୁଛନ୍ତି ଯେ ଆପଣ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ଅସମର୍ଥ, ତେବେ ମନା କରିଦେବା ଉଚିତ।

ଉଦାହରଣ ସ୍ୱରୂପ, ଯଦି ଜଣେ ବନ୍ଧୁ ସପ୍ତାହ ଶେଷରେ ଏକ ପାର୍ଟୀର ଆୟୋଜନ କରିଛନ୍ତି ଏବଂ ଏଥିରେ ଯୋଗଦେବା ଆପଣଙ୍କ ପାଇଁ କଷ୍ଟକର, ତେବେ ବିନମ୍ର ଭାବରେ ମନାକରିଦେବା ଭଲ। ବନ୍ଧୁଙ୍କ ସହମତିରେ ପରେ ଏହି ପ୍ରୋଗ୍ରାମ୍ କରିପାରିବେ।

ଭାବନାକୁ ପ୍ରକାଶ କରିବା:

ବନ୍ଧୁଙ୍କ ସାମ୍ନାରେ ପ୍ରକାଶ କରନ୍ତୁ ଯେ ତାଙ୍କ ବନ୍ଧୁତା ଆପଣଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ। ଯଦି କେବେ କୁଆଡେ ବୁଲିବାକୁ ଯାଉଛନ୍ତି, ତେବେ ନିଶ୍ଚିତ ଭାବରେ ତାଙ୍କ ପାଇଁ କୌଣସି ଏକ ଉପହାର ଆଣନ୍ତୁ। ଏହା ଦର୍ଶାଇବ ଯେ ତୁମେ ଦୂରରେ ଥିବାବେଳେ ବି ତାଙ୍କ ବିଷୟରେ ଚିନ୍ତା କରୁଛ। ଏହା ସହିତ ବନ୍ଧୁଙ୍କର ପସନ୍ଦର କୌଣସି ଏକ ରେଷ୍ଟୁରାଣ୍ଟରେ ଏକ ସର୍‌ପ୍ରାଇଜ୍ ରାତ୍ରଭୋଜନର ମଧ୍ୟ ଯୋଜନା କରିପାରିବେ।

Best friend Sara Ali Khan and Janhavi Kapoorବେଷ୍ଟ୍ ଫ୍ରେଣ୍ଡ୍ ସାରା ଅଲୀ ଖାନ୍-ଜାହ୍ନବୀ କପୁର

ପସନ୍ଦକୁ ସମ୍ମାନ ଦେବା:

ବିଚାରରେ ମତଭେଦ ରହିବା ସ୍ୱାଭାବିକ। ଯଦି ବନ୍ଧୁ ଏକ ଭଲ ନିଷ୍ପତ୍ତି ନିଅନ୍ତି ଏବଂ ଆପଣ ତାଙ୍କ ସହ ସହମତ ନୁହଁନ୍ତି, ତାଙ୍କୁ ବାଧା ଦେବା ପରିବର୍ତ୍ତେ ତାଙ୍କ ନିଷ୍ପତ୍ତିରେ ତାଙ୍କୁ ଆଗକୁ ବଢିବାକୁ ଦିଅନ୍ତୁ। ଆପଣଙ୍କର ପରାମର୍ଶ ଠିକ ହୋଇପାରେ, କିନ୍ତୁ ଆପଣଙ୍କର ବନ୍ଧୁଙ୍କ ଦୃଷ୍ଟିକୋଣ ଭିନ୍ନ ହୋଇପାରେ। ତାଙ୍କୁ ତୁମର ଅନୁଭୂତିରୁ ଶିଖିବାର ସୁଯୋଗ ଦିଅନ୍ତୁ। ଯଦି ବନ୍ଧୁଙ୍କ ନିଷ୍ପତ୍ତି ବିପଦରେ ପଡିବା ଭଳି ହୋଇଥାଏ, ତେବେ ତାଙ୍କୁ ରକ୍ଷା କରିବାକୁ ସବୁ ଚେଷ୍ଟା କରିବା ଜରୁରୀ। ସେ ବର୍ତ୍ତମାନ ନ ବୁଝିପାରିଲେ ବି ଭବିଷ୍ୟତରେ ଆପେ ଆପେ ଅନୁଭବ କରିବେ ଯେ ଆପଣ ଏହା କାହିଁକି କହୁଥିଲେ।

ଅଧିକ ପଢ଼ନ୍ତୁ: Relationship Tips: ୭ଟି ଉପାୟରେ ଜାଣନ୍ତୁ ଆପଣଙ୍କ ସାଙ୍ଗ ସତ ନା ଫେକ୍

ଜଣେ ଭଲ ଶ୍ରୋତା ହେବା:

ବନ୍ଧୁଙ୍କ କଥାକୁ ମନଦେଇ ଶୁଣିବା ଜରୁରୀ। ସେ ଯେପରି ଭାବିବେ ଯେ ତାଙ୍କ କଥାକୁ ଗୁରୁତ୍ୱ ଦିଆଯାଉଛି। ଏହା ସହିତ ତାଙ୍କୁ ମଝିରେ ମଝିରେ ପ୍ରଶ୍ନ କରିବା ଉଚିତ। ସମସ୍ୟା ସମାଧାନ ହେଉ ବା ନ ହେଉ କିନ୍ତୁ ସୁଖ ଦୁଃଖ ବାଣ୍ଟିବା ଦ୍ୱାରା ସାମ୍ନାରେ ଥିବା ବ୍ୟକ୍ତିଙ୍କ ମନକୁ ଶାନ୍ତି ମିଳିଥାଏ।

ବିଚାର କରି କଥା କହିବା:

କିଛି କହିବା ପୂର୍ବରୁ ଥରେ ନିଜ ଶବ୍ଦ ଉପରେ ବିଚାର କରିବା ଜରୁରୀ। ବିଶେଷକରି ରାଗ ସମୟରେ କଥା ଉପରେ ଧ୍ୟାନ ଦେବା ଉଚିତ। ଏହା କରିବା ଦ୍ୱାରା ରାଗ ସମୟରେ ଆସୁଥିବା କଟୁ ଶବ୍ଦ କହିବା ଏବଂ ସାଙ୍ଗକୁ ଆଘାତ ଦେବାଠାରୁ ରକ୍ଷା ମିଳିବ।

ହସ୍ତକ୍ଷେପ କରିବା ଠିକ ନୁହେଁ:

ଯଦି ଜଣେ କୌଣସି ପରିସ୍ଥିତିରେ ପରାମର୍ଶ ମାଗନ୍ତି, ତେବେ ଏହାକୁ ଏଡେଇବା ଉଚିତ ନୁହେଁ। ବୋଧହୁଏ କୌଣସି ପରିସ୍ଥିତିରେ ପଡି ସେ ମତାମତ ଜାଣିବାକୁ ଚାହାଁନ୍ତି। କିନ୍ତୁ ବନ୍ଧୁଙ୍କ ଜୀବନର ପ୍ରତ୍ୟେକ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଠିକ ନୁହେଁ। ତାଙ୍କୁ ଭାବିବା, ବୁଝିବା ଏବଂ ତା’ପରେ ନିଷ୍ପତ୍ତି ନେବା ପାଇଁ ପୂର୍ଣ୍ଣ ସୁଯୋଗ ଏବଂ ସମୟ ଦେବା ଉଚିତ।

ଅଧିକ ପଢ଼ନ୍ତୁ: Relationship Tips: ଭାରି ବିପଦ ନକଲି ବନ୍ଧୁ; ଏମାନଙ୍କୁ ଚିହ୍ନିବାର ୬ଟି ଉପାୟ

Friends True Friendship Friendship Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ