Advertisment

କାର୍ତ୍ତିକ ବ୍ରତ କେବେଠୁ ? ଆକ୍ଟୋବର ୧୭ ନା ୧୮ରୁ ? ଜାଣନ୍ତୁ....

ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣମୀ ନୀତି ପରଦିନ ଅର୍ଥାତ୍ ୧୮ ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ପାଇଁ ଜ୍ୟୋତିର୍ବିଦ୍ ମତ ରଖିଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ବି ୧୮ରୁ ହବିଷ୍ୟାଳି ଯୋଜନା ଆରମ୍ଭ ହେଉଥିବା କହିଛି।

ଅଦ୍ୟତନ ହୋଇଛି
undefined

Kartik Brata

Advertisment

କ୍ୟାଲେଣ୍ଡରରେ ଅଲଗା ଅଲଗା ତାରିଖକୁ ନେଇ ବଢୁଛି କାର୍ତ୍ତିକ ବ୍ରତ ଦ୍ବଦ୍ବ । ଆସନ୍ତା ୧୭ ନା ୧୮ରୁ ଗୁଆ ଟେକି ବ୍ରତ ଆରମ୍ଭ କରିବେ ହବିଷ୍ୟାଳି, ତାକୁ ନେଇ ଚିନ୍ତାରେ ପଡିଛନ୍ତି। ତେଣେ ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣମୀ ନୀତି ପରଦିନ ଅର୍ଥାତ୍ ୧୮ ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ପାଇଁ ଜ୍ୟୋତିର୍ବିଦ୍ ମତ ରଖିଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ବି ୧୮ରୁ ହବିଷ୍ୟାଳି ଯୋଜନା ଆରମ୍ଭ ହେଉଥିବା କହିଛି।

Advertisment

କାର୍ତ୍ତିକ ବ୍ରତ କେବେଠୁ ? ଆକ୍ଟୋବର ୧୭ ନା ୧୮ରୁ ? ଭିନ୍ନ ଭିନ୍ନ କ୍ୟାଲେଣ୍ଡରରେ ଅଲଗା ଅଲଗା ତାରିଖକୁ ନେଇ ଉପୁଜିଛି ଦ୍ବନ୍ଦ୍ବ । ଯାହକୁ ନେଇ ଅକଳରେ ହବିଷ୍ୟାଳୀ ଓ କାର୍ତ୍ତିକ ବ୍ରତଧାରୀ । ରାଧାରମଣ ପଞ୍ଜିକାରେ ସ୍ପଷ୍ଟ ଭାବେ ଲେଖା ଅଛି ଆସନ୍ତା ୧୭ ତାରିଖ ଗୁରୁବାର ଦିନ କୁମାର ପୂର୍ଣ୍ଣମୀ, ସେ ଦିନ ପୁଣି ଗର୍ଭଣା ସଂକ୍ରାନ୍ତି ଓ ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତ ଆରମ୍ଭ। ତେବେ ଅନ୍ୟ ଏକ ପଞ୍ଜିକା କୋହେନୂର ପ୍ରେସ ପଞ୍ଜିକାରେ କିନ୍ତୁ ୧୭ ତାରିଖରେ ପୂର୍ଣ୍ଣମୀ ଓ ସଂକ୍ରାନ୍ତି ପଡୁଥିବାବେଳେ କାର୍ତ୍ତିକ ବ୍ରତ ୧୮ ତାରିଖ ଅର୍ଥାତ୍ ଶୁକ୍ରବାରରୁ ଆରମ୍ଭ ବୋଲି ଲେଖିଛି। ଯାହାକୁ ନେଇ ଦ୍ବନ୍ଦ୍ବରେ ପଡିଛନ୍ତି ହବିଷ୍ୟାଳୀ। କହିଛନ୍ତି କ୍ୟାଲେଣ୍ଡର ତାରିଖ ଅନୁସାରେ କାର୍ତ୍ତିକ ବ୍ରତକୁ ନେଇ ଦୋମତ ଆସିଛି, କାଳେ ବ୍ରତ କ୍ଷୟ ଯିବ ତେଣୁ ପୂର୍ଣ୍ଣମୀ ଦିନଠୁ ହିଁ ବ୍ରତ ଆରମ୍ଭ କରିଦେବେ। 

ସେପଟେ ଜ୍ୟୋତିର୍ବିଦ୍ ପଦ୍ମନାଭ ତ୍ରିପାଠୀ ଶର୍ମା ବି ମାନିଛନ୍ତି ପାଞ୍ଜିକାରେ କାର୍ତ୍ତିକ ବ୍ରତ ଆରମ୍ଭ ତାରିଖକୁ ନେଇ ଦ୍ବନ୍ଦ୍ବ ଆସିଛି। ଯେହେତୁ ଏବର୍ଷ ପଞ୍ଚୁକରୁ ଗୋଟିଏ ଦିନ କ୍ଷୟ ଯାଉଛି, ତେଣୁ ପଞ୍ଚୁକ ୫ଦିନ ପରିବର୍ତ୍ତେ ୪ଦିନ ପାଳନ ହେବ। ସେଥିପାଇଁ ଦିନ ଗଣନା ଅନୁସାରେ କେତେକ ପଞ୍ଜିକାରେ ତାରିଖ ଦ୍ବନ୍ଦ୍ବ ଉପୁଜିଛି। ତେବେ ପରମ୍ପରା ମୁତାବକ କୁମାର ପୂର୍ଣ୍ଣମୀ ପରଦିନ ବା କାର୍ତ୍ତିକ କୃଷ୍ଣପକ୍ଷ ପ୍ରତିପଦା ତିଥିରୁ ହିଁ କାର୍ତ୍ତିକ ବ୍ରତର ଶୁଭାରମ୍ଭ ହୋଇଥାଏ। ସେ ଅନୁସାରେ ଏଥର ୧୬ ତାରିଖରେ ଗଜଲକ୍ଷ୍ମୀ ପୂଜା,୧୭ରେ କୁମାର ପୂର୍ଣ୍ଣମୀ ଓ ୧୮ରୁ ହିଁ କାର୍ତ୍ତିକ ବ୍ରତ ଆରମ୍ଭ ହେବ।

Advertisment

ତେବେ କୁମାର ପୂର୍ଣ୍ଣମୀରୁ ନା ତା ପରଦିନ, କେଉଁଠୁ ହବିଷ୍ୟାଳି ଧରିବେ କାର୍ତ୍ତିକ ବ୍ରତ ? କେଉଁ ତାରିଖରେ ଗୁଆ ଟେକି ବ୍ରାହ୍ମଣଙ୍କୁ ଛଞ୍ଚା ଦେବେ ? ଏ ଦ୍ବନ୍ଦ୍ବ ଭିତରେ ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି- ଆଶ୍ବିନ ମାସ ଶୁକ୍ଳ ପକ୍ଷ ଏକାଦଶୀରୁ ମନ୍ଦିରରେ ଠାକୁରଙ୍କ କାର୍ତ୍ତିକ ନୀତି ଓ ବାଳଧୂପ ସହ ରାଇ ଦାମୋଦର ବେଶ ଆରମ୍ଭ ହୋଇ ସାରିଛି। ହେଲେ ଆସନ୍ତା ୧୮ ତାରିଖରୁ ପୁରୀରେ ହବିଷ୍ୟାଳିଙ୍କ ପାଇଁ ରହିବା ଓ ମହାପ୍ରସାଦ ସେବନ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଥିବାରୁ ସେଇ ଦିନରୁ ହିଁ ହବିଷ୍ୟାଳୀଙ୍କ କାର୍ତ୍ତିକ ବ୍ରତ ଆରମ୍ଭ ହେବ। 

ସେପଟେ ଦୈନଦିନ ଚଳଣି ଓ ଯାନିଯାତ୍ରା ପାଇଁ ସାଧରଣ ଲୋକ ପଞ୍ଜିକା ଉପରେ ନିର୍ଭର କରୁଥିବାରୁ, ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପକ୍ଷରୁ କେବଳ ପାଞ୍ଜିକାର ମାନଙ୍କୁ ସ୍ବିକୃତୀ ଦେବା ପରିବର୍ତ୍ତେ ମନ୍ଦିର ପାଇଁ ନିଜସ୍ବ ଏକ ପାଞ୍ଜିକା ପ୍ରଚଳନ କରାଇବାକୁ ଗୁରୁତ୍ବ ଦେଇଛନ୍ତି ଶ୍ରୀମନ୍ଦିର ପୁରୋହିତ। ଏବର୍ଷ ପଞ୍ଚୁକ ବ୍ରତ ୪ଦିନ ପାଳନ ହେବ। ମଝିରେ ଚତୁର୍ଦ୍ଦଶୀ କ୍ଷୟ ଯାଉଥିବାରୁ ଶ୍ରୀଜିଉଙ୍କ ଲକ୍ଷ୍ମୀନୃସିଂହ ବା ଡାଳିକିଆ ବେଶ ନହୋଇ ସିଧା କାର୍ତ୍ତିକ ପୂର୍ଣ୍ଣମୀରେ ରାଜ ରାଜେଶ୍ୱର ବା ସୁନାବେଶ କରାଯିବ।

Advertisment

Kartik Purnima
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ