Advertisment

Friendship Day 2023: ଏମାନେ ହେଲେ ବଲିଉଡ୍‌ର ସଚ୍ଚା ବାନ୍ଧବୀ; ଏକାଠି ହେଲେ ଖୁବ୍ ମସ୍ତି

ସେ ଜଣେ ରିକ୍ସାବାଲା ହେଉ କି ଜଣେ ମାଲିକ, ସେ ଜଣେ ପିଅନ ହେଉ କି ଆଇଏଏସ୍ ଅଫିସର ନିଜ ସୁଖ ଦୁଃଖକୁ ବାଣ୍ଟିବା ନେଇ ଜଣେ ଭଲ ବନ୍ଧୁ ଦରକାର କରନ୍ତି। ଏଥିରୁ ସିନେମା ଶିଳ୍ପ ବା ବଞ୍ଚିବ କିପରି। ଆମେ ପ୍ରାୟତଃ ଅନେକ ବଲିଉଡ୍‌ ଅଭିନେତ୍ରୀଙ୍କୁ ପ୍ରକୃତ ବନ୍ଧୁ ପରି ପରସ୍ପରକୁ ସମର୍ଥନ କରୁଥିବା ଦେଖୁ।

ଅଦ୍ୟତନ ହୋଇଛି
Friendship Day 2023 Bollywood Friends

Friendship Day 2023 Bollywood Friends

Advertisment

ଭାଗ୍ୟରେ ଥିଲେ ଜଣେ ସଚ୍ଚୋଟ ବନ୍ଧୁଟିଏ ମିଳିଥାଏ। ଜଣେ ଭଲ ବନ୍ଧୁ ମିଳିଗଲେ ଜୀବନର ସବୁ ଚ୍ୟାଲେଞ୍ଜକୁ ସାମ୍ନା କରିବା ସହଜ ହୋଇଯାଏ। ସେ ଜଣେ ରିକ୍ସାବାଲା ହେଉ କି ଜଣେ ମାଲିକ, ସେ ଜଣେ ପିଅନ ହେଉ କି ଆଇଏଏସ୍ ଅଫିସର ନିଜ ସୁଖ ଦୁଃଖକୁ ବାଣ୍ଟିବା ନେଇ ଜଣେ ଭଲ ବନ୍ଧୁ ଦରକାର କରନ୍ତି।

Advertisment

ଏଥିରୁ ସିନେମା ଶିଳ୍ପ ବା ବଞ୍ଚିବ କିପରି। ଆମେ ପ୍ରାୟତଃ ଅନେକ ବଲିଉଡ୍‌ ଅଭିନେତ୍ରୀଙ୍କୁ ପ୍ରକୃତ ବନ୍ଧୁ ପରି ପରସ୍ପରକୁ ସମର୍ଥନ କରୁଥିବା ଦେଖୁ। ଆଲିଆ ଭଟ୍ଟ ଏବଂ ଆକାଂକ୍ଷା ରଂଜନ କପୁରଙ୍କ ଠାରୁ କରୀନା କପୁର ଏବଂ ମଲାଇକା ଅରୋରା-ଅମୃତା ଅରୋରା ପର୍ଯ୍ୟନ୍ତ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସବୁଠାରୁ ଭଲ ବନ୍ଧୁ ବୋଲି ଅନେକ ସମୟରେ ପ୍ରମାଣ ଦେଇଛନ୍ତି। ଆସନ୍ତୁ ସେମିତି କିଛି ବଲିଉଡ୍ ବନ୍ଧୁଙ୍କ ଉପରେ ନଜର ପକେଇବା।

ମସାବା ଗୁପ୍ତା - ରିୟା କପୁର:

ଡିଜାଇନର୍ ମସାବା ଗୁପ୍ତା ଏବଂ ଚଳଚ୍ଚିତ୍ର ନିର୍ମାତା-ଷ୍ଟାଇଲିଷ୍ଟ ରିୟା କପୁର ଦୀର୍ଘ ସମୟ ଧରି ବନ୍ଧୁତାର ସମ୍ପର୍କରେ ବନ୍ଧା। ଉଭୟଙ୍କ ସଂପର୍କ ଖୁବ ମଜଭୁତ। ଫ୍ୟାଶନ୍‌ରେ ଗୋଟିଏ ପ୍ରକାର ଚିନ୍ତାଧାରା ସେମାନଙ୍କର ଫ୍ୟାଶନ ଗେମ୍ ଏବଂ ବନ୍ଧୁତାକୁ ଏକ ନୂଆ ସ୍ତରକୁ ନେଇଯାଇଥିଲା।

Advertisment

ସୁହାନା ଖାନ - ଅନନ୍ୟା ପାଣ୍ଡେ - ଶନାୟା କପୁର:

ସୁହାନା ଖାନଙ୍କ ଭଲ ସାଙ୍ଗ ହେଲେ ଅନନ୍ୟା ପାଣ୍ଡେ ଏବଂ ଶନାୟା କପୁର। ଏହି ୩ ସାଙ୍ଗ ସେମାନଙ୍କର ପାର୍ଟି ପିକ୍ସ, କାଜୁଆଲ୍ ହ୍ୟାଙ୍ଗ୍‌ଆଉଟ୍ ଏବଂ ପିଲାଦିନର ଥ୍ରୋବ୍ୟାକ୍ ଫଟୋ ସହିତ ସେମାନଙ୍କ ବନ୍ଧୁତାର ପରିଚୟ ଦିଅନ୍ତି। ଅନନ୍ୟା ବଲିଉଡ୍‌ରେ ପ୍ରବେଶ କରିଥିବାବେଳେ ସୁହାନା ଏବଂ ଶନାୟା ଖୁବ ଶୀଘ୍ର ବଲିଉଡ୍‌ରେ ପ୍ରବେଶ କରିବାକୁ ଯାଉଛନ୍ତି।

ଆଲିଆ ଭଟ୍ଟ - ଆକାଂକ୍ଷା ରଂଜନ କପୁର:

ପିଲାଦିନରୁ ଆଲିଆ ଭଟ୍ଟ ଓ ଆକାଂକ୍ଷା ରଂଜନ କପୁରଙ୍କୁ ସର୍ବୋତ୍ତମ ବନ୍ଧୁ ଭାବରେ ବିବେଚନା କରାଯାଏ। ସେମାନେ ପ୍ରାୟତଃ ସାଙ୍ଗ ହୋଇ ଛୁଟି କାଟନ୍ତି। ଆକାଂକ୍ଷା ତାଙ୍କ ଘରେ ଆଲିଆଙ୍କ ବ୍ୟାଚ୍‌ଲେରେଟ୍ ପାର୍ଟୀ ଦେଇଥିଲେ।

Advertisment

ଜାହ୍ନଭୀ କପୁର - ସାରା ଅଲି ଖାନ୍‌:

ଜାହ୍ନଭୀ କପୁର ଏବଂ ସାରା ଅଲି ଖାନ୍‌ ଇଣ୍ଡଷ୍ଟ୍ରିର ସବୁଠାରୁ ଭଲ ବନ୍ଧୁ। ନିକଟରେ ଉଭୟଙ୍କୁ କଫି ୱିଥ୍ କରଣ ସିଜନ ୭ରେ ଦେଖିବାକୁ ମିଳିଥିଲା। ଦୁହେଁ ଏଠାରେ ସେମାନଙ୍କ ବନ୍ଧୁତ୍ୱର ଅନେକ କାହାଣୀ ପ୍ରକାଶ କରିଥିଲେ। ଯେତେବେଳେ ଦୁହେଁ ଏକାଠି ହୁଅନ୍ତି, ସେତେବେଳେ ସେମାନେ ବହୁତ ମଜା କରନ୍ତି।

କରୀନା କପୁର - କରିସ୍ମା କପୁର - ମଲାଇକା ଅରୋରା - ଅମୃତା ଅରୋରା:

କରୀନା କପୁର ଖାନଙ୍କ ଶ୍ରେଷ୍ଠ ବନ୍ଧୁ ଟିମ୍‌ରେ ଭଉଣୀ କରିସ୍ମା କପୁର, ବାନ୍ଧବୀ ମଲାଇକା ଅରୋରା ଏବଂ ଅମୃତା ଅରୋରା ସାମିଲ୍ ଅଛନ୍ତି। ଏହି ୪ ସୁନ୍ଦରୀ ସେମାନଙ୍କ ଦଶନ୍ଧିର ପୁରୁଣା ବନ୍ଧୁତାକୁ ଖୁବ୍ ଉପଭୋଗ କରନ୍ତି ଏବଂ ସର୍ବଦା ପରସ୍ପରକୁ ସମର୍ଥନ କରନ୍ତି।

ସୋନମ କପୁର - ମସାବା ଗୁପ୍ତା:

ସୋନମ କପୁର ଏବଂ ମସାବା ଗୁପ୍ତା ମଧ୍ୟ ବହୁତ ଭଲ ବନ୍ଧୁ। ସୋନମଙ୍କ ଫ୍ୟାଶନ କଳାକୁ ଉନ୍ନତି ପାଇଁ ମସାବାଙ୍କ ହାତ ଥିବା କୁହାଯାଏ। ଉଭୟ ବହୁତ ପୁରୁଣା ବନ୍ଧୁ। ସୋନମ ଏବଂ ମସାବାଙ୍କୁ ପ୍ରାୟ ସମୟରେ ବାହାରେ ଏକାଠି ଦେଖାଯାଏ। ସୋସିଆଲ ମିଡିଆରେ ଉଭୟ ପରସ୍ପରକୁ ଖୁବ୍ ପ୍ରଶଂସା କରୁଥିବା ଦେଖାଯାଏ।

Bollywood Friends Friendship Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ