Advertisment

Sri Chaitanya Mahaprabhu: ୫ ଶହ ବର୍ଷ ହେଲା ଏଇଠି ପୂଜା ପାଉଛି ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଦିବ୍ୟ ଅଙ୍ଗଲାଗି କନ୍ଥାବସ୍ତ୍ର

ପୁରୀରୁ ବୃନ୍ଦାବନକୁ ଯିବା ବାଟରେ ଶ୍ରୀଚୈତନ୍ୟ ପ୍ରଭୁ ପାଞ୍ଚ ଦିନ ରହିଥିଲେ ଏହି ମନ୍ଦିରରେ । ମନ୍ଦିର ପାଖରେ ଥିବା ସାଳନ୍ଦୀ ନଦୀରେ ଶ୍ରୀ ଚୈତନ୍ୟ ପ୍ରଭୁ ପ୍ରତିଦିନ ସ୍ନାନ କରୁଥିଲେ । ଶେଷରେ ଶ୍ରୀ ଚୈତନ୍ୟ ଏହି ସ୍ଥାନ ଛାଡି ଯିବା ବେଳେ ତାଙ୍କ ନିତ୍ୟ ବ୍ୟବହୃତ କନ୍ଥାଟିଏ ମନ୍ଦିରର ମହନ୍ତଙ୍କୁ ସ୍ମୃତି ରୂପେ ଦେଇଯାଇଥିଲେ । ଆଉ ସେହି କନ୍ଥା ଏବେ ବି ରହିଛି ମନ୍ଦିରରେ ।

ଅଦ୍ୟତନ ହୋଇଛି
ଶ୍ରୀ ଚୈତନ୍ୟ ମହାପ୍ରଭୁ

ଶ୍ରୀ ଚୈତନ୍ୟ ମହାପ୍ରଭୁ

Advertisment

ଭଦ୍ରକର ସର୍ବପୁରାତନ ବୈଷ୍ଣବ ପୀଠ (ସନ୍ଥନଗର) ସନ୍ଥିଆ ସ୍ଥିତ ଶ୍ରୀ ଶ୍ରୀ ରାଧାମୋହନ ମନ୍ଦିରରେ ଆଷାଢ ଶୁକ୍ଳ ପଞ୍ଚମି ତିଥିରେ ୫୩୮ ବର୍ଷ ତଳର କଳିଯୁଗ ପାବନୀ ଅବତାରୀ ପ୍ରେମ ପୁରୁଷୋତ୍ତମ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଦିବ୍ୟ ଅଙ୍ଗଲାଗି କନ୍ଥାବସ୍ତ୍ର ପ୍ରଦର୍ଶନ କରାଯାଇଛି।  ଏହି ଅବସରରେ ଶ୍ରୀ ରାଧା ମଦନମୋହନ ଜୀଉଙ୍କର ପ୍ରତିଷ୍ଠାତା ସାର୍ବଭୌମ ଶ୍ରୀ ଗଂଗା ନାରାୟଣ ବିଦ୍ୟା ବାରିଷ୍ଟ୍ରିଙ୍କ ତିରୋଧାନ ଉତ୍ସବ ମଧ୍ୟ ମହାସମାରୋହରେ ପାଳିତ ହୋଇଯାଇଛି । ମଙ୍ଗଳ ଆରତୀ ପରେ ଶ୍ରୀ ବିଗ୍ରହଙ୍କ ବିଶେଷ ପୂଜା କରାଯାଇଥିଲା। 

Advertisment

ଶ୍ରୀଜୀଉଙ୍କ ତରଫରୁ ଗୋସ୍ୱାମୀ ପରିବାର ଦେବକୁମାର ଗୋସ୍ୱାମୀଙ୍କ ଦ୍ୱାରା ଓ ମନ୍ଦିରର କୁଳ ପୁରୋହିତ କେଦାର ଭଟ୍ଟାଚାର୍ଯ୍ୟଙ୍କ ପୌରୋହିତ୍ୟରେ ଶ୍ରାଦ୍ଧଉତ୍ସବ ସଂପାଦିତ ହୋଇଥିଲା । ବିଭିନ୍ନ ପ୍ରକାର ମିଷ୍ଟାନ୍ନ, ଫଳମୂଳ ନୈବେଦ୍ୟ ମଧ୍ୟ ଅର୍ପଣ କରାଯାଇଥିଲା । ପରେ ମନ୍ଦିରର ମହନ୍ତ ମହାରାଜ ତଥା ଗ୍ରାମର ବରିଷ୍ଠ ବ୍ୟକ୍ତିମାନଙ୍କ ଦ୍ୱାରା ଶ୍ରୀମଦ ମହାପ୍ରଭୁଙ୍କ ଲୀଳା କୀର୍ତ୍ତନ ପରିବେଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁ ଭକ୍ତମାନେ କନ୍ଥା ଦର୍ଶନ କରିବା ସହ ପ୍ରସାଦ ସେବନ କରି ନିଜକୁ ଧନ୍ୟ ମଣିଥିଲେ ।

ପୁରୀରୁ ବୃନ୍ଦାବନକୁ ଯିବା ବାଟରେ ଶ୍ରୀଚୈତନ୍ୟ ପ୍ରଭୁ ପାଞ୍ଚ ଦିନ ରହିଥିଲେ ଏହି ମନ୍ଦିରରେ । ମନ୍ଦିର ପାଖରେ ଥିବା ସାଳନ୍ଦୀ ନଦୀରେ ଶ୍ରୀ ଚୈତନ୍ୟ ପ୍ରଭୁ ପ୍ରତିଦିନ ସ୍ନାନ କରୁଥିଲେ । ଶେଷରେ ଶ୍ରୀ ଚୈତନ୍ୟ ଏହି ସ୍ଥାନ ଛାଡି ଯିବା ବେଳେ ତାଙ୍କ ନିତ୍ୟ ବ୍ୟବହୃତ କନ୍ଥାଟିଏ ମନ୍ଦିରର ମହନ୍ତଙ୍କୁ ସ୍ମୃତି ରୂପେ ଦେଇଯାଇଥିଲେ । ଆଉ ସେହି କନ୍ଥା ଏବେ ବି ରହିଛି ମନ୍ଦିରରେ ।

Advertisment

ପ୍ରତ୍ୟେକ ଦିନ ଏହି କନ୍ଥା ସମସ୍ତ ରୀତି ଅନୁସାରେ ପୂଜା ହୋଇଥାଏ । ଶ୍ରୀ ଚୈତନ୍ୟ ପ୍ରଭୁଙ୍କ ସହ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୂଭଦ୍ରାଙ୍କୁ ପୂଜା କରାଯାଉଛି । ଶ୍ରୀ ମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କୁ ଗଛର ପତ୍ରରୁ ରଙ୍ଗ ପ୍ରସ୍ତୁତ କରାଯାଇ ପ୍ରଲେପ ଭଳି ଏଠାରେ ଜଗନ୍ନାଥଙ୍କୁ ମଧ୍ୟ ରଙ୍ଗ କରାଯାଇଥାଏ । କୌଣସି ରାସାୟାନିକ ରଙ୍ଗ ଠାକୁରଙ୍କ ଦେହରେ ଲଗାଯାଏ ନାହିଁ । କେବଳ ଭଦ୍ରକ ନୁହେଁ କି ଓଡିଶା ନୁହେଁ ଦେଶର ବିଭିନ୍ନ କୋଣରୁ ଶ୍ରଦ୍ଧାଳୁ ମାନେ ଏଠାକୁ ଆସି ଆଜିର ଦିନରେ ପବିତ୍ର କନ୍ଥା ଦର୍ଶନ କରି ଆଶିଷ ଲାଭ କରିଥାଆନ୍ତି । ଆଜି ଦିନ ସାରା ଶ୍ରଦ୍ଧାଲୁଙ୍କ ଭିଡ ଜମିଥାଏ । ଭଜନ କୀର୍ତ୍ତନରେ ସମଗ୍ର ପରିବେଶ ଆଜି ଭାବମୟ ହୋଇ ଉଠିଛି । ଏହି ଭାବମୟ ପରିବେଶକୁ ସାନିଧ୍ୟ ଲାଭ ପାଇଁ ହଜାର ହାଜର ଭକ୍ତ ଆଜି ସମାଗମ ହୋଇଛନ୍ତି ।

ପୁଣି ଅପେକ୍ଷା ବର୍ଷଟିଏ । ଆସନ୍ତା ବର୍ଷ ଠିକ୍ ହେରାପଞ୍ଚମୀ ଦିନ ଭକ୍ତ ପୁଣି ଦର୍ଶନ କରିବେ ଶ୍ରୀ ଚୈତନ୍ୟଙ୍କ ଏହି ଅଙ୍ଗ ବସ୍ତ୍ରକୁ ।

Advertisment
Devotees Bhadrak Festivals Hera Panchami
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ