Advertisment

ଓଡ଼ିଶାର ସ୍ୱାଦ, ଓଡ଼ିଆଙ୍କ ପ୍ରିୟ ଛେନାପୋଡ଼

ନୟାଗଡ଼ରେ ମିଠା ବ୍ୟବସାୟୀ ସୁଦର୍ଶନ ସାହୁ କିଛି ଛେନାକୁ ନେଇ ଏପରି ବ୍ୟଞ୍ଜନର ଆବିଷ୍କାର କରିଥିଲେ। ଧିରେ ଧିରେ ନୟାଗଡ଼ରୁ ଏବେ ସାରା ରାଜ୍ୟରେ ଛେନାପୋଡ଼ ନିଜ ସ୍ୱାଦକୁ ପରସି ପାରିଛି ।

ଅଦ୍ୟତନ ହୋଇଛି
Odisha Celebrates Chenna Poda Divas

chenna poda Divas

Advertisment

କ୍ଷୀରରୁ ଛେନା ଆଉ ଛେନାରୁ ଛେନାପୋଡ଼ । ଓଡ଼ିଆର ସ୍ୱାଦ ଏବଂ ପ୍ରତିଟି ଓଡ଼ିଆର ପସନ୍ଦର ମିଠା । ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଅର୍ପଣ ହେଉଥିବା ଏହି ପିଠା ଓ ମିଠାର ଡବଲ୍ ସ୍ୱାଦ ଓଡ଼ିଆଙ୍କ ସବୁ ପର୍ବ ପର୍ବାଣୀରେ ଖୋଜାପଡ଼େ । ଆଉ ଆଜି ସେହି ସ୍ୱାଦିଷ୍ଟ ଛେନାପୋଡ଼ ପାଇଁ ଉତ୍ସର୍ଗିତ ଦିନ ଛେନାପୋଡ଼ ଦିବସ । ଏପ୍ରିଲ ୧୧ ପ୍ରତିବର୍ଷ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଏ ।

Advertisment

ବିଶ୍ୱାସ ରହିଛି, ନୟାଗଡ଼ରେ ମିଠା ବ୍ୟବସାୟୀ ସୁଦର୍ଶନ ସାହୁ କିଛି ଛେନାକୁ ନେଇ ଏପରି ବ୍ୟଞ୍ଜନର ଆବିଷ୍କାର କରିଥିଲେ। ଧିରେ ଧିରେ ନୟାଗଡ଼ରୁ ଏବେ ସାରା ରାଜ୍ୟରେ ଛେନାପୋଡ଼ ନିଜ ସ୍ୱାଦକୁ ପରସି ପାରିଛି । ପ୍ରତିଦିନ ନୟାଗଡ଼ ସମେତ ସାରା ଦେଶକୁ ରାଜ୍ୟର ବିଭିନ୍ନ ସ୍ଥାନର ଛେନାପୋଡ଼ ରପ୍ତାନୀ ବି କରାଯାଉଛି । ସମସ୍ତେ ଆଦର କରନ୍ତି, ସମସ୍ତେ ନିଜର କରି ନେଇଛନ୍ତି । ହେଲେ ଛେନାପୋଡ଼କୁ GI ଟ୍ୟାଗ୍ ଏବେ ଯାଏଁ ମିଳିନି । ତେଣୁ ରସଗୋଲା ଭଳି ବିବାଦ ଛେନାପୋଡ଼ ସହ ଯୋଡ଼ି ହେବା ପୂର୍ବରୁ ଏହାକୁ ଉପଯୁକ୍ତ ମାନ୍ୟତା ପାଇଁ ଦାବି ଉଠିଲାଣି।

ଛେନାପୋଡ଼କୁ ନେଇ ଏବେ ପୁଣି ଚର୍ଚ୍ଚା l ଗତବର୍ଷ ଠାରୁ ଏପ୍ରିଲ ୧୧କୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରିବାକୁ ସରକାରୀ ଏବଂ ବେସରକାରୀ ସ୍ତରରେ ଆରମ୍ଭ ହୋଇଛି ଉଦ୍ୟମ। ଏପଟେ ଛେନାପୋଡ଼କୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଗତବର୍ଷ ଠାରୁ ଆବେଦନ କରିଛି ନୟାଗଡ଼ ଜିଲ୍ଲା ପ୍ରଶାସନ।

Advertisment

ଛେନାପୋଡ଼, ଦେଖିଦେଲେ ଓ ଭାବିଦେଲେ ପାଟିରୁ ଗଡିଆସେ ଲାଳ। ଲୁତୁପୁତୁରେ ଭରା ଛେନାପୋଡ଼ କାହାର ବା ପସନ୍ଦ ନୁହେଁ। ପିଲାଠୁ ବୁଢ଼ା, ମେହନତି ମଣିଷଠୁ ଆରମ୍ଭ କରି ସେଲିବ୍ରିଟି,ସଭିଁଙ୍କ ଖାସ ମିଠା ଛେନାପୋଡ଼। ତାକୁ କିଏ କୁହେ ମିଠା ତ ପୁଣି କିଏ କୁହେ ପିଠା। ଏହି ସୁସ୍ୱାଦୁ ବ୍ୟଞ୍ଜନ ଯୁକ୍ତ ଛେନାପୋଡ଼କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା।

ନୟାଗଡ଼ରୁ ସୃଷ୍ଟ ଏହି ଛେନାପୋଡ଼କୁ ଏବେ ବିଶ୍ୱସ୍ତରୀୟ କରିବାକୁ ଅଣ୍ଟା ଭିଡିଛନ୍ତି ସମସ୍ତେ। ନୟାଗଡ଼ ଛେନାପୋଡ଼ର ସ୍ରଷ୍ଟା କୁହାଯାଉଥିବା ସୁଦର୍ଶନ ସାହୁଙ୍କ ଜନ୍ମଦିନ ଏପ୍ରିଲ ୧୧କୁ ବିଶ୍ୱ ଛେନାପୋଡ଼ ଦିବସ ରୂପେ ପାଳନ କରୁଛନ୍ତି ସମସ୍ତେ। ଏଥିପାଇଁ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ଜୋର ଧରିଲାଣି। ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏପ୍ରିଲ ୧୧ କୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ ପାଇଁ ୨୦୨୨ ମସିହାରୁ ଆରମ୍ଭ ହୋଇଛି ଉଦ୍ୟମ। ଆଉ ଏହା ପରେ ଏବେ ଚାରିଆଡେ ବିଶ୍ୱ ଛେନାପୋଡ଼ ଦିବସ ପାଳନ ହୋଇଆସୁଛି।

Advertisment
Chenapoda Divas
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ