Advertisment

National Nutrition Week 2023: ଦୈନିକ ଖାଦ୍ୟରେ ସାମିଲ କରନ୍ତୁ ଏହି ୫ ଜିନିଷ, ପାଖ ମାଡିବନି ଡେଙ୍ଗୁ...

ବର୍ତ୍ତମାନ ଡେଙ୍ଗୁ ଜ୍ୱରକୁ ନେଇ ଚାରିଆଡେ ଆତଙ୍କ ସୃଷ୍ଟି ହୋଇଛି। ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବ୍ୟାପକ ହେଉଥିବାରୁ ପ୍ରଶାସନ ଏହାକୁ ଆୟତ୍ତ କରିବାରେ ବିଫଳ ହେଉଥିବା ଦେଖିଯାଉଛି। ତେବେ ‘ଜାତୀୟ ପୋଷଣ ସପ୍ତାହ’ ଅବସରରେ ଆସନ୍ତୁ ଏପରି କିଛି ଖାଦ୍ୟ ବିଷୟରେ ଜାଣିନେବା ଯାହାର ବ୍ୟବହାର ଯୋଗୁଁ ଖୁବ୍ ଶୀଘ୍ର ପ୍ଲାଟଲେଟ୍ କାଉଣ୍ଟ୍ ବଢାଯାଇପାରେ।

ଅଦ୍ୟତନ ହୋଇଛି
National Nutrition Week 2023: Foods for dengue fever

5 amazing foods to increase platelet count in few hours during dengue fever

Advertisment

ଦେଶରେ ପାଳନ ହେଉଥିବା ‘ଜାତୀୟ ପୋଷଣ ସପ୍ତାହ’ ସପ୍ତମ ଦିନରେ ପହଞ୍ଚିଛି। ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧ ରୁ ଆରମ୍ଭ ହୋଇଛି। ଏହି ଅବସରରେ ଶରୀରକୁ ସୁସ୍ଥ ଆଉ ଫିଟ୍ ରଖିବାକୁ ହେଲେ କେଉଁସବୁ ଖାଦ୍ୟ ଖାଇବା ଜରୁରୀ ସେ ବିଷୟରେ ବିଭିନ୍ନ ସ୍ତରରେ ଲୋକଙ୍କୁ ବୁଝାଯାଉଛି ଆଉ ଟିପ୍ସ ମଧ୍ୟ ଦିଆଯାଉଛି।

Advertisment

ବର୍ତ୍ତମାନ ଡେଙ୍ଗୁ ଜ୍ୱରକୁ ନେଇ ଚାରିଆଡେ ଆତଙ୍କ ସୃଷ୍ଟି ହୋଇଛି। ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବ୍ୟାପକ ହେଉଥିବାରୁ ପ୍ରଶାସନ ଏହାକୁ ଆୟତ୍ତ କରିବାରେ ବିଫଳ ହେଉଥିବା ଦେଖାଯାଉଛି। ବିଭିନ୍ନ ଚିକିତ୍ସାଳୟରେ ରୋଗୀମାନଙ୍କ ସଂଖ୍ୟା ବଢିବାରେ ଲାଗିଛି।

ଅଧିକ ପଢ଼ନ୍ତୁ: ହାର୍ଟଆଟାକ୍‌ରୁ ରକ୍ଷା ପାଇବା ପାଇଁ ଖାଦ୍ୟରେ ସାମିଲ୍ କରନ୍ତୁ ଏହି ୫ ଡାଲି

Advertisment

ଡେଙ୍ଗୁ ଜ୍ୱର ହେତୁ ଲୋକଙ୍କ ରକ୍ତରେ ମିଳୁଥିବା ପ୍ଲାଟ୍‌ଲେଟ୍‌ ଦ୍ରୁତ ଗତିରେ ହ୍ରାସ ପାଏ। ରକ୍ତରେ କମ୍ ପ୍ଲାଟଲେଟ୍ କାଉଣ୍ଟ୍ କାରଣରୁ ରକ୍ତସ୍ରାବ ହେବାର ଆଶଙ୍କା ବଢିଯାଏ। ତେଣୁ ଡେଙ୍ଗୁ ରୋଗୀମାନେ ପ୍ରତିଦିନ ପ୍ଲାଟ୍‌ଲେଟ୍ ଉପରେ ନଜର ରଖିବା ଉଚିତ ଏବଂ ପ୍ଲାଟ୍‌ଲେଟ୍ ବୃଦ୍ଧି ପାଇଁ ସମସ୍ତ ସମ୍ଭାବ୍ୟ ପ୍ରୟାସ କରିବା ଦରକାର। ତେବେ ଏହି ‘ଜାତୀୟ ପୋଷଣ ସପ୍ତାହ’ ଅବସରରେ ଆସନ୍ତୁ ଏପରି କିଛି ଖାଦ୍ୟ ବିଷୟରେ ଜାଣିନେବା ଯାହାର ବ୍ୟବହାର ଯୋଗୁଁ ଖୁବ୍ ଶୀଘ୍ର ପ୍ଲାଲେଟ୍ କାଉଣ୍ଟ୍ ବଢାଯାଇପାରେ।

କିୱି:

ଭିଟାମିନ୍ C ଶରୀରରେ ପ୍ଲାଟଲେଟ୍ ବୃଦ୍ଧି କରିବାରେ ସାହାଯ୍ୟ କରେ। ଏହା ଶରୀରରୁ ଲୌହ ଅଂଶକୁ ଶୋଷଣ କରି ପ୍ଲାଟଲେଟ୍ ଗଣନାକୁ ବଢାଇଥାଏ। ହେଲ୍ଥଲାଇନ ରିପୋର୍ଟ ଅନୁଯାୟୀ, କିୱି ଫଳ ଖାଇବା ଦ୍ୱାରା ପ୍ଲାଟ୍‌ଲେଟ୍ କାଉଣ୍ଟ୍ ଶୀଘ୍ର ବଢିଥାଏ। ଏଥିରେ ଭିଟାମିନ୍ C ପ୍ରଚୁର ପରିମାଣରେ ଥିବାରୁ ଡେଙ୍ଗୁ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ। ଏହା ସହିତ ଲେମ୍ବୁ, କମଳା ଏବଂ ଅଙ୍ଗୁର ଅଦି ଖାଇବା ମଧ୍ୟ ଡେଙ୍ଗୁ ରୋଗୀଙ୍କ ପାଇଁ ଖୁବ ଭଲ।

Advertisment

କ୍ଷୀର:

କ୍ଷୀର ପିଇବା ଦ୍ୱାରା ମଧ୍ୟ ଶୀଘ୍ର ପ୍ଲାଟଲେଟ୍ କାଉଣ୍ଟ ବୃଦ୍ଧି କରିବାରେ ସାହାଯ୍ୟ କରେ। ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ଗାଈ କ୍ଷୀର ପ୍ଲାଟ୍‌ଲେଟ୍ ଉତ୍ପାଦନକୁ ବୃଦ୍ଧି କରିଥାଏ। ଏହା ବ୍ୟତୀତ ଡେଙ୍ଗୁ ରୋଗୀମାନେ ଅଳ୍ପ ପରିମାଣରେ କ୍ଷୀର, ପନିର ଏବଂ ଅଣ୍ଡା ଖାଇପାରିବେ। ଏହି ସମସ୍ତ ଜିନିଷରେ ଭିଟାମିନ୍ B12 ଥାଏ, ଯାହା ରକ୍ତ କୋଷକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହାର ଅଭାବରେ ପ୍ଲାଟ୍‌ଲେଟ୍ ସଂଖ୍ୟା ହ୍ରାସ ପାଇଥାଏ।

ଫୋଲେଟ୍:

ଫୋଲେଟ୍ ହେଉଛି ଏକ B ଭିଟାମିନ୍ ଯାହା ରକ୍ତ କଣିକା ସମେତ କୋଷକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ପ୍ଲାଟ୍‌ଲେଟ୍ କାଉଣ୍ଟ୍‌କୁ ଶୀଘ୍ର ବୃଦ୍ଧି କରିବାରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ। ଯଦି ଆପଣ ପ୍ରାକୃତିକ ଉପାୟରେ ପ୍ଲାଟ୍‌ଲେଟ୍ କାଉଣ୍ଟ୍‌କୁ ବଢାଇବାକୁ ଚାହୁଁଛନ୍ତି, ତେବେ ଆପଣ ଚିନାବାଦାମ ଏବଂ ରାଜ୍‌ମା ଖାଇପାରିବେ। ଏହା ମଧ୍ୟ ଶରୀରକୁ ଶକ୍ତି ଯୋଗାଇଥାଏ। କଖାରୁ ମଞ୍ଜି ମଧ୍ୟ ପ୍ଲାଟଲେଟ୍ ବଢାଇଥାଏ।

ଅଧିକ ପଢ଼ନ୍ତୁ: ଦୀର୍ଘ ବର୍ଷ ବଞ୍ଚିବା ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଏହି ୫ ଜିନିଷ

ଆଇରନ୍ ଯୁକ୍ତ ଖାଦ୍ୟ:

ଆଇରନ୍ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଡେଙ୍ଗୁ ରୋଗୀଙ୍କ ପ୍ଲାଟ୍‌ଲେଟ୍ କାଉଣ୍ଟ୍ ଶୀଘ୍ର ବୃଦ୍ଧିପାଏ। ଶରୀରର ସୁସ୍ଥ ରକ୍ତ କଣିକାର ଉତ୍ପାଦନ ବୃଦ୍ଧି ପାଇଁ ଆଇରନ୍ ଜରୁରୀ। ଏମିତି କିଛି ଖାଦ୍ୟ ଅଛି ଯେଉଁଥିରୁ ପ୍ରଚୁର ପରିମାଣରେ ଆଇରନ୍ ମିଳେ। ଏଥିରେ ମସୁର ଡାଲି ସହିତ ଅନ୍ୟାନ୍ୟ ଡାଲିର ପାଣି ରହିଛି। ଏହା ବ୍ୟତୀତ ଟମାଟୋ, ବ୍ରକୋଲି, ଫୁଲକୋବି ପରି ପନିପରିବା ପ୍ଲାଟ୍‌ଲେଟ୍ ବୃଦ୍ଧିରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରେ।

ପ‍ଇଡ ପାଣି:

ଡେଙ୍ଗୁ ରୋଗୀଙ୍କୁ ପ‍ଇଡ ପାଣି ପିଇବାକୁ ପରାମର୍ଶ ଦିଆଯାଏ। ନ୍ୟାସନାଲ୍ ଲାଇବ୍ରେରୀ ଅଫ୍ ମେଡିସିନ୍‌ରେ ପ୍ରକାଶିତ ୨୦୧୯ ଅଧ୍ୟୟନ ଅନୁଯାୟୀ, ପ‍ଇଡ ପାଣି ନିୟମିତ ବ୍ୟବହାର ଆମର ଲାଲ ରକ୍ତ କଣିକା ଏବଂ ହେମୋଗ୍ଲୋବିନ୍ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ। ପ‍ଇଡ ପାଣି ପିଇବା ଦ୍ୱାରା ପ୍ଲାଟ୍‌ଲେଟ୍ ସ୍ତରରେ ବୃଦ୍ଧି ସହିତ ରକ୍ତସ୍ରାବ ସମୟ ହ୍ରାସ ହେବା ସହ ରକ୍ତ ଜମାଟ ବାନ୍ଧିବା ସମୟ ମଧ୍ୟ ବୃଦ୍ଧି ପାଇଥାଏ।

Nutrition Programme Dengue In Odisha Dengue Virus Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ