Advertisment

୯ ହାତ ଦେଉଳରେ ୧୮ ହାତ କାଳୀ : ଏହା କେମିତି ସମ୍ଭବ?

ଯାଜପୁରର ଏମିତି ଏକ କ୍ଷେତ୍ର ଯେଉଁଠାରେ ମାଆ କାଳୀଙ୍କୁ କରାଯାଏ ସ୍ୱତନ୍ତ୍ର ପୂଜା। ଗୋଟିଏ ସହରର ତିନୋଟି ସ୍ଥାନରେ ମାଆଙ୍କର ଆଦ୍ୟରୂପକୁ କରାଯାଉଛି ପୂଜା

ଅଦ୍ୟତନ ହୋଇଛି
Kali Puja

Kali Puja

Advertisment

ଭୁବନେଶ୍ୱର - (ସର୍ବେଶ୍ୱର ମହାପାତ୍ର):ଆରମ୍ଭ ହୋଇଛି ଯାଜପୁରର ଗଣପର୍ବ କାଳୀପୂଜା। କରୋନା କଟକଣା ମଧ୍ୟରେ ଏଥର ମାଆ କାଳୀଙ୍କର ଚାଲିଛି ପୂଜାର୍ଚ୍ଚନା। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯାଜପୁର ସହରର ତ୍ରିଲୋଚନ ମନ୍ଦିରରେ ଯେଉଁ କାଳୀ ପୂଜା ପାଉଛନ୍ତି ସେହି ମୂର୍ତ୍ତିକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା। ଏହି ମନ୍ଦିରରେ ୯ ହାତ ଦେଉଳରେ ଅଠର ହାତ କାଳୀ ପୂଜା ପାଉଛନ୍ତି। ହୁଏତ ଏହି କଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ। କିନ୍ତୁ ଏହି ଘଟଣାଟି ପୂରା ସତ୍ୟ। କାହିଁ କେତେ ଦିନରୁ ଏହି ମନ୍ଦିରରେ ମାଆଙ୍କ ମୂର୍ତ୍ତି ପୂଜା ହେଉଛି ତାହାର ପ୍ରକୃତ ସମୟ କହିବା ମୁସ୍କିଲ ହୋଇପଡ଼ିଛି।

Advertisment

କେଉଁ ଆବହମାନ କାଳରୁ ମାଆଙ୍କୁ ଏଠାରେ ପୂଜା କରାଯାଉଛି। କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ମାଆଙ୍କର ବିଶେଷ ପୂଜା କରାଯାଏ ବୋଲି ପଣ୍ଡିତମାନେ କହନ୍ତି। ସାଧାରଣ ଭାବରେ ମାଆଙ୍କ ପାଖରେ ବଳିର ପରମ୍ପରା ରହିଥାଏ। ପୁରାଣ ଶାସ୍ତ୍ରରେ କୁହାଯାଏ, ମାଆଙ୍କ ପାଖରେ ଥିବା ଯୋଗିନୀଗଣ ବଳିକୁ ଭକ୍ଷଣ କରିଥାଆନ୍ତି। କିନ୍ତୁ ଏହି ମନ୍ଦିରରେ ବଳି ପଡୁନଥିବା ଜଣାଯାଏ। ସ୍ଥାନୀୟ ଲୋକମାନେ କହନ୍ତି, ମାଆଙ୍କ ପାଖରେ ମନସ୍କାମନା କଲେ ତାହା ପୂର୍ଣ୍ଣ ହୁଏ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯାଜପୁର ଶକ୍ତିର କ୍ଷେତ୍ର ଆଉ ତନ୍ତ୍ରର କ୍ଷେତ୍ର।

Advertisment

ଶାସ୍ତ୍ରରେ କୁହାଯାଇଛି ପୁରର ଅର୍ଥ ହେଉଛି ଜ୍ଞାନର ଭଣ୍ଡାର ଅର୍ଥାତ୍‌ ଯେଉଁ ଅଂଚଳରେ ଦେବାଦେବୀଙ୍କୁ ପ୍ରତ୍ୟକ୍ଷ ଭାବରେ ଆରଧାନା କରାଯାଏ ତାହାକୁ ପୁର କୁହାଯାଏ। ସରଳ ଭାଷାରେ କହିବାକୁ ଗଲେ, ପୁରର ଅର୍ଥ ପୁରିଥିବା ସ୍ଥାନ। ପୂର୍ବରୁ ଯାଜପୁରର ନାଁ ଯଜ୍ଞପୁର ମଧ୍ୟ ରହିଥିଲା। କେବଳ ଏଠାରେ ନୁହେଁ, ଯାଜପୁର ଜିଲ୍ଲାରେ ୪ଟି ସ୍ଥାନରେ ମାଆଙ୍କର ଆଦ୍ୟରୂପକୁ ପୂଜା କରାଯାଉଛି। ସେହି ସ୍ଥାନ ଗୁଡ଼ିକ ହେଲା ଗୁଆମାଳ, ଅଙ୍ଗାଳ, ବ୍ରାହ୍ମଣୀପାଳ ଓ ମୂଳାପାଳ। ଏହି ୪ ସ୍ଥାନରେ ମାଆଙ୍କୁ ବେଶ୍‌ ଭଲରେ ପୂଜା ଆରାଧନା କରାଯାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ୪ ସ୍ଥାନରେ ମାଆଙ୍କ ପାଖରେ କେହି ଯୋଗିନୀ ନଥାନ୍ତି।

କେବଳ ମାଆ କାଳୀଙ୍କ ସହ ମହାଦେବଙ୍କୁ ପୂଜା କରାଯାଏ। ଆଉ ମାଆ ଉଗ୍ର ରୂପ ଧାରଣ କରିଥିବା ବେଳେ ବେକରେ କେବଳ ଅସୁରମାଳା, ହାଡ଼ ମାଳା ଏବଂ ବାମ ହାତରେ କଟା ଅସୁର ମୁଣ୍ଡ ଧରିଥାଆନ୍ତି। ଏହାସହ ମାଆଙ୍କ ବକ୍ଷରେ ପୂଜା ସମୟରେ ଏକ ଅଷ୍ଟଧାତୁର ସ୍ୱତନ୍ତ୍ର ସାମଗ୍ରୀ ରଖାଯାଏ। କୁହାଯାଏ ମାଆଙ୍କର ଜୀବନ୍ୟାସ କରିବା ସମୟରେ ଏହା ରଖାଯାଏ। ତେବେ ଯାଜପୁରର କାଳୀପୂଜା ସାରା ରାଜ୍ୟରେ ସ୍ୱତନ୍ତ୍ର ଓ ନିଆରା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଏହା ଏମିତି ଏକ ସହର ଯେଉଁଠାରେ ୪ ଦିଗରେ ମାଆଙ୍କୁ ସ୍ୱତନ୍ତ୍ର ଭାବରେ ପୂଜା କରାଯାଏ।

Advertisment
Kali Puja 2021 Jajpur Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ