Advertisment

ନିୟମକୁ ଫୁ କରିଦେଲେ ପ୍ରମିଳା; ବିନା ଲାଇଫ୍ ଜ୍ୟାକେଟରେ ଜଳଯାତ୍ରା

ମହାନଦୀର ଭରା ଜଳରାଶିରେ ସୁଅ କାଟି ଚାଲୁଥିବା ଏ ମୋଟର ବୋଟରେ ୧୦ରୁ ଅଧିକ ଯାତ୍ରୀ ରହିଛନ୍ତି । ହେଲେ କେହି ଜଣେ ବି ପିନ୍ଧି ନାହାନ୍ତି ଲାଇଫ୍ ଜ୍ୟାକେଟ୍ । ଏ ଦୃଶ୍ୟ କଟକ ଧବଳେଶ୍ୱର ଶୈବପୀଠକୁ ଯାତ୍ରା ସମୟର। ତେବେ ଯାତ୍ରୀ ଆଉ କେହିଁନୁହନ୍ତି, ଖୋଦ୍ ରାଜସ୍ୱ ଓ ବିପର୍ଯୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ଅଦ୍ୟତନ ହୋଇଛି
undefined

Pramila Mallick

Advertisment

ସାଧାରଣ ଲୋକଙ୍କ ପାଇଁ ସବୁ ନିୟମ, ହେଲେ ମନ୍ତ୍ରୀଙ୍କ ପାଇଁ ସବୁକିଛି ମାଫ୍। ଆଜି ଶିବରାତ୍ରୀ ଜାଗରରେ କଟକ ଧବଳେଶ୍ୱର ପୀଠକୁ ଦର୍ଶନ ବେଳେ ଦେଖିବାକୁ ମିଳିଛିଏମିତି କିଛି ଦୃଶ୍ୟ। ଏ ପୀଠରେ ନୌଯାତ୍ରାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବେଳେରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କିନ୍ତୁ ନିଜ ସମ୍ପର୍କୀୟଙ୍କ ସହ ଡଙ୍ଗାରେ ଯାତ୍ରା କରିଥିଲେ ।

Advertisment

କେବଳ ସେତିକି ନୁହେଁ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭାଇ ଯେ କି ଜଣେ ଅବସରପ୍ରାପ୍ତ ବରିଷ୍ଠ ପୋଲିସ୍ ଅଫିସର ସେ ବି ଗଲାବେଳକୁ ବିନା ଲାଇଫ୍ ଜାକେଟରେ ଭରା ନଈରେ ସପରିବାର ନୌକା ଯାତ୍ରା କରିଥିବା କ୍ୟାମେରାରେ କଏଦ୍ ହୋଇଛି।

ମହାନଦୀର ଭରା ଜଳରାଶିରେ ସୁଅ କାଟି ଚାଲୁଥିବା ଏ ମୋଟର ବୋଟରେ ୧୦ରୁ ଅଧିକ ଯାତ୍ରୀ ରହିଛନ୍ତି । ହେଲେ କେହି ଜଣେ ବି ପିନ୍ଧି ନାହାନ୍ତି ଲାଇଫ୍ ଜ୍ୟାକେଟ୍ । ଏ ଦୃଶ୍ୟ କଟକ ଧବଳେଶ୍ୱର ଶୈବପୀଠକୁ ଯାତ୍ରା ସମୟର। ତେବେ ଯାତ୍ରୀ ଆଉ କେହିଁନୁହନ୍ତି, ଖୋଦ୍ ରାଜସ୍ୱ ଓ ବିପର୍ଯୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

Advertisment

ସାଙ୍ଗରେ ଅଛନ୍ତି ତାଙ୍କ ସମ୍ପର୍କୀୟ । ଉଦବେଗର ବିଷୟ, ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ ରଖାଯିବା ସହ ନୈାକା ଯାତ୍ରାକୁ ମଧ୍ୟ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ନିଷେଧ କରିଛି । ଏହାସତ୍ତ୍ୱେ ବିନା ଜ୍ୟାକେଟରେ ମନ୍ତ୍ରୀ ତାଙ୍କ ସମ୍ପର୍କୀୟ ମାନଙ୍କୁ ନେଇ ନୌଯାତ୍ରା କେମିତି କଲେ, ତାକୁ ନେଇ ଉଠିଛି ପ୍ରଶ୍ନ ।

ଏପରିକି ଶିବରାତ୍ରି ଅବସରରେ ଧବଳେଶ୍ୱର ପୀଠକୁ, ବୟସ୍କ, ଶିଶୁ, ଭିନ୍ନକ୍ଷମଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରିନି ପ୍ରଶାସନ । ଏପଟେ କିନ୍ତୁ ମନ୍ତ୍ରୀ ଓ ତାଙ୍କ ସମ୍ପର୍କୀୟଙ୍କ ପାଇଁ ଏଭଳି ଭିଭିଆଇପି ସେବାକୁ ସହଜରେ ଗ୍ରହଣ କରି ନାହାନ୍ତି ସାଧାରଣ ଭକ୍ତ ।

Advertisment

ସେପଟେ ପ୍ରଶ୍ନ ଉଠୁଛି, ଯଦି ଭିଭିଆଇପି ଭାବେ ସରକାରୀ ଡଙ୍ଗାରେ ମନ୍ତ୍ରୀଙ୍କୁ ଯିବାକୁ ଅନୁମତି ମିଳିଲା, ତେବେ ତାଙ୍କ ସହ ଡଙ୍ଗାରେ ଯାଉଥିବା ଅନ୍ୟ ଯାତ୍ରୀମାନେ କିଏ ? ସେମାନଙ୍କୁ ଅନୁମତି କିଏ ଦେଲା ? ଆଉ ତାଠୁ ଆହୁରି ଉଦବେଗର କଥା ହେଉଛି, ମହାନଦୀରରେ ନୌଯାତ୍ରା ବେଳେ ମନ୍ତ୍ରୀ ଲାଇଫ୍ ଜ୍ୟାକେଟ୍ ପିନ୍ଧିଲେନି କେମିତି ?

ତେବେ ବିବାଦ ଏତିକିରେ ଅଟକିନି । ରାଜସ୍ୱ ମନ୍ତ୍ରୀ ଓ ତାଙ୍କ ସମ୍ପର୍କୀୟଙ୍କ ଭଳି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭାଇ ତଥା ପୂର୍ବତନ ବରିଷ୍ଠ ପୋଲିସ୍ ଅଧିକାରୀ ଓ ତାଙ୍କ ସମ୍ପର୍କୀୟମାନେ ବି ସମାନ ଢଙ୍ଗରେ ଧବଳେଶ୍ୱର ପୀଠକୁ ଡଙ୍ଗାରେ ଯାତ୍ରା କରିଥିଲେ । ଯାତ୍ରା ବେଳେ ଡଙ୍ଗାରେ ଲାଇଫ୍ ଜ୍ୟାକେଟ୍ ମହଜୁଦ ଥିଲେ ବି, ପିନ୍ଧିବାକୁ ଉଚିତ ମନେ କରିନଥିଲେ ଯୋଗାଣ ମନ୍ତ୍ରୀଙ୍କ ଭାଇ ଓ ତାଙ୍କ ସମ୍ପର୍କୀୟ ।

ହେଲେ ଫେରିବା ବେଳକୁ ଆମ କ୍ୟାମେରା ଟିମ ଉପସ୍ଥିତ ଥିବାରୁ ଲାଇଫ୍ ଜ୍ୟାକେଟ୍ ପିନ୍ଧି ନେଇଥିଲେ ।ମହାଶିବରାତ୍ରୀ ଜାଗରରେ ଧବଳେଶ୍ୱର ପୀଠକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ତେବେ ଗତ କିଛି ମାସ ଧରି ପୀଠକୁ ଝୁଲା ପୋଲ ବନ୍ଦ ରହିବା ଏବଂ ନୌଯାତ୍ରାକୁ ନିଷେଧ ପରେ ପ୍ରଶାସନ ପକ୍ଷରୁ ମହାନଦୀ ଉପରେ ପ୍ରାୟ ୨ କିଲୋମିଟର ଲମ୍ବର ଏକ ଅସ୍ଥାୟୀ ରାସ୍ତା କରିଛି ପ୍ରଶାସନ।

Mahanadi Pramila Mallick Safe Boat Rides
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ