Advertisment

ଫୋର୍ଡ ମଡେଲ କାର୍ ତିଆରି କଲେ ଚାଷୀ, ଥରେ ଚାର୍ଜ ହେଲେ ଗଡ଼ିବ ୪ଶହ କିମି

କାର୍ ତିଆରି କଲେ ଚାଷୀ । ଇଞ୍ଜିନିୟରିର ପାଠ ପଢ଼ିନାହାନ୍ତି କିନ୍ତୁ କାମ ଇଂଜିନିୟରିର ଠାରୁ ବଳି । ସଫଳ ବ୍ୟବସାୟୀ ତଥା ଚାଷୀ ସୁଶୀଲ କୁମାର ଅଗ୍ରୱାଲ ଗତ ଲକଡାଉନରେ ମଧ୍ୟ ଏକ ଗାଡ଼ି ତିଆରି କରିଥିବା ବେଳେ ଏଥର ଲକଡାଉନରେ ମଧ୍ୟ ଆଉ ଏକ ନୂଆ ଉଦ୍ଭାବନ କରି କରଞ୍ଜିଆ ଅଞ୍ଚଳରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି

ଅଦ୍ୟତନ ହୋଇଛି
Karanjia

Karanjia

Advertisment

କରଞ୍ଜିଆ(ଦୀପକ କୁମାର ମହାନ୍ତ) : କାର୍ ତିଆରି କଲେ ଚାଷୀ । ଇଞ୍ଜିନିୟରିର ପାଠ ପଢ଼ିନାହାନ୍ତି କିନ୍ତୁ କାମ ଇଂଜିନିୟରିର ଠାରୁ ବଳି । ସଫଳ ବ୍ୟବସାୟୀ ତଥା ଚାଷୀ ସୁଶୀଲ କୁମାର ଅଗ୍ରୱାଲ ଗତ ଲକଡାଉନରେ ମଧ୍ୟ ଏକ ଗାଡ଼ି ତିଆରି କରିଥିବା ବେଳେ ଏଥର ଲକଡାଉନରେ ମଧ୍ୟ ଆଉ ଏକ ନୂଆ ଉଦ୍ଭାବନ କରି କରଞ୍ଜିଆ ଅଞ୍ଚଳରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ନିଜସ୍ଵ ଜ୍ଞାନ ବଳରେ ସେ ତିଆରି କରିଛନ୍ତି ଆମେରିକା ଫୋର୍ଡ଼ ମଡେଲର ଏକ ବ୍ୟାଟରୀ ଚାଳିତ ଚାରିଚକିଆ ଯାନ ।

Advertisment

ମୟୂରଭଂଜ ଜିଲ୍ଲା କରଂଜିଆର ଚାଷୀ ଓ ବ୍ୟବସାୟୀ ସୁଶୀଲ କୁମାର ଅଗ୍ରୱାଲ । ବର୍ତ୍ତମାନ ସେ ଏକ ୧୯୨୦ ମସିହାର ଫୋର୍ଡ ମଡେଲ୍ କାର୍ ତିଆରି କରିଛନ୍ତି । କରୋନା ମାହାମାରୀ ଯୋଗୁଁ ସାରା ଦେଶରେ ଲକଡାଉନ ଓ ସଟଡାଉନ ଚାଲିଥିଲା ସୁଶୀଲ ଅଗ୍ରୱାଲ ଘରେ ବସି ନରହି ନିଜର ଜ୍ଞାନ କୌଶଳରେ ଏହି ଗାଡ଼ି ତିଆରି କରିଛନ୍ତି । ପୂର୍ବରୁ ମଧ୍ୟ ସେ ଏକ ସୋଲାର ବ୍ୟାଟରୀ ଚାଳିତ ୪ଚକିଆ ଗାଡି ନିର୍ମାଣ କରି ଚର୍ଚ୍ଚାରେ ଥିଲେ । ଆଉ ଏଥର ଆମେରିକାର ଫୋର୍ଡ଼ ମଡେଲର ଏକ ଗାଡି ତିଆରି କରିଛନ୍ତି ।

କେବଳ ଦୁଇଟି ବଡ଼ ବ୍ୟାଟରୀରେ ଏହି ଗାଡ଼ିଟି ଚାଲୁଛି । ଥରେ ଫୁଲଚାର୍ଜ କଲେ ୩୦୦ ରୁ ୪୫୦ କିଲୋମିଟର ପର୍ଯ୍ୟନ୍ତ ଯାଇ ପାରିବ ୨୦୨୦ ମସିହାର ଫୋର୍ଡ ମଡେଲ ଗାଡ଼ି । ପ୍ରଥମ ଗାଡ଼ି ନିର୍ମାଣରେ ଯାହା ଅସୁବିଧା ଅସୁବିଧା ହେଉଥିଲା, ସେଥିରେ ସୁଧାର ଆଣି ଦ୍ୱିତୀୟ ଗାଡ଼ିକୁ ସମ୍ପୂର୍ଣ୍ଣ କରିଛନ୍ତି । ଅଳ୍ପ ଖର୍ଚ୍ଚରେ ସୋଲାର ଗାଡ଼ି ତିଆରି କରିଥିବାରୁ ବିଭିନ୍ନ ସ୍ଥାନରୁ ଦେଖିବାକୁ ଆସୁଛନ୍ତି ଲୋକେ । ଏହି ଚାରିଚକିଆ ଗାଡ଼ିରେ ୪ ଜଣ ବସି ବିଭିନ୍ନ ସ୍ଥାନକୁ ଯାଇପାରିବେ । ତେବେ ସବୁଠାରୁ ବଡ଼ କଥା ହେଲା ଗାଡ଼ିରେ ମୋବିଲ, ତେଲ କିଛି ଆବଶ୍ୟକତା ପଡ଼ିବ ନାହିଁ ।

Advertisment

ସୁଶୀଲଙ୍କୁ ଗାଡି ନିର୍ମାଣ କରିବା ପାଇଁ ତାଙ୍କୁ ୬ମାସ ସମୟ ଲାଗିଥିଲା । ଫେବୃଆରୀ ମାସରୁ ଆରମ୍ଭ କରି ସେପ୍ଟେମ୍ବରରେ ମାସରେ ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି । ବର୍ତ୍ତମାନ ଏହି ଗାଡିକୁ ନେଇ ସେ ନିଜେ ପରୀକ୍ଷା ନିରୀକ୍ଷଣ ମଧ୍ୟ କରୁଛନ୍ତି । ଆଗକୁ ଏହାର ଗାଡି ତିଆରି କରି ବଜାରକୁ ଛାଡ଼ିବାକୁ ଲକ୍ଷ ରଖିଛନ୍ତି । ଦିନକୁ ଦିନ ପେଟ୍ରୋଲ ଏବଂ ଡିଜେଲ ଦର ହୁ ହୁ ହୋଇ ବୃଦ୍ଧି ପାଉଥିବା ବେଳେ ବଜାରରେ ହି ଗାଡିର ଚାହିଦା ବେଶ ରହିବ ବୋଲି ସେ ଆଶା ରଖିଛନ୍ତି । ବିଶେଷ କରି ମଧ୍ୟବର୍ତ୍ତୀ ପରିବାର ଲକମାନେ ଏହି ଗାଡ଼ି କିଣି ପାରିବେ । ଏନେଇ ଅନୁମତି ପ୍ରଦାନ ପାଇଁ ସରକାରଙ୍କ ନିକଟରେ ସେ ଦାବି କରିଛନ୍ତି ।

Advertisment
Inspirational Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ