Advertisment

ବନ ବିଭାଗର ନୂଆ ନୀତି; ହାତୀକୁ ତଡିବ ମହୁମାଛି

ସ୍ଥଳଭାଗର ସବୁଠାରୁ ବଡ଼ ଜୀବ ହାତୀକୁ ଜଗିବ ଏହା ତୁଳନାରେ ଅତି ଛୋଟ ମହୁମାଛି। ହାତୀ ଉପଦ୍ରବରେ ଅଙ୍କୁଶ ଲଗାଇବାକୁ ମହୁମାଛିଙ୍କୁ ଉପଯୋଗ କରିବ ବନ ବିଭାଗ। ଯେଉଁ ଅଞ୍ଚଳରେ ହାତୀ ଉପଦ୍ରବ ଅଧିକ ରହୁଛି, ସେସବୁ ଜାଗାରେ ରହିବ ମହୁମାଛି ବକ୍ସ। ବକ୍ସଗୁଡ଼ିକ ତାରରେ ସଂଯୋଗ କରାଯିବ। ଯେତେବେଳେ ହାତୀ ସେହି ଅଞ୍ଚଳକୁ ପ୍ରବେଶ କରିବାକୁ ଉଦ୍ୟମ କରିବ, ସେତେବେଳେ ତାର ସଂସ୍ପର୍ଶରେ ଆସିବ। ଆଉ ତାର ଦ୍ୱାରା ବକ୍ସ ଟାଣିହେଲେ ତା’ ଭିତରୁ ମହୁମାଛି ବାହାରିବେ। ମହୁମାଛିଙ୍କୁ ଆକଟ କରିବାରେ ଅକ୍ଷମ ହାତୀ ଏହାଦ୍ୱାରା ସଂପୃକ୍ତ ଅଞ୍ଚଳ ଛାଡ଼ି ଚାଲିଯିବ ବୋଲି ଆଶା ବାନ୍ଧିଛି ବନ ବିଭାଗ।

Honeybee to watch elephant

Honeybee to watch elephant

Advertisment

ଭୁବନେଶ୍ୱର : ସ୍ଥଳଭାଗର ସବୁଠାରୁ ବଡ଼ ଜୀବ ହାତୀକୁ ଜଗିବ ଏହା ତୁଳନାରେ ଅତି ଛୋଟ ମହୁମାଛି। ହାତୀ ଉପଦ୍ରବରେ ଅଙ୍କୁଶ ଲଗାଇବାକୁ ମହୁମାଛିଙ୍କୁ ଉପଯୋଗ କରିବ ବନ ବିଭାଗ। ଯେଉଁ ଅଞ୍ଚଳରେ ହାତୀ ଉପଦ୍ରବ ଅଧିକ ରହୁଛି, ସେସବୁ ଜାଗାରେ ରହିବ ମହୁମାଛି ବକ୍ସ। ବକ୍ସଗୁଡ଼ିକ ତାରରେ ସଂଯୋଗ କରାଯିବ। ଯେତେବେଳେ ହାତୀ ସେହି ଅଞ୍ଚଳକୁ ପ୍ରବେଶ କରିବାକୁ ଉଦ୍ୟମ କରିବ, ସେତେବେଳେ ତାର ସଂସ୍ପର୍ଶରେ ଆସିବ। ଆଉ ତାର ଦ୍ୱାରା ବକ୍ସ ଟାଣିହେଲେ ତା’ ଭିତରୁ ମହୁମାଛି ବାହାରିବେ। ମହୁମାଛିଙ୍କୁ ଆକଟ କରିବାରେ ଅକ୍ଷମ ହାତୀ ଏହାଦ୍ୱାରା ସଂପୃକ୍ତ ଅଞ୍ଚଳ ଛାଡ଼ି ଚାଲିଯିବ ବୋଲି ଆଶା ବାନ୍ଧିଛି ବନ ବିଭାଗ। ପୂର୍ବରୁ ଆଫ୍ରିକା ଓ ଆମ ଦେଶର ଆସାମରେ ଏହି ପ୍ରକଳ୍ପ ସଫଳ ହୋଇଥିବାରୁ ଓଡ଼ିଶାରେ ମଧ୍ୟ ହାତୀ ଉପଦ୍ରବ କମାଇବାରେ ଏହା ବେଶ୍ ଉପଯୋଗୀ ହେବ ବୋଲି ରାଜ୍ୟ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ମତ ରଖିଛନ୍ତି।

Advertisment

ଅନ୍ୟପକ୍ଷରେ ଦୁର୍ଦ୍ଦାନ୍ତ ବଣୁଆ ଦନ୍ତାଙ୍କ ଉପଦ୍ରବ କମ୍ କରିବା ପାଇଁ ହାତୀ ବେକରେ ଲଗାଯିବ ରେଡିଓ କଲାର। ଜିପିଏସ୍ ସଂଯୁକ୍ତ ଏହି ରେଡିଓ କଲାର୍ ଦ୍ୱାରା ସାଟେଲାଇଟ୍ ମାଧ୍ୟମରେ ହାତୀର ଗତିବିଧି ଉପରେ ନଜର ରଖାଯାଇପାରିବ। ଫଳରେ ହାତୀ ଜନବସତି ମୁହାଁ ହେଉଛି କି ଚାଷ ଜମି ଆଡକୁ ଯାଉଛି, ସମସ୍ତ ସୂଚନା ପୂର୍ବରୁ ମିଳିପାରିବ। ଯଦ୍ୱାରା କୌଣସି ଅଘଟଣ ପୂର୍ବରୁ ହାତୀକୁ ଘଉଡ଼ାଇ ଦିଆଯାଇପାରିବ। ଏଥିପାଇଁ ବେଙ୍ଗଲୁରୁ ସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସର ବିଶେଷଜ୍ଞମାନେ ଓଡ଼ିଶାରେ ପହଞ୍ଚିଛନ୍ତି। ରବିବାର ଏ ସଂକ୍ରାନ୍ତରେ ଏକ ବୈଠକ ବସିଥିଲା। ପ୍ରଥମେ ଚନ୍ଦକା ଜଙ୍ଗଲରେ ଥିବା ଦୁଇଟି ବଣୁଆ ହାତୀଙ୍କ ଦେହରେ ରେଡିଓ କଲାର ଲଗାଯିବା ପରେ ଶିମିଳିପାଳରେ ଥିବା ଚାରିଟି ହାତୀ ବେକରେ ଏହାକୁ ସଂଯୋଗ କରାଯିବ ବୋଲି ପିସିସିଏଫ୍ ସୂଚନା ଦେଇଛନ୍ତି। ପୂର୍ବରୁ ଅନ୍ୟ ରାଜ୍ୟରେ ଏହି ଯୋଜନା ସଫଳ ହୋଇଥିବାରୁ ଓଡ଼ିଶାରେ ମଧ୍ୟ ଏହାର ସୁଫଳ ମିଳିବ ବୋଲି ଆଶା ରଖିଛନ୍ତି ବିଶେଷଜ୍ଞ ଦଳ।

Advertisment

କେବଳ ଏତିକି ନୁହେଁ, ହାତୀ-ମଣିଷ ବିବାଦର ସମାଧାନ ପାଇଁ ରାଜ୍ୟର ବିଭିନ୍ନ ବନ୍ୟପ୍ରାଣୀ ଡିଭିଜନ୍‌ରେ ଗଜସାଥୀଙ୍କୁ ନିଯୁକ୍ତି ଦିଆଯିବ। ଗତ ତିନି ବର୍ଷରେ ବିଭିନ୍ନ କାରଣରୁ ରାଜ୍ୟରେ ୨୮୨ ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗଲା ୧୦ ବର୍ଷରେ ହାତୀ ଆକ୍ରମଣରେ ୯୨୧ ଜଣଙ୍କ ଜୀବନ ଯାଇଛି। ତେବେ ଏସବୁ ନୂଆ ପଦକ୍ଷେପ ଦ୍ୱାରା ହାତୀ-ମଣିଷ ବିବାଦର କେତେ ଦୂର ସମାଧାନ ହୋଇପାରୁଛି ତା’ ଦେଖିବା ବାକି ରହିଲା।

Odisha News Bhubaneswar Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ