ଦିଲ୍ଲୀରେ ନନାଙ୍କ ମାଟିଘର; କେମିତି ତିଆରି ହୋଇଛି ଦେଖନ୍ତୁ...

ପରିବେଶ ଅନୁକୂଳ ରହିଛି ଏହି ଘର । ଘରେ ପାଇଖାନା ସହ ଗାଧୁଆ ଘର ‍‍ବି ଅଛି । ଏହି ଘରେ ଦୁଇଟି ବେଡରୁମ୍ ସହ ଗୋଟିଏ ବୈଠକ କୋଠରୀ ରହିଛି । ଘରେ ବସିବା ଓ ଶୋଇବା ପାଇଁ ମାଟିରେ ପିଣ୍ଡା ନିର୍ମାଣ କରାଯାଇଛି ।

Pratap sarangi

ଚର୍ଚ୍ଚାରେ ଦିଲ୍ଲୀରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ମାଟି ଘର । ଦିଲ୍ଲୀ ସ୍ଥିତ ସରକାରୀ ବାସଭବନ ପରିସରରେ ଏକ ମାଟି ଘର ପ୍ରସ୍ତୁତ କରିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ । ନିଜ ଖର୍ଚ୍ଚରେ ସେ ଏହି ଘର ନିର୍ମାଣ କରିଛନ୍ତି ।

ପରିବେଶ ଅନୁକୂଳ ରହିଛି ଏହି ଘର । ଘରେ ପାଇଖାନା ସହ ଗାଧୁଆ ଘର ‍‍ବି ଅଛି । ଏହି ଘରେ ଦୁଇଟି ବେଡରୁମ୍ ସହ ଗୋଟିଏ ବୈଠକ କୋଠରୀ ରହିଛି । ଘରେ ବସିବା ଓ ଶୋଇବା ପାଇଁ ମାଟିରେ ପିଣ୍ଡା ନିର୍ମାଣ କରାଯାଇଛି ।

ଘରର କାନ୍ଥରେ ବିଭିନ୍ନ ଦେବାଦେବୀଙ୍କ ସହ ଗଛ, ଲତା, ଯୋଗମୁଦ୍ରାର ଚିତ୍ର ଅଙ୍କା ଯାଇଛି। ମାଟିଘର ପାଇଁ ପଡୋଶୀ ହରିୟାଣାରୁ ଏହି ଆବଶ୍ୟକ ସାମଗ୍ରୀ ଅଣାଯାଇଛି । ମାଟି, ଗୋବର, ଗୋମୂତ୍ର, ନିମ୍ବପତ୍ର, ବାଲିର ବ୍ୟବହାରରେ ଏହି ଘର ତିଆରି ହୋଇଛି। ଘରର ଛପର ପାଇଁ ବାଉଁଶ, କାଠ ନଡା ବ୍ୟବହାର କରାଯାଇଛି ।

ଏହି ଘରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ନିଜର ସାଇକେଲଟିକୁ ରଖିଛନ୍ତି।...ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟିବାକୁ ବିଭିନ୍ନ ସ୍ଥାନରୁ ଲୋକ ଆସୁଥିବାରୁ ସରକାରୀ କ୍ୱାର୍ଟର୍ସରେ ରହିବା ଅସୁବିଧା ହୋଇଥିଲା । ସେଥିପାଇଁ ସେ ସରକାରୀ କ୍ୱାର୍ଟର୍ସ ପରିସରରେ ଏକ ଘର ନିର୍ମାଣ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦେଇଥିଲେ ।

ତେବେ ଏଥିଲାଗି ତାକୁ ସରକାରଙ୍କ ଅନୁମତି ଆଣିବାକୁ କୁହାଯାଇଥିଲା । ଏହି ସବୁ ପ୍ରକ୍ରିୟା ସମୟ ସାପେକ୍ଷ ହୋଇଥିବାରୁ ସେ କ୍ୱାର୍ଟର୍ସ ପରିସରରେ ଏକ ମାଟି ଘର ନିର୍ମାଣ କରିଛନ୍ତି । ହିମାଚଳ ପ୍ରଦେଶର ଜଣେ ବ୍ୟକ୍ତି ଏହି ମାଟିଘର ନିର୍ମାଣ କରିଛନ୍ତି ।

କମ ଖର୍ଚ୍ଚରେ ସହରାଞ୍ଚଳରେ ମାଟି ଘର କରିବାକୁ ସଚେତନତା ସୃଷ୍ଟି କରୁଥିବା ସମ୍ପୃକ୍ତ ବ୍ୟକ୍ତି ଏହି ମାଟି ଘର ପ୍ରସ୍ତୁତ କରିଛନ୍ତି । ଏହି ଘରଟି କରିବାକୁ ତାଙ୍କୁ ୬ ମାସ ସମୟ ଲାଗିଛି ।