Advertisment

Zakir Hussain: ଜାକିର ହୁସେନ୍‌ଙ୍କୁ ଆମେରିକାର ଏକ ଶୋ’ରେ ମିଳିଥିଲା ୫ ଟଙ୍କା, USA ଆକ୍ସନ୍ ଫିଲ୍ମରେ ଆସିଲେ ନଜର

ଜାକିର ହୁସେନ୍‌ ୧୨ ବର୍ଷ ବୟସରେ ଆମେରିକାରେ ଏକ ଶୋ’ କରିଥିଲେ। ଏଥିରେ ତାଙ୍କୁ ୫ ଟଙ୍କା ମିଳିଥିଲା। ସେଇ ଆମେରିକାରେ ଏବେ ସେ ସୁପରିଚିତ।

ଅଦ୍ୟତନ ହୋଇଛି
Zakir hussain cameo playing table in monkey man

Zakir hussain cameo playing table in monkey man

Advertisment

ଜଣାଶୁଣା ତବଲା ବାଦକ ଉସ୍ତାଦ୍ ଜାକିର ହୁସେନ୍‌ଙ୍କ ୭୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ତବଲା ଉପରେ ତାଙ୍କ ହାତର ଆଙ୍ଗୁଳି ପଡିଗଲେ ହିଁ ସଙ୍ଗୀତର ଯାଦୁ ଖେଳିଯାଏ। ଆଜି ଏହି ମହାନ କଳାକାରଙ୍କ ସାନ୍‌ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଛି।

Advertisment


ପ୍ରଶଂସକଙ୍କ ଶ୍ରଦ୍ଧାଞ୍ଜଳି:

ବର୍ତ୍ତମାନ ଜାକିର ହୁସେନ୍‌ଙ୍କ ପ୍ରଶଂସକମାନେ ଫିଲ୍ମ ‘ମଙ୍କୀ ମ୍ୟାନ୍‌’ର ଏହି ଚମତ୍କାର ଭିଡିଓ ଉପରେ କ୍ରମାଗତ ଭାବରେ ନିଜର ମତାମତ ଦେଇଚାଲିଛନ୍ତି ଏବଂ ହୁସେନ୍‌ଙ୍କୁ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଏହି ଚମତ୍କାର ସାଉଣ୍ଡଟ୍ରାକ୍‌ ଉପରେ ଜଣେ ପ୍ରଶଂସକ ଲେଖିଛନ୍ତି ଯେ “କେବଳ ଉସ୍ତାଦ୍ ଜାକିର ହୁସେନ୍ ହିଁ ଏକ ଆକ୍ସନ୍ ଚଳଚ୍ଚିତ୍ର ଦୃଶ୍ୟକୁ ଏକ କନ୍ସର୍ଟରେ ପରିଣତ କରିଦେଇପାରିବେ।”

ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, “ପୂରା ଭିଡିଓ ଦରକାର, ଏହା କାହିଁକି ଭାରତରେ ରିଲିଜ୍ ହୋଇନାହିଁ?” ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, “ଏହା ଦେଖିବା ଯୋଗ୍ୟ ହୋଇପାରେ, ଦୁଃଖର କଥା ଯେ ଏହା ଭାରତରେ ରିଲିଜ୍ ହୋଇନାହିଁ।”

ଅଧିକ ପଢ଼ନ୍ତୁ: ରିଲ୍ ନୁହେଁ ରିଅଲ୍‌ରେ ବନ୍ଧା ହେଲେ ‘ପୁଷ୍ପାରାଜ୍’; ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ

Passes Away
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ