Advertisment

ବଲିଉଡ୍‌ରେ ହଙ୍ଗାମା କରିବେ ୟୋହାନୀ : ହିନ୍ଦୀରେ ଗାଇବେ ‘ମନିକେ ମାଗେ ହିତେ’

ଶ୍ରୀଲଙ୍କାର ଭାଇରାଲ୍ ସିଙ୍ଗର ୟୋହାନୀଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ନିକଟରେ ସେ ମଧ୍ୟ ବିଗ୍ ବସ୍‌ ଶୋ’ରେ ନଜର ଆସିଥିଲେ। ତାଙ୍କର ଲୋକପ୍ରିୟ ଗୀତ ‘ମନିକେ ମାଗେ ହିତେ’ ଜବରଦସ୍ତ ଭାଇରାଲ ହେବା ପରେ ସେ ବର୍ତ୍ତମାନ ଇଣ୍ଟର୍‌ନେସ୍‌ନାଲ୍‌ ସେନ୍ସେଶନ ହୋଇଯାଇଛନ୍ତି। ଏହା ଭିତରେ ତାଙ୍କ ଅନେକ ଭାରତୀୟ ପ୍ରଶଂସକ ମଧ୍ୟ ହୋଇଗଲେଣି। ତାଙ୍କର ଏହି ଭାରତୀୟ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର ଯେ ୟୋହାନୀ ଖୁବ୍ ଶିଘ୍ର ବଲିଉଡ୍‌ରେ ସିଙ୍ଗିଗ୍ ଡେବ୍ୟୁ କରିବାକୁ ଯାଉଛନ୍ତି।

Yohani will debut in bollywood

Yohani will debut in bollywood

Advertisment

ମୁମ୍ବାଇ : ଶ୍ରୀଲଙ୍କାର ଭାଇରାଲ୍ ସିଙ୍ଗର ୟୋହାନୀଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ନିକଟରେ ସେ ମଧ୍ୟ ବିଗ୍ ବସ୍‌ ଶୋ’ରେ ନଜର ଆସିଥିଲେ। ତାଙ୍କର ଲୋକପ୍ରିୟ ଗୀତ ‘ମନିକେ ମାଗେ ହିତେ’ ଜବରଦସ୍ତ ଭାଇରାଲ ହେବା ପରେ ସେ ବର୍ତ୍ତମାନ ଇଣ୍ଟର୍‌ନେସ୍‌ନାଲ୍‌ ସେନ୍ସେଶନ ହୋଇଯାଇଛନ୍ତି। ଏହା ଭିତରେ ତାଙ୍କ ଅନେକ ଭାରତୀୟ ପ୍ରଶଂସକ ମଧ୍ୟ ହୋଇଗଲେଣି। ତାଙ୍କର ଏହି ଭାରତୀୟ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର ଯେ ୟୋହାନୀ ଖୁବ୍ ଶିଘ୍ର ବଲିଉଡ୍‌ରେ ସିଙ୍ଗିଗ୍ ଡେବ୍ୟୁ କରିବାକୁ ଯାଉଛନ୍ତି। ଆଗକୁ ଆସୁଛି ନିର୍ଦ୍ଦେଶକ ଇନ୍ଦ୍ର କୁମାରର ଫିଲ୍ମ ‘ଥ୍ୟାଙ୍କ୍‌ ଗଡ୍’। ଏଥିରେ ୟୋହାନୀ ଗୀତ ଗାଉଥିବା ନଜର ଆସିବେ। ଏହି ଫିଲ୍ମ ମାଧ୍ୟମରେ ସେ ବଲିଉଡ୍‌ରେ ସିଙ୍ଗିଗ୍ ଡେବ୍ୟୁ କରିବେ।

Advertisment
Yohani will debut in bollywoodବଲିଉଡ୍‌ରେ ହଙ୍ଗାମା କରିବେ ୟୋହାନୀ

ଇନ୍ଦ୍ର କୁମାରରଙ୍କ ଏହି ଫିଲ୍ମରେ ଅନେକ୍ ଷ୍ଟାର ଦେଖିବାକୁ ମିଳିବେ। ଏହି ଫିଲ୍ମରେ ଅଜୟ ଦେବଗନ୍, ସିଦ୍ଧାର୍ଥ ମଲହୋତ୍ରା ଓ ରକୁଲ ପ୍ରୀତ୍ ମୁଖ୍ୟ ଭୂମିକାରେ ନଜର ଆସିବେ। ସବୁଠାରୁ ବଡ କଥା ହେଲା ୟୋହାନୀ ଏହି ଫିଲ୍ମରେ ସେ ଗାଇଥିବା ‘ମନିକେ ମାଗେ ହିତେ’ ଗୀରର ହିନ୍ଦୀ ଭର୍ସନ ଗାଇବେ। ଏହି ଗୀତର ମ୍ୟୁଜିକ୍ ତନିଷ୍କ ବାଗ୍‌ଚୀ ଦେବେ।

Advertisment

ଏହି ଗୀତକୁ ରଶ୍ମୀ ବିରାଗ ଲେଖୁଥିବା ବେଳେ ଟି ସିରିଜ୍ ଏହାର ପ୍ରଯୋଜନା ଦାୟିତ୍ୱ ନେଇଛି। ଏଥିରେ ୟୋହାନୀ ଧମାକା କରିବାକୁ ପ୍ରସ୍ତୁତ ହେଉଛନ୍ତି। ତେବେ ତାଙ୍କୁ ହିନ୍ଦୀ ଗୀତ ଗାଇବାର ଦେଖିବା ନିହାତି ମଜାଦାର ହେବ। ଏ ବିଷୟରେ ନିଜେ ଇନ୍ଦ୍ର କୁମାର ସୂଚନା ଦେଇଛନ୍ତି। ବଲିଉଡରେ ଗୀତ ଗାଇବାର ସୁଯୋଗ ପାଇଥିବାରୁ ୟୋହାନୀ ମଧ୍ୟ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ସହ ବହୁତ ଖୁସି ଥିବା ନଜର ଆସନ୍ତି। ଖୁବ ଶିଘ୍ର ସେ ଗୀତ ରେକର୍ଡିଂ ଆରମ୍ଭ କରିବେ।

Yohani will debut in bollywoodବଲିଉଡ୍‌ରେ ହଙ୍ଗାମା କରିବେ ୟୋହାନୀ

ପ୍ରକାଶଥାଉ ଯେ ୟୋହାନୀ ଯେତେବେଳେ ସଲମାନ ଖାନଙ୍କ ସହ ବିଗ୍ ବସ୍‌ରେ ସାମିଲ୍ ହୋଇଥିଲେ ସେ ତାଙ୍କୁ ମଧ୍ୟ ‘ମନିକେ ମାଗେ ହିତେ’ ଗାଇବାକୁ ଅନୁରୋଧ କରିଥିଲେ। ଏହି ଗୀତକୁ ସଲମାନ ନିଜ ଢଙ୍ଗରେ ଗାଇଥିଲେ। ଅନ୍ୟପକ୍ଷରେ ୟୋହାନୀଙ୍କ ଏହି ଡେବ୍ୟୁ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ୍’ ଏକ କମେଡିଭିତିକ ଫିଲ୍ମ ହେବ। ଏହାର ଷ୍ଟାରକାଷ୍ଟ୍ ମଧ୍ୟ ବହୁତ ହୃଦୟସ୍ପର୍ଶୀ। ଫିଲ୍ମରେ ଅଜୟ ଦେବଗନ୍‌ଙ୍କ କମେଡୀ ବହୁତ ମଜାଦାର ହେବ। ତେବେ ଅଜୟ ଦେବଗନ ଦ୍ୱିତୀୟ ଥର ପାଇଁ ରକୁଲ୍ ପ୍ରୀତଙ୍କ ସହ ସ୍କ୍ରିନ୍ ଶେୟାର କରିବା ନେଇ ନଜର ଆସିବେ। ଏହା ପୂର୍ବରୁ ଉଭୟ ‘ଦେ ଦେ ପ୍ୟାର୍ ଦେ’ରେ ନଜର ଆସିଥିଲେ। ଏହି ଫିଲ୍ମକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ।

Advertisment
Bollywood Manike Mage Hithe Yohani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ