Advertisment

Year Ender 2024: ମନୋରଂଜନ ଜଗତକୁ ଶୋକ ସାଗରରେ ଛାଡିଯାଇଥିବା ୮ କଳାକାର

ଚଳିତ ବର୍ଷ ଅନେକ ସେଲିବ୍ରିଟିଙ୍କ ଘରେ ସୁଖ ଆଣିଥିବାବେଳେ କେତେକଙ୍କ ପରିବାରକୁ ଦୁଃଖ ସାଗରରେ ଛାଡିଦେଇଛି। ଇଣ୍ଡଷ୍ଟ୍ରିରେ କିଛି ତାରକା ଅଛନ୍ତି ଯେଉଁମାନେ ଚଳିତ ବର୍ଷ ଏ ଦୁନିଆକୁ ବିଦାୟ ଦେଇଛନ୍ତି। ଏମାନେ ଇଣ୍ଡଷ୍ଟ୍ରିର ଏପରି ତାରକା ଥିଲେ ଯାହାଙ୍କ ଅନୁପସ୍ଥିତି ଆଉ କାହା ଦ୍ୱାରା ପୂରଣ ହୋଇପାରିବ ନାହିଁ।

ଅଦ୍ୟତନ ହୋଇଛି
Year ender 2024 artists who died this year

Year ender 2024 artists who died this year

Advertisment

୨୦୨୪ ବର୍ଷ ଶେଷ ହେବାକୁ ମାତ୍ର ଆଉ କିଛି ଦିନ ବାକି ଅଛି। ଏହା ଅନେକ ସେଲିବ୍ରିଟିଙ୍କ ଘରେ ସୁଖ ଆଣିଥିବାବେଳେ ଇଣ୍ଡଷ୍ଟ୍ରିରେ କିଛି ତାରକା ଅଛନ୍ତି ଯେଉଁମାନେ ଚଳିତ ବର୍ଷ ଏ ଦୁନିଆକୁ ବିଦାୟ ଦେଇଛନ୍ତି। ଏମାନେ ଇଣ୍ଡଷ୍ଟ୍ରିର ଏପରି ତାରକା ଥିଲେ ଯାହାଙ୍କ ଅନୁପସ୍ଥିତି ଆଉ କାହା ଦ୍ୱାରା ପୂରଣ ହୋଇପାରିବ ନାହିଁ।

Advertisment

ଆଜି ବି ଏହି ତାରକା ପ୍ରଶଂସକଙ୍କ ହୃଦୟରେ ଜୀବନ୍ତ ଅଛନ୍ତି। ଆଜି ଆମେ ଆପଣଙ୍କୁ ସେହି ସେଲିବ୍ରେଟିମାନଙ୍କ ବିଷୟରେ କହିବୁ ଯେଉଁମାନେ ୨୦୨୪ ମସିହାରେ ଏ ଦୁନିଆରୁ ବିଦାୟ ନେଇଛନ୍ତି। ତେବେ ଆସନ୍ତୁ ସେହି ତାରାମାନେ କିଏ ଜାଣିବା।

ସୁହାନୀ ଭଟନାଗର:

Year ender 2024 artists who died this yearସୁହାନୀ ଭଟନାଗର

ଏହି ତାଲିକାର ପ୍ରଥମ ନାଁ ହେଉଛି ଆମୀର ଖାନଙ୍କ ଅନ୍‌ସ୍କ୍ରିନ ଝିଅ ଏବଂ 'ଦଙ୍ଗଲ' ଗର୍ଲ ସୁହାନୀ ଭଟନାଗର। ତାଙ୍କ ମୃତ୍ୟୁ ଖବର ସମସ୍ତ ପ୍ରଶଂସକଙ୍କୁ ଚକିତ କରିଦେଇଥିଲା। ମାତ୍ର ୧୯ ବର୍ଷ ବୟସରେ ସେ ଏ ଦୁନିଆ ଛାଡି ଚାଲିଗଲେ। ବିଶେଷଜ୍ଞଙ୍କ ଅନୁଯାୟୀ ସେ ଏକ ଅଟୋ-ଇମ୍ୟୁନ ରୋଗରେ ପିଡୀତ ଥିଲେ। ଏହା ଏକ ବିରଳ ରୋଗ। ମହିଳାମାନଙ୍କଠାରେ ଏହି ରୋଗ ହେବାର ସମ୍ଭାବନା ଅଧିକ।

Advertisment

ବିକାଶ ସେଠୀ:

Year ender 2024 artists who died this yearବିକାଶ ସେଠୀ

ଲୋକପ୍ରିୟ ଟିଭି ଅଭିନେତା ବିକାଶ ସେଠୀଙ୍କ ମୃତ୍ୟୁ ଖବର ମଧ୍ୟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ୦୮ ସେପ୍ଟେମ୍ବର ୨୦୨୪ରେ ସେ ଏ ଦୁନିଆ ଛାଡି ଚାଲିଗଲେ। ମାତ୍ର ୪୮ ବର୍ଷ ବୟସରେ ତାଙ୍କର ମୃତ୍ୟୁ ସମସ୍ତଙ୍କୁ ଦୁଃଖ ଦେଇଥିଲା। ବିକାଶ ସେଠୀ ଜଣେ ପ୍ରସିଦ୍ଧ ଟିଭି ଅଭିନେତା ଥିଲେ। ସେ ସ୍ମୃତି ଇରାନୀ ଏବଂ ଏକତା କପୁରଙ୍କ ଲୋକପ୍ରିୟ ଟିଭି ଶୋ 'କ୍ୟୁଁକି ଶାଶ୍ ଭି କଭି ବହୁ ଥି'ରେ କାମ କରିଥିଲେ।

ପଙ୍କଜ ଉଦାସ:

Year ender 2024 artists who died this yearପଙ୍କଜ ଉଦାସ

ନିଜ ଗଜଲ ସହିତ ଲୋକଙ୍କୁ ଆକର୍ଷିତ କରିଥିବା ପଙ୍କଜ ଉଦାସ ମଧ୍ୟ ଚଳିତ ବର୍ଷ ୨୬ ଫେବୃଆରୀରେ ଏ ଦୁନିଆ ଛାଡିଥିଲେ। ତାଙ୍କର ୭୨ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ସେ ବୟସ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ। ଡାକ୍ତରଖାନାରେ ଭର୍ତ୍ତି ହେବାର ୧୦ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ପ୍ରସିଦ୍ଧ ଗୀତଗୁଡ଼ିକ ମଧ୍ୟରେ 'ଜିଏ ତୁ ଜିଏ କୈସେ ବିନ୍ ଆପକେ...', 'ଚିଠି ଆଇ ହେ...', 'ଚାନ୍ଦି ଜୈସା ରଙ୍ଗ ହେ ତେରା, ସୋନେ ଜୈସେ ବାଲ୍...', 'ନା କଜ୍‌ରେ କି ଧାର୍‌, ନା ମୋତିୟୋ କେ ହାର୍' ରହିଛି।

Advertisment

ଅତୁଲ ପରଚୁରେ:

Year ender 2024 artists who died this yearଅତୁଲ ପରଚୁରେ

ମରାଠୀ ଚଳଚ୍ଚିତ୍ର, ଟିଭି ଶୋ ଏବଂ ବଲିଉଡ୍‌ ଚଳଚ୍ଚିତ୍ରରେ ଅଭିନୟ କରି ଲୋକଙ୍କ ହୃଦୟକୁ ରାଜ୍ କରୁଥିବା ଅଭିନେତା ଅତୁଲ ପରଚୁରେ ମଧ୍ୟ ୧୪ ଅକ୍ଟୋବର ୨୦୨୪ରେ ମୃତ୍ୟୁବରଣ କରିଥିଲେ। ସେ ଦୀର୍ଘ ଦିନ ଧରି କର୍କଟ ରୋଗ ସହିତ ସଂଘର୍ଷ କରୁଥିଲେ। ୫୭ ବର୍ଷରେ ତାଙ୍କ ମୃତ୍ୟୁ ହୋଇଥିଲା। ବୁଢା ହୋଗା ତେରା ବାପ୍, ଅଲ୍ ଦ ବେଷ୍ଟ୍, ପାର୍ଟନର୍, ଗୋଲମାଲ୍ ଭଳି ହିନ୍ଦୀ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା।

ରୁତୁରାଜ ସିଂହ:

Year ender 2024 artists who died this yearରୁତୁରାଜ ସିଂହ

ଜଣାଶୁଣା ଟିଭି ଅଭିନେତା ତଥା ଅନୁପମା ଫେମ୍ ରୁତୁରାଜ ସିଂହ ମଧ୍ୟ ୫୯ ବର୍ଷ ବୟସରେ ହୃଦ;ଘାତରେ ମୃତ୍ୟୁବରଣ କରିଥିଲେ। ତାଙ୍କ ଦେହାନ୍ତ ଖବର ଶୁଣି ପ୍ରଶଂସକମାନେ ବହୁତ ଆଶ୍ଚର୍ଯ୍ୟ ହୋଇଥିଲେ। ତାଙ୍କୁ ମୁଖ୍ୟତଃ ସିରିଏଲ୍‌ରେ ନକାରାତ୍ମକ ଭୂମିକାରେ ଦେଖିବାକୁ ମିଳୁଥିଲା। ଟିଭି ସିରିଏଲ ବ୍ୟତୀତ ସେ ଚଳଚ୍ଚିତ୍ର ଏବଂ ୱେବ୍ ସିରିଜରେ ମଧ୍ୟ କାମ କରିଛନ୍ତି ଏବଂ ତାଙ୍କ ଅଭିନୟରେ ସେ ଦର୍ଶକଙ୍କ ଉପରେ ଗଭୀର ପ୍ରଭାବ ପକାଇଛନ୍ତି।

ଶାରଦା ସିହ୍ନା:

Year ender 2024 artists who died this yearଶାରଦା ସିହ୍ନା

ଦୀର୍ଘ ଦିନ ଧରି କର୍କଟ ରୋଗରେ ସଂଘର୍ଷ କରି ବିହାରର କୋଳିଳ ଶାରଦା ସିହ୍ନାଙ୍କର ଦେହାନ୍ତ ହୋଇଥିଲା। ନଭେମ୍ବର ୦୫ରେ ଦିଲ୍ଲୀର AIIMS ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ ତାଙ୍କର ସମଗ୍ର ଜୀବନକୁ ଲୋକ ସଂଗୀତକୁ ଉତ୍ସର୍ଗ କରିଥିଲେ। ତାଙ୍କ ଦ୍ୱାରା ବୋଲାଯାଇଥିବା ଛଟ୍ ଗୀତ ଖୁବ୍ ଲୋକପ୍ରିୟ। ଏଭଳି ପରିସ୍ଥିତିରେ, ସେ ଏ ଦୁନିଆରୁ ବିଦାୟ ନେବା ଲୋକ ସଂଗୀତ ଜଗତ ପାଇଁ ଏକ ବଡ଼ କ୍ଷତି ଥିଲା।

ଦିଲ୍ଲୀ ଗଣେଶ:

Year ender 2024 artists who died this yearଦିଲ୍ଲୀ ଗଣେଶ

ଅଭିନେତା ଦିଲ୍ଲୀ ଗଣେଶ ମଧ୍ୟ ନଭେମ୍ବର ମାସରେ ଦେହାନ୍ତ କରିଛନ୍ତି। ସେ ତାମିଲ ସିନେମାରେ ଏକ ଜଣାଶୁଣା ନାଁ। ସେ ଥିଏଟରରେ ମଧ୍ୟ ବହୁତ ସକ୍ରିୟ ଥିଲେ। ଦିଲ୍ଲୀ ଗଣେଶ ତାଙ୍କର ଷ୍ଟେଜ୍ ନେମ୍ ହୋଇଥିବା ବେଳେ ତାଙ୍କର ପ୍ରକୃତ ନାଁ ହେଉଛି ଗଣେଶ ମହାଦେବନ୍। ସେ ପ୍ରାୟ ୪୦୦ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

ଉସ୍ତାଦ୍ ଜାକିର ହୁସେନ୍‌:

Year ender 2024 artists who died this yearଉସ୍ତାଦ୍ ଜାକିର ହୁସେନ୍‌

ଏହି ତାଲିକାରେ ଦେଶର ପ୍ରସିଦ୍ଧ ତବଲା ବାଦକ ଉସ୍ତାଦ୍ ଜାକିର ହୁସେନ୍‌ଙ୍କ ନାଁ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ସୋମବାର ସକାଳେ ୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ହୃଦ୍‌ରୋଗ ପରେ ସେ ଆମେରିକାର ସାନ୍‌ ଫ୍ରାନ୍ସିସ୍କୋ ସହରର ଏକ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିଲେ। ତାଙ୍କ ଦେହାନ୍ତ ଖବର ଶୁଣି ପ୍ରଶଂସକମାନେ ଚକିତ ହୋଇଯାଇଥିଲେ।

Bollywood Year Enders
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ