Advertisment

KGFର ଭିଲେନ୍ ଦିନେ ଥିଲେ ୟଶ୍‌ଙ୍କ ବଡିଗାର୍ଡ

କେଜିଏଫ୍‌ରେ ରାମଚନ୍ଦ୍ର ରାଜୁ ୟଶ୍‌ଙ୍କ ବିରୋଧରେ ଦେଖାଦେଇଥିବା ବେଳେ ପ୍ରକୃତ ଜୀବନରେ ସେ ଦିନେ ଅଭିନେତାଙ୍କ ବଡିଗାର୍ଡ ଥିଲେ। ଆପଣ ନିଶ୍ଚୟ ଭାବୁଥିବେ ଯେ ଜଣେ ବଡିଗାର୍ଡ ଏତେ ଆଗକୁ କିପରି ଗଲେ। ଆସନ୍ତୁ ଜାଣିବା…

Yash personal bodyguard Ramachandra Raju played as villain in KGF

Yash personal bodyguard Ramachandra Raju played as villain in KGF

Advertisment

ୟଶ ଷ୍ଟାରର୍ KGF: 2 ବକ୍ସ ଅଫିସରେ ଦମଦାର ବ୍ୟବସାୟ କରୁଛି। ଏହି ଫିଲ୍ମ ଦେଖିବା ପାଇଁ ଦେଶ ତଥା ବିଶ୍ୱର ସିନେମା ଘରେ ଶୋ’ ହାଉସ୍‌ଫୁଲ୍ ହେଉଛି। ଏହି ଫିଲ୍ମର ମୁଖ୍ୟ ଅଭିନେତାଙ୍କ ଭୂମିକାକୁ ପ୍ରଶଂସା କରାଯିବା ସହିତ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ସଞ୍ଜୟ ଦତ୍ତ ଏବଂ ପ୍ରଧାନମନ୍ତ୍ରୀଙ୍କ ଭୂମିକାରେ ଅଭିନୟ କରୁଥିବା ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ମଧ୍ୟ ପ୍ରଶଂସା କରାଯାଉଛି।

Advertisment

KGFର ପ୍ରଥମ ଭାଗ ମଧ୍ୟ ଲୋକେ କମ ପ୍ରଶଂସା କରି ନଥିଲେ। ଅନେକ ଲୋକ ମଧ୍ୟ ଫିଲ୍ମର ଖଳନାୟକକୁ ବହୁତ ପସନ୍ଦ କରିଥିଲେ। ତେବେ ଆସନ୍ତୁ ଏହି ଭୂମିକାରେ ଅଭିନୟ କରିଥିବା କଳାକାରଙ୍କ ବିଷୟରେ ଜାଣିନେବା।

ପ୍ରଶାନ୍ତ ନୀଲଙ୍କ ଏହି ଫିଲ୍ମରେ ଖତରନାକ୍ ଖଳନାୟକ ଭୂମିକାରେ ଦେଖିଦେଇଥିବା ଗରୁଡା ରାମଙ୍କ ପ୍ରକୃତ ନାମ ହେଉଛି ରାମଚନ୍ଦ୍ର ରାଜୁ। ସେ ପ୍ରଥମେ ହିଁ ନିଜର ଅଭିନୟ କେଜିଏଫ୍-୧ରୁ ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ତାମିଲ୍-ତେଲୁଗୁ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖେଇଛନ୍ତି।

Advertisment

କେଜିଏଫ୍‌ରେ ରାମଚନ୍ଦ୍ର ରାଜୁ ୟଶ୍‌ଙ୍କ ବିରୋଧରେ ଦେଖାଦେଇଥିବା ବେଳେ ପ୍ରକୃତ ଜୀବନରେ ସେ ଦିନେ ଅଭିନେତାଙ୍କ ବଡିଗାର୍ଡ ଥିଲେ। ଆପଣ ନିଶ୍ଚୟ ଭାବୁଥିବେ ଯେ ଜଣେ ବଡିଗାର୍ଡ ଏତେ ଆଗକୁ କିପରି ଗଲେ।

ଯେତେବେଳେ ପ୍ରଶାନ୍ତ ନୀଲ ୟଶଙ୍କୁ କେଜିଏଫ୍‌ର ସ୍କ୍ରିପ୍ଟ ଶୁଣେଇବା ନେଇ ତାଙ୍କୁ ଭେଟିଥିଲେ ସେହି ସମୟରେ ତାଙ୍କ ନଜର ଅଭିନେତାଙ୍କ ବଡିଗାର୍ଡ ଉପରେ ପଡିଥିଲା। ନିର୍ଦ୍ଦେଶକଙ୍କୁ ରାମଚନ୍ଦ୍ର ରାଜୁଙ୍କ ଲୁକ୍ ଏତେ ପସନ୍ଦ ଆସିଥିଲା ଯେ ସେ ସେହି ସମୟରେ ହିଁ ତାଙ୍କୁ ନିଜ ଫିଲ୍ମର ଖଳନାୟକ ପାଇଁ ତାଙ୍କୁ ପ୍ରସ୍ତାବ ଦେଇଥିଲେ।

Advertisment

ଏହାପରେ ରାଜୁ ହୋଇଗଲେ ଗରୁଡା ରାମ। ସେ ପ୍ରଥମ ଭାଗରେ ଦେଖାଦେଇଥିବା ବେଳେ ୟଶ ତାଙ୍କୁ ମୃତ୍ୟୁର ଘାର ଦେଖେଇ ଦେଇଥିଲେ। ସେହିପରି କେଜିଏଫ୍‌ ୨ରେ ଭୟଙ୍କର ଖଳନାୟକ ଭୂମିକାରେ ସଞ୍ଜୟ ଦତ୍ତଙ୍କୁ ଦେଖିବାକୁ ମିଳିଛି ଯିଏ ଅଧୀରା ଭୂମିକାରେ ନଜର ଆସିଛନ୍ତି। କିନ୍ତୁ ଏହାର ଫ୍ଲାସ୍‌ବ୍ୟାକ୍‌ରେ ଗରୁଡାର କାହାଣୀ ଦେଖିବାକୁ ମିଳେ।

ଏଥିରେ ମଧ୍ୟ ରାମଚନ୍ଦ୍ର ରାଜୁ ଜବରଦସ୍ତ ଅଭିନୟ କରିଛନ୍ତି। ଗୋଟିଏ ଫିଲ୍ମରେ ଖଳନାୟକର ଅଭିନୟ କରି ରାତାରାତି ତାଙ୍କ ଭାଗ୍ୟ ବଦଳିଗଲା। ବର୍ତ୍ତମାନ ତାଙ୍କ ହାତରେ ଆଉ ଫିଲ୍ମର ଅଭାବ ନାହିଁ।

ରାମଚନ୍ଦ୍ର ରାଜୁ ଅଭିନେତା ପୱନ କଲ୍ୟାଣ ଓ ରାଣା ଦଗ୍ଗୁବାତୀ ଷ୍ଟାରର୍ ‘ଭୀମଲା ନାୟକ’ରେ ମଧ୍ୟ ଦେଖାଦେଇଥିଲେ। ସେ ଏହି ଫିଲ୍ମରେ ଜଣେ କଏଦୀ ଭୂମିକାରେ ନଜର ଆସିଥିଲେ। ଏହା ଛଡା ସେ ରଶ୍ମିକା ମନ୍ଦାନା ଓ କାର୍ତ୍ତି ଷ୍ଟାରର୍ ‘ସୁଲ୍‌ତାନ୍’ ରୁ ତାମିଲ୍ ଡେବ୍ୟୁ କରିଛନ୍ତି। ସେହିପରି ‘ମହାସମୁଦ୍ରମ୍’ରେ ସେ ତେଗୁଲୁ ଦୁନିଆକୁ ପ୍ରବେଶ କରିଥିଲେ। ଆଜିକାଲି ସେ ତାମିଲ୍ ଫିଲ୍ମ ‘ଜନ ଗଣ ମନ’ ଓ ମଲୟାଲମ୍‌ ଫିଲ୍ମ ‘ସ୍ଥମ୍ଭମ୍ ୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

KGF Chapter 2 Bollywood KGF
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ