Advertisment

ସବୁ ରେକର୍ଡ କାଟିଥିଲେ ବି ସଲମାନଙ୍କ ଆଗରେ ଫେଲ୍ ମାରିଲା 'KGF ୨'

ରେକର୍ଡ ଭଙ୍ଗା ରୋଜଗାର କରିଛି 'KGF ୨'। ଚଳିର ବର୍ଷର ସବୁଠାରୁ ଚର୍ଚ୍ଚିତ ଫିଲ୍ମ ହୋଇଛି। କିନ୍ତୁ କାଟି ପାରିନି ସଲ୍‌ମାନ୍‌ ଖାନ୍‌ଙ୍କ ରେକର୍ଡ। ଆଜି ବି ଭାଇଜାନ ଆଗରେ।

Yash could not break the record of Salman Khan

Yash could not break the record of Salman Khan

Advertisment

ଆଜିକାଲି ବକ୍ସ୍ ଅଫିସ୍ ରେକର୍ଡ କରିଥିବା ଫିଲ୍ମ ବିଷୟରେ ଯାହାକୁ ପଚାର ତା’ ମୁହଁରୁ ଆସିଛ୍ ସାଉଥ୍‌ ସୁପର୍‌ଷ୍ଟାର୍‌ ୟଶଙ୍କ ଫିଲ୍ମ 'KGF ଚାପ୍ଟର ୨'। ଫିଲ୍ମଟି ରିଲିଜ ହେବା ପରଠାରୁ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଥିଲା। ଏପ୍ରିଲ୍ ୧୪ ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ୧ହଜାର କୋଟିର ଅଙ୍କ ଅତିକ୍ରମ କରିଛି। ଏବେ ଫିଲ୍ମ ରିଲିଜ୍ ହେବାର ୭୫ ଦିନ ପରେ ବିଶ୍ୱର ସବୁ ପ୍ରେକ୍ଷାଳୟରୁ ଉଠିଛି। ତେବେ ଆସନ୍ତୁ ଜାଣିବା 'KGF ଚାପ୍ଟର ୨' ଏପର୍ଯ୍ୟନ୍ତ କେତେ ରେକର୍ଡ କରିଛି ଏବଂ ୭୫ ଦିନ ମଧ୍ୟରେ କେତେ କୋଟି ରୋଜଗାର କରିଛି।

Advertisment

ଆଡଭାନ୍ସ ବୁକିଂ ରେକର୍ଡ:

'KGF ୨' ରିଲିଜ୍ ପୂର୍ବରୁ ମଧ୍ୟ ଆଡଭାନ୍ସ ବୁକିଂରେ ରେକର୍ଡ କରିଥିଲା। ଏହି ଫିଲ୍ମଟି ଆଡଭାନ୍ସ ବୁକିଂରେ ୬୦ କୋଟି ସଂଗ୍ରହ କରିଥିଲା, ଯାହା ଏପର୍ଯ୍ୟନ୍ତ ସର୍ବାଧିକ।

ଉଦ୍‌ଘାଟନୀ ଦିନରେ ସର୍ବାଧିକ ଆୟ ରେକର୍ଡ:

' KGF ୨' ଉଦ୍‌ଘାଟନୀ ଦିନରେ ୫୩ କୋଟି ଟଙ୍କା ସଂଗ୍ରହ କରିଥିଲା, ଯାହାକି ହିନ୍ଦୀ ସଂସ୍କରଣରେ ସର୍ବାଧିକ ସଂଗ୍ରହ। ଏହାପୂର୍ବରୁ 'ୱାର୍' ୫୦ କୋଟି ଏବଂ 'ଠଗ୍ସ ଅଫ ହିନ୍ଦୁସ୍ତାନ' ୪୮ କୋଟି ସଂଗ୍ରହ କରିଥିଲା।

Advertisment

କନ୍ନଡ ଚଳଚ୍ଚିତ୍ର ଶିଳ୍ପରେ ରକର୍ଡ:

ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି। ଆଜି ପର୍ଯ୍ୟନ୍ତ କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କୌଣସି ଚଳଚ୍ଚିତ୍ର ‘KGF ୨’ ର ବ୍ୟବସାୟର ଏକ ଚତୁର୍ଥାଂଶ କରିନାହାଁନ୍ତି।

ଓପେନିଂ ୱିକ୍‌ଏଣ୍ଡ ରେକର୍ଡ:

‘KGF ୨’ ଓପେନିଂ ୱିକ୍‌ଏଣ୍ଡ୍‌ରେ 'ବାହୁବଳୀ ୨'ର ଗ୍ଲୋବଲ ସଂଗ୍ରହ ୫୫୨ କୁ କାଟି ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇପାରିଛି।

Advertisment

କରୋନା ପରେ ସର୍ବାଧିକ ଆୟ ରେକର୍ଡ:

ରିଲିଜ୍ ହେବା ପରଠାରୁ ‘KGF ୨’ ବକ୍ସ ଅଫିସରେ କବ୍‌ଜା କରିଥିଲା। ଫିଲ୍ମଟି ଏହାର ହିନ୍ଦୀ ସଂସ୍କରଣରେ ୩୫୩ କୋଟି ଟଙ୍କା ସଂଗ୍ରହ କରିବାରେ ସଫଳ ହୋଇଛି। ଏହା 'ଦଙ୍ଗଲ' ଏବଂ 'ବାହୁବଳୀ ୨' ର ସଂଗ୍ରହକୁ ମଧ୍ୟ ଅତିକ୍ରମ କରିଛି।

ଭାଙ୍ଗିପାରିଲା ନାହିଁ ସଲମାନଙ୍କ ରେକର୍ଡ:

‘KGF ୨’ ଏହାର ନାମରେ ଅନେକ ରେକର୍ଡ ସୃଷ୍ଟି କରିଛି ଏବଂ ଅନେକ ଚଳଚ୍ଚିତ୍ରର ରେକର୍ଡ ମଧ୍ୟ ଭାଙ୍ଗିଛି। କିନ୍ତୁ ଏହି ଫିଲ୍ମଟି ସଲମାନ ଖାନଙ୍କ ଫିଲ୍ମ 'ସୁଲତାନ'ର ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇ ନାହିଁ। ସଲମାନ ଖାନଙ୍କ ୨୦୧୬ର ଚଳଚ୍ଚିତ୍ର ‘ସୁଲତାନ’ ସାରା ବିଶ୍ୱରେ 589 କୋଟି ଟଙ୍କା ରୋଜଗାର କରିଥିଲା। ‘KGF ୨’ କେବଳ ୫୮୩.୮୫ କୋଟି ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛି। ଫଳରେ ସଲମାନ ଖାନଙ୍କ ନାମରେ ଏହି ରେକର୍ଡ ରହିଛି।

ଏପର୍ଯ୍ୟନ୍ତର ରୋଜଗାର:

ୟଶ ଷ୍ଟାରର୍ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ରେକର୍ଡ ଭଙ୍ଗା ରୋଜଗାର କରିଛି। ଏହି ଚଳଚ୍ଚିତ୍ରଟି ହିନ୍ଦୀ ବେଲ୍ଟରେ ସର୍ବାଧିକ ୪୩୫.୨୩ କୋଟି ସଂଗ୍ରହ କରିଛି। ଏହା ପରେ କର୍ଣ୍ଣାଟକରେ ୧୫୪.୬୫ କୋଟି, ତେଲୁଗୁରେ ୧୧୪.୯ କୋଟି, ତାମିଲରେ ୧୦୫.୦୩ କୋଟି ଏବଂ ମାଲାୟାଲମରେ ୪୯.୭୪ କୋଟି ରୋଜଗାର କରିଛି। ଏଥି ସହିତ, ମୋଟାମୋଟି ଭାବେ ଭାରତରେ ଫିଲ୍ମର ନେଟ୍ କଲେକ୍ସନ୍ ୮୫୯.୫୫ କୋଟି ଟଙ୍କା ହୋଇଛି। ଏହି ଚଳଚ୍ଚିତ୍ରଟିର ବିଶ୍ୱବ୍ୟାପୀ ସଂଗ୍ରହ ଦେଖିଲେ ଏହା ୧୨୦୭ କୋଟି ଟଙ୍କା ରୋଜଗାର କରିଛି।

Yash Salman Khan Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ