Advertisment

ଯୁବକଙ୍କୁ ଧୋକା ଦେବାର ମାହିର ଏହି ମଡେଲ୍

ଏ ଦୁନିଆରେ ଅନେକ ପ୍ରକାରର ରୋଗ ଅଛି। ଏହା ମଧ୍ୟରୁ ହୃଦୟ ଭାଙ୍ଗିବା ଏକ ଅଜବ ପ୍ରକାରର ରୋଗ। ଅଷ୍ଟ୍ରେଲିଆର ଜଣେ ମଡେଲ୍ ଏହି ରୋଗରେ ପିଡିତ ହୋଇଥିବା ବେଳେ ପୁରୁଷଙ୍କ ହୃଦୟ ଭାଙ୍ଗିଲେ ତାଙ୍କୁ କୌଣସି ଦୁଃଖ ହୁଏନି ବୋଲି ସେ କହିଛନ୍ତି।

Woman likes to cheat on boyfriends

Woman likes to cheat on boyfriends

Advertisment

ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର ଲୋକ ଅଛନ୍ତି। କିଏ ଅନ୍ୟକୁ ସୁଖ ଦେବାକୁ ଭଲ ପାଏ ତ ପୁଣି କିଏ ଦୁଃଖ ଦେବାକୁ ଭଲ ପାଏ। କିଏ ପରର ମଙ୍ଗଳ ଦେଖିଲେ ଖୁସି ହୁଏ ତ ପୁଣି କିଏ ପଡୋଶୀ ତଳିତଳାନ୍ତ ହେଲେ ଆନନ୍ଦ ପାଏ। ଏ ଦୁନିଆରେ ଏଭଳି ବି ଜଣେ ଯୁବତୀ ଅଛନ୍ତି ଯିଏ ଅନ୍ୟର ହୃଦୟ ଭାଙ୍ଗିବାକୁ ଭଲ ପାଆନ୍ତି। ତାଙ୍କୁ ଅନ୍ୟର ହୃଦୟ ଭାଙ୍ଗିବାରେ ଟିକେ ବି କଷ୍ଟ ହୁଏନି।

Advertisment

ଅଷ୍ଟ୍ରେଲିଆରେ ରହୁଥିବା ମଡେଲ୍ କନିକା ବତ୍ରା କୁହନ୍ତି ଯେ ତାଙ୍କୁ ତାଙ୍କ ପ୍ରେମିକମାନଙ୍କ ହୃଦୟ ଭାଙ୍ଗିବାରେ ଟିକେ ବି ଖରାପ ଲାଗେନି। ସେ ନିଜେ କୁହନ୍ତି ଯେ ସେ ଏଯାଏ ୩ ଜଣ ଯୁବକଙ୍କୁ ଧୋକା ଦେଇ ସାରିଛନ୍ତି। ଏହା ତାଙ୍କୁ ତିଳେମାତ୍ର ଦୁଃଖ ଦେଉ ନ ଥିବା ସେ କୁହନ୍ତି। କିନ୍ତୁ ଏହା ସେ ଜାଣିଶୁଣି କରନ୍ତି ନାହିଁ କି ଏହାର ମଜ୍ଜା ଉଠାନ୍ତି ନାହିଁ। ଏହା ପଛରେ ରହଛି ତାଙ୍କର ଏକ ସମସ୍ୟା।

କନିକା ବତ୍ରା ନିଜକୁ ସୋସିୟୋପାଥ୍‌ କୁହନ୍ତି, କାରଣ ତାଙ୍କ ବ୍ୟକ୍ତିଗତ ଜୀବନରେ ଏମିତି କିଛି ଅଜବ ଧରଣର ସମସ୍ୟା ରହିଛି ଯାହା ଦ୍ୱାରା ଅନ୍ୟର ହୃଦୟ ଭାଙ୍ଗିବା ପରେ ମଧ୍ୟ ସେ ଦୁଃଖ ପ୍ରକାଶ କରନ୍ତି ନାହିଁ। ନା ଏହା ତାଙ୍କୁ ଅପରାଧବୋଧ ହୁଏ ନା କୌଣସି ଅନୁଶୋଚନା।

Advertisment

୨୬ ବର୍ଷୀୟ କନିକା ସାମାଜିକ ବ୍ୟକ୍ତିତ୍ୱ ବିରୋଧ ରୋଗରେ ପିଡିତ। ଏହା ଦ୍ୱାରା ମଣିଷ ମସ୍ତିଷ୍କ କେବେ ବି ସ୍ଥିର ରୁହେ ନାହିଁ। ଏହି ବ୍ୟକ୍ତିଙ୍କୁ କିଛି ବି କରିବା ନେଇ ତୀବ୍ର ଇଛା ହୋଇଥାଏ। ଏହି ରୋଗରେ ସହାନୁଭୂତିର ଅଭାବ ହୋଇଥାଏ ଓ ଅପରାଧବୋଧ ମନେ ହୋଇ ନ ଥାଏ।

ସିଡ୍‌ନୀରେ ରହୁଥିବା କନିକା ୟୁଟ୍ୟୁବ୍‌ରେ ଏକ ଭିଡିଓ ଶେୟାର କରି କହିଛନ୍ତି ଯେ ସେ ତାଙ୍କର ୩ ଜଣ ପ୍ରେମିକଙ୍କୁ ଧୋକା ଦେଇଛନ୍ତି। ସେ କୁହନ୍ତି ଯେ କୌଣସି ବି ପୁରୁଷ ପାଇଁ ସେ ତାଙ୍କ ଭିଅରେ ସେପରି ଭାବନା ଅନୁଭବ କରି ପାରନ୍ତି ନାହିଁ। କାହା ସହିତ ତାଙ୍କର ବିଚ୍ଛେଦ ହେଲେ ବି ତାଙ୍କୁ କିଛି ଫରକ ପଡେନି। ଏହା ପରେ ବି ସେ ଶାନ୍ତିରେ ଖାଇ ପାରନ୍ତି ଆଉ ଆରାମରେ ଶୋଇପାରନ୍ତି।

Advertisment
Woman likes to cheat on boyfriendsଯୁବକଙ୍କୁ ଧୋକା ଦେବାର ମାହିର ଏହି ମଡେଲ୍

କନିକାଙ୍କ କହିବା କଥା, ସେ ଯାହା ସଂପର୍କରେ ରୁହନ୍ତି ସେ ସମୟରେ ସେ ଚେଷ୍ଟା କରନ୍ତି ଯେ ଯେତେ ସମ୍ଭବ ସେତେ କମ୍ କ୍ଷତି ହେଉ ବୋଲି। କିନ୍ତୁ ସେ ନିଜକଉ ଭଲ ଭାବେ ଜାଣନ୍ତି। ତାଙ୍କୁ ଏହା ମଧ୍ୟ ଜଣା ଅଛି ଯେ ତାଙ୍କର ମିଛ ଆଉ ଧୋକା ଦିନେ ନା ଦିନେ ତାଙ୍କ ଉପରେ ବି ପଡିପାରେ। ସେ କୁହନ୍ତି ଯେ ତାଙ୍କ ପାଖରେ ବି ଭାବନା ଅଛି, କିନ୍ତୁ ସେଭଳି ନାହିଁ ଯାହା ଅନ୍ୟମାନଙ୍କ ପାଖରେ ଅଛି।

କନିକା ତାଙ୍କର ଏହି ସମସ୍ୟାକୁ ନେଇ ଅନେକ ଡାକ୍ତରଙ୍କ ପରାମର୍ଶ ନେଇଛନ୍ତି। ଏହି ସମସ୍ୟା ବିରୋଧରେ ସେ ଲଢେଇ କରି ଚାଲିଛନ୍ତି। ସେ ସାଧାରଣ ଲୋକଙ୍କ ଠାରୁ ଅଧିକ ସଚେତନ ଆଉ ନିଜ ଆର୍ଥିକ ସୁରକ୍ଷା ନେଇ ଅଧିକ ଚିନ୍ତିତ ମଧ୍ୟ।

Love And Cheat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ