Without Permission Bollywood Megastar Amitabh Bachchan's Voice, Image Can't Be Used
ବିନା ଅନୁମତିରେ ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ନାଁ, ସ୍ୱର, ଫଟୋ, କିମ୍ବା ଡାଏଲଗ୍ ବ୍ୟବହାର କରାଯାଇପାରିବ ନାହିଁ। ଏନେଇ ଦିଲ୍ଲୀ ହାଇକୋର୍ଟ ଅନ୍ତରୀଣ ରାୟ ଦେଇଛନ୍ତି। ଅମିତାଭଙ୍କ ବିନା ଅନୁମତିରେ ସ୍ୱର, ଫଟୋ କିମ୍ବା ଡାଏଲଗ୍ ବ୍ୟବହାର ବେଆଇନ୍ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ ଦେଇଛନ୍ତି। କିଛି କମ୍ପାନୀ ତାଙ୍କ ବିନା ଅନୁମତିରେ ତାଙ୍କ ନାଁ, ସ୍ୱର, ଫଟୋର ବ୍ୟବହାର କରୁଛନ୍ତି। ଦୀର୍ଘ ଦିନ ଧରି ଏପରି ଚାଲିଛି। ତେଣୁ ଅମିତାଭ ଚାହୁଁ ନାହାନ୍ତି କେହିବି ତାଙ୍କ ବିନା ଅନୁମତିରେ ତାଙ୍କର ପରିଚୟ ବ୍ୟବହାର କରନ୍ତୁ।
ତାଙ୍କ ଫଟୋକୁ ଅପବ୍ୟବହାର କରାଯାଉଥିବା ଅଭିଯୋଗ କରି ଅମିତାଭ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଅମିତାଭଙ୍କ ବିନା ଅନୁମତିରେ ତାଙ୍କ ସ୍ୱର, ଫଟୋ କିମ୍ବା ଡାଏଲଗ୍ ବ୍ୟବହାର କରାଯାଇପାରିବ ନାହିଁ ବୋଲି ଅନ୍ତରୀଣ ରାୟ ଦେଇଛନ୍ତି।
କ’ଣ ପୁରା ମାମଲା ?
ଅମିତାଭଙ୍କ ନାଁ, ସ୍ୱର ଓ ବ୍ୟକ୍ତିତ୍ୱକୁ କିଛି କମ୍ପାନୀ ଅପ୍ୟବବହାର କରୁଛନ୍ତି। ଅମିତାଭ ତାଙ୍କ ଆବେଦନରେ ଉଲ୍ଲେଖ କରିଛନ୍ତି ଯେ, ଯେଉଁମାନେ ଏଭଳି ଜିନିଷ କରୁଛନ୍ତି, ତାହା ଭୁଲ୍। ତେଣୁ କମର୍ସିଆଲ୍ ଇଣ୍ଟଷ୍ଟ୍ରିରେ କଣ୍ଟ୍ରୋଲ ରହିବା ଉଚିତ୍। ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମରେ ଅମିତାଭଙ୍କ ନାଁରେ ଏକ ଲଟେରୀ ବିଜ୍ଞାପନ ଭାଇରାଲ୍ ହେଉଛଇ। ଏଥିରେ ତାଙ୍କର ଫଟୋ ପ୍ରମୋସନାଲ ବ୍ୟାନର ଭାବେ ଲଗାଯାଇଛି। ଏହାବ୍ୟତୀତ ଏଥିରେ KBCର ଲୋଗୋ ମଧ୍ୟ ରହିଛି। ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏଭଳି ବ୍ୟାନର୍ ପ୍ରସ୍ତୁତ କରାଯାଇଛି। ତେବେ ଏଥିରେ କୌଣସି ସତ୍ୟତା ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1669367502.jpg)