Advertisment

‘ଦ କାଶ୍ମୀର ଫାଇଲ୍ସ’ ଉପରେ ଭାରୀ ପଡିବ କି ‘ଆର୍‌ଆର୍‌ଆର୍‌’

‘ଦ କାଶ୍ମୀର ଫାଇଲ୍ସ’ର ଦବ୍‌ଦବା ଏବେ ସୁଦ୍ଧା ଦର୍ଶକଙ୍କ ମନରୁ ଯାଇନି। କିନ୍ତି ଏହାରି ଭିତରେ ପରଦାକୁ ଆସିଗଲାଣି ‘ଆର୍‌ଆର୍‌ଆର୍‌’। ଏହା କ’ଣ ‘ଦ କାଶ୍ମୀର ଫାଇଲ୍ସ’ ଉପରେ ଭାରୀ ପଡିବ କି?

ଅଦ୍ୟତନ ହୋଇଛି
Will the RRR takkar on the Kashmir files

Will the RRR takkar on the Kashmir files

Advertisment

ମୁମ୍ବାଇ: ଗତ କିଛି ଦିନ ପୂର୍ବରୁ ରିଲିଜ୍ ହୋଇଥିବା ‘ଦ କାଶ୍ମୀର ଫାଇଲ୍ସ’ ସମସ୍ତଙ୍କ ଭିତରେ ଏକ ହଇଚଇ ସୃଷ୍ଟି କରିଛି। ଏହାକୁ ଟକ୍କର ଦେବାକୁ ଶୁକ୍ରବାର ଏସ୍ ଏସ୍ ରାଜାମୌଲୀଙ୍କ ନିର୍ଦ୍ଦେଶିତ ପିଲ୍ମ ଆର୍‌ଆର୍‌ଆର୍‌ ରିଲିଜ୍ ହୋଇଛି। ଜୁନିୟର ଏନ୍‌ଟିଆର୍ ଓ ରାମ ଚରଣ ଭଳି ଷ୍ଟାର୍‌କାଷ୍ଟରେ ନିର୍ମିତ ଏହି ଫିଲ୍ମକୁ ଏପର୍ଯ୍ୟନ୍ତ ସବୁଠାରୁ ବଡ ରିଲିଜ୍ କୁହାଯାଉଛି।

Advertisment

ଏହି ଫିଲ୍ମ ଘୋଷଣା ହେବା ଦିନରୁ ଏହାକୁ ନେଇ ବହୁତ କିଛି କୁହାଯାଉଛି ଓ ଶୁଣାଯାଉଛି। ଏନେଇ ଏହି ଫିଲ୍ମକୁ ନେଇ ଲୋକେ ବହୁତ ଉତ୍ସାହିତ ଥିବା ଦେଖାଯାଉଛନ୍ତି। ତେବେ ଏହା ଦେଖିବା ବାକି ରହିଲା ଯେ ‘ଦ କାଶ୍ମୀର୍ ଫାଇଲ୍ସ’ ଯେପରି ‘ବଚ୍ଚନ ପାଣ୍ଡେ’କୁ ପଛରେ ପକେଇ ନିଜର ପତିଆରା ଜାରି ରଖିଛି ସେଭଳି ‘ଆର୍‌ଆର୍‌ଆର୍‌’କୁ ଧ୍ୱସ୍ତ କରିଦେବ ନା ପୁଣି ବିବେକ ଅଗ୍ନିହୋତ୍ରୀଙ୍କ ଉପରେ ଏସ୍ ଏସ୍ ରାଜାମୌଲୀଙ୍କ ଫ୍ୟାନ୍-ଫଲୋଇଙ୍ଗ୍ ଭାରି ପଡିବେ।

‘RRR’ କୁ ନେଇ ହୋଇଥିବା ହଇଚଇ ଫଳରେ ସମସ୍ତଙ୍କ ନଜର ଏବେ ଏହି ଫିଲ୍ମର ପ୍ରଥମ ଦିନର କଲେକ୍ସନ ଉପରେ ରହିଛି। ଫିଲ୍ମର ହିନ୍ଦୀ ସଂସ୍କରଣ ପ୍ରଥମ ଦିନରେ ୧୫ କୋଟି ଟଙ୍କା ରୋଜଗାର କରିବ ବୋଲି ଆଶା କରାଯାଉଛି। ଯଦି 'ଦ କାଶ୍ମୀର ଫାଇଲ୍ସ'ର କ୍ରେଜ୍ 'RRR' ଉପରେ ପ୍ରଭାବ ପକାଏ ଏବଂ ପ୍ରଥମ ଦିନରେ ଫିଲ୍ମଟି ଆନୁମାନିକ ଆକଳନଠାରୁ କମ୍ ସଂଗ୍ରହ କରେ ତେବେ ଏହା ଏସ୍ ଏସ୍ ରାଜାମୌଲୀଲି ପାଇଁ ଏକ ସତର୍କ ଘଣ୍ଟି ହୋଇପାରେ।

Advertisment

ଏସ୍ ଏସ୍‌ ରାଜାମୌଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ବାହୁବଲୀ-୨' ଏପର୍ଯ୍ୟନ୍ତ ଭାରତୀୟ ସିନେମାକୁ ସବୁଠାରୁ ବଡ ଓପେନିଂ ଦେଇଛି। ଏହି ଫିଲ୍ମଟି ୬ ବର୍ଷ ପୂର୍ବେ ଏପରି ଏକ ବେଞ୍ଚ୍‌ମାର୍କ ସ୍ଥିର କରିଥିଲା, ଯାହାକୁ ଏପର୍ଯ୍ୟନ୍ତ କେହି ଭାଙ୍ଗି ପାରି ନାହିଁ। କିନ୍ତୁ 'RRR' ଭଳି ବିଶାଳ ଷ୍ଟାରଡମ୍ ଫିଲ୍ମ ଏକ ନୂଆ ଓପନିଂ ରେକର୍ଡ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ବାଣିଜ୍ୟ ବିଶ୍ଳେଷକ କହିଛନ୍ତି ଯେ ଏହି ଫିଲ୍ମଟି ସମଗ୍ର ଭାରତରେ ପ୍ରଥମ ଦିନରେ ପ୍ରାୟ ୧୫୦କୋଟି ଟଙ୍କା ରୋଜଗାରର ଏକ ନୂଆ ଦିଗ ସୃଷ୍ଟି କରିବ।

ଏହି ଫିଲ୍ମଟି ସାରା ଭାରତରେ ୫୦୦୦ ପରଦାରେ ମୁକ୍ତିଲାଭ କରିଛି। ଏହା ପୂର୍ବରୁ ‘ବାହୁବଲୀ-୨’ ୯୦୦୦ ପରଦାରେ ମୁକ୍ତିଲାଭ କରିଥିବା ବେଳେ ‘ପୁଷ୍ପା’ ୪୦୦୦, ‘ଦ କାଶ୍ମୀର ଫାଇଲ୍ସ’ ପାଖାପାଖି ୩୨୫୦ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା।

Advertisment
Bollywood RRR The Kashmir Files
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ