Advertisment

ଗୋବିନ୍ଦାଙ୍କ ଦ୍ୱାରା ନିଜର ସବୁ କାମ କରାନ୍ତି ସୁନିତା ଆହୁଜା

ଯଦି ବଲିଉଡରେ କ୍ୟୁଟେଷ୍ଟ ଦମ୍ପତ୍ତିଙ୍କ କଥା ଉଠେ ତେବେ ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ନାମ ନିଶ୍ଚୟ ଆସିବ। ଗୋବିନ୍ଦା କିଛି ବର୍ଷ ପୂର୍ବରୁ ସୁନିତାଙ୍କୁ ପ୍ରେମ ବିବାହ କରିଥିଲେ। ବର୍ତ୍ତମାନ ମଧ୍ୟ ସେମାନଙ୍କ ମଧ୍ୟ ପ୍ରେମ ପୂର୍ବ ପରି ରହିଛି। ଆଜି ସେମାନଙ୍କ ମଧ୍ୟ ଭଲ ସମ୍ପର୍କ ରହିବା ସେମାନଙ୍କ ଦ୍ୱାରା ସୋସିଆଲ୍ ମିଡିଆରେ ଶେୟାର ହେଉଥିବା ବିଭିନ୍ନ ଭିଡିଓରୁ ଜଣାଯାଏ। କିଛି ଦିନ ପୂର୍ବରୁ ଗୋବିନ୍ଦା ଓ ତାଙ୍କ ପତ୍ନୀ କପିଲ ଶର୍ମା ଶୋ’କୁ ଆସିଥିଲେ, ଏହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଦେଖାଯାଏ।

Wife Sunita got work done by Govinda

Wife Sunita got work done by Govinda

Advertisment

ନୂଆଦିଲ୍ଲୀ : ଯଦି ବଲିଉଡରେ କ୍ୟୁଟେଷ୍ଟ ଦମ୍ପତ୍ତିଙ୍କ କଥା ଉଠେ ତେବେ ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ନାମ ନିଶ୍ଚୟ ଆସିବ। ଗୋବିନ୍ଦା କିଛି ବର୍ଷ ପୂର୍ବରୁ ସୁନିତାଙ୍କୁ ପ୍ରେମ ବିବାହ କରିଥିଲେ। ବର୍ତ୍ତମାନ ମଧ୍ୟ ସେମାନଙ୍କ ମଧ୍ୟ ପ୍ରେମ ପୂର୍ବ ପରି ରହିଛି। ଆଜି ସେମାନଙ୍କ ମଧ୍ୟ ଭଲ ସମ୍ପର୍କ ରହିବା ସେମାନଙ୍କ ଦ୍ୱାରା ସୋସିଆଲ୍ ମିଡିଆରେ ଶେୟାର ହେଉଥିବା ବିଭିନ୍ନ ଭିଡିଓରୁ ଜଣାଯାଏ। କିଛି ଦିନ ପୂର୍ବରୁ ଗୋବିନ୍ଦା ଓ ତାଙ୍କ ପତ୍ନୀ କପିଲ ଶର୍ମା ଶୋ’କୁ ଆସିଥିଲେ, ଏହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଦେଖାଯାଏ।

Advertisment

ଭିଡିଓରେ ଦେଖାଯାଉଛି ଯେ ଉଭୟ ଯେତେବେଳେ କପିଲଙ୍କ ଶୋ’ରେ ପହଞ୍ଚିଥିଲେ କପିଲ୍ ସେମାନଙ୍କୁ ଏକ ଭିଡିଓ କ୍ଲିପ୍ ଦେଖେଇଥିଲେ। ଏହି ଭିଡିଓରେ ସୁନିତା ଆରାମରେ ଚେୟାର ବସିଛନ୍ତି ଏବଂ ଗୋବିନ୍ଦା ତାଙ୍କର ସବୁ କାମ କରୁଛନ୍ତି। ସୁନିତା କେତେବେଳେ ଗୋବିନ୍ଦାଙ୍କ ଦ୍ୱାରା କପଡା ଇସ୍ତ୍ରୀ କରଉଛନ୍ତି ତ ପୁଣି କେତେବେଳେ ତାଙ୍କ ହାତରୁ ଫଳ ଖାଉଛନ୍ତି। ଗୋବିନ୍ଦା ଯେଉଁଭଳି ଭାବେ ଦୌଡି ଦୌଡି ସୁନିତାଙ୍କ କାମ କରୁଛନ୍ତି ଲୋକେ ଏହା ଦେଖି ହସି ହସି ବେଦମ ହେବା ଦେଖାଯାଏ। ଏହି ମଜ୍ଜାଳିଆ ଭିଡିଓକୁ ଗୋବିନ୍ଦା ଓ ସୁନିତା ମଧ୍ୟ ହସି ହସି ଉପଭୋଗ କରୁଥିବା ଦେଖାଯାଏ। ଭିଡିଓର ବ୍ୟାକଗ୍ରାଉଣ୍ଡରେ ‘ତୁମ୍ ତୋ ଧୋଖେବାଜ୍‌ ହୋ’ ଗୀତର ମ୍ୟୁଜିକ୍ ଶୁଣାଯାଉଛି।

Advertisment

ଏହି ଭିଡିଓ ଗୋବିନ୍ଦାଙ୍କ ଫ୍ୟାନପେଜରେ ଶେୟାର କରାଯାଇଛି। ଏହି ଭିଡିଓକୁ ତାଙ୍କ ପ୍ରଶଂସକମାନେ ଖୁବ ଉପଭୋଗ କରୁଥିବା ବେଳେ କମେଣ୍ଟ ମଧ୍ୟ ଦେଉଛନ୍ତି। ଜଣେ ପ୍ରଶଂସକ ଏହି ଭିଡିଓରେ ଏକ ମଜ୍ଜାଳିଆ କମେଣ୍ଟ କରି କହିଛନ୍ତି ଯେ “ହୀରୋ ନମବ୍ର ୱାନ୍ ହେଲେ ଜୋରୁ କା ଗୁଲାମ୍”। ସେହିଭଳି ଆଉ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ “ଉଭୟଙ୍କ ଯୋଡି କ୍ୟୁଟେଷ୍ଟ୍”। ଭିଡିଓରେ ଏହିଭଳି ଅନେକ ମଜ୍ଜାଳିଆ କମେଣ୍ଟ୍ ଦେଖିବାକୁ ମିଳୁଛି।

Advertisment

ପ୍ରକାଶଥାଉ ଯେ ଗୋବିନ୍ଦା ଓ ସୁନିତା ଆହୁଜା କିଛି ଦିନ ହେବ ସେମାନଙ୍କ ଭଣଜା କ୍ରିଷ୍ଣା ଅଭିଷେକଙ୍କ ସହ ମନାନ୍ତର ହୋଇଛି। ଏନେଇ ସେମାନେ ଅପଡ ଥିବା ଖବର ଚର୍ଚ୍ଚାରେ ରହିଛି।

The Kapil Sharma Show Bollywood Govinda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ