Advertisment

ରଣବୀର କପୁର କଲେ ଖୁଲାସା; କାହିଁକି ହେଲା ଫିଲ୍ମ ଟାଇଟଲ୍ 'ଆନିମଲ୍'

ପ୍ରଶଂସକମାନେ ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଆନିମଲ୍' ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଥିବାବେଳେ ଚରିତ୍ର ଏବଂ ଏହାର ଟାଇଟଲ୍‌କୁ ନେଇ ଅନେକ କୌତୁହଳ ରହିଛି। ଏହାରି ଭିତରେ ଏହାର ଟାଇଟଲ୍‌କୁ ନେଇ ରଣବୀର କପୁର ଏମିତି କହିଛନ୍ତି।

why was sandeep reddy vanga choose the title animal for upcoming film

why was sandeep reddy vanga choose the title animal for upcoming film

Advertisment

ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଆନିମଲ୍' ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଅନ୍ୟତମ। ଫିଲ୍ମର ପ୍ରମୋସନ ଜୋରସୋରରେ ଚାଲିଛି। ଫିଲ୍ମର ମୁଖ୍ୟ ତାରକା ରଣବୀର କପୁର ଏବଂ ରଶ୍ମିକା ମନ୍ଦନା ସେମାନଙ୍କ ଆଗାମୀ ଫିଲ୍ମ ପାଇଁ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ଅଛନ୍ତି।

Advertisment

ଫିଲ୍ମର ରିଲିଜ୍ ତାରିଖ ଯେତେ ପାଖେଇ ଆସୁଛି ଦର୍ଶକଙ୍କ ଭିତରେ ଉତ୍ସା ସେତେ ବଢି ବଢି ଚାଲିଛି। ଏହାରି ଭିତରେ ଏହାର ଆଗୁଆ ବୁକିଂରେ ମଧ୍ୟ ତରଙ୍ଗ ସୃଷ୍ଟି କରୁଛି। 'ଆନିମଲ୍'ର ପୁରା ଟିମ୍ ପ୍ରମୋସନାଲ୍ ଟୁର୍ ପାଇଁ ବିଭିନ୍ନ ସହରରେ ବୁଲୁଛନ୍ତି। ନିକଟରେ ଚେନ୍ନାଇରେ ଏକ ଇଭେଣ୍ଟ ସମୟରେ ରଣବୀର କପୁର ଫିଲ୍ମର ନାଁ 'ଆନିମଲ୍' ରଖିବାର କାରଣ ପ୍ରକାଶ କରିଛନ୍ତି।

ପ୍ରଶଂସକମାନେ ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଆନିମଲ୍' ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଥିବାବେଳେ ଚରିତ୍ର ଏବଂ ଏହାର ଟାଇଟଲ୍‌କୁ ନେଇ ଅନେକ କୌତୁହଳ ରହିଛି। ନିକଟରେ 'ଆନିମଲ୍'ର ଟିମ୍ ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରଣବୀରଙ୍କୁ 'ଆନିମଲ୍' ଫିଲ୍ମର ଟାଇଟଲ୍ ପଛର କାରଣ ବିଷୟରେ ପଚରାଯାଇଥିଲା। ଏହା ଉପରେ ଅଭିନେତାଙ୍କ ଦ୍ୱାରା ଦିଆଯାଇଥିବା ଉତ୍ତରକୁ ନେଇ ଚର୍ଚ୍ଚା ଜୋର ଧରିଛି।

Advertisment

ଟାଇଟଲ୍‌କୁ ନେଇ ରଣବୀର କପୁର କହିଛନ୍ତି, “ମତେ ଲାଗୁଛି ଆପଣମାନେ ଏହି ଫିଲ୍ମକୁ ମୋ ଦ୍ୱାରା ନିଭାଯାଇଥିବା ଏହି ଚରିତ୍ରକୁ ଅନ୍ୟ ଚରିତ୍ର ଦୃଷ୍ଟିକୋଣରୁ ଦେଖୁଛନ୍ତି, ଯାହା ବିଷୟରେ ମୁଁ କହିପାରିବି ନାହିଁ। ଥରେ ଆପଣ ଯେତେବେଳେ ଫିଲ୍ମ ଦେଖିବେ ତା’ ପରେ ଆପଣ ବୁଝିଯିବେ।”

ଅଭିନେତା ତାଙ୍କ କଥାକୁ ଆଗକୁ ନେଇ ପୁଣି କହିଛନ୍ତି ଯେ 'କିନ୍ତୁ ମତେ ଲାଗୁଛି ସନ୍ଦୀପ ରେଡ୍ଡୀ ଭଙ୍ଗା ଏହି ଫିଲ୍ମକୁ 'ଆନିମଲ୍' ବୋଲି କହିବାର କାରଣ ହେଉଛି ପଶୁ ନିଜ ପ୍ରବୃତ୍ତି ବାହାରେ ଆଚରଣ କରେ। ସେ ଭାବି ଚିନ୍ତି ଆଚରଣ କରେ ନାହିଁ।”

Advertisment

ରଣବୀର ଆହୁରି କହିଛନ୍ତି, “ତେଣୁ ମୁଁ ଯେଉଁ ଚରିତ୍ରରେ ଦେଖାଯାଉଛି, ସେ ନିଜ ପରିବାରର ସୁରକ୍ଷା ପାଇଁ ସ୍ୱଭାବିକ ଭାବରେ ଆଚରଣ କରୁଛି। ତାକୁ ଲାଗୁଛି ଯେ ସେ ସ୍ୱଭାବିକ କିନ୍ତୁ ସେ ଆବେଗପୂର୍ଣ୍ଣ। ମତେ ଲାଗୁଛି ଏଇଠୁ ହିଁ 'ଆନିମଲ୍' ଟାଇଟଲ୍ ଆସିଛି। କିନ୍ତୁ ଆପଣ ଯେତେବେଳେ ଥରେ ଫିଲ୍ମ ଦେଖିନେବେ ତେବେ ଆପଣଙ୍କୁ ଲାଗିବ ଏହି ଫିଲ୍ମ ଏହି ଶୀର୍ଷକ ପାଇଁ ଫିଟ୍ ଅଛି।”

Rashmika Mandanna Bollywood Anil Kapoor Ranbir Kapoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ