Advertisment

ନିକ୍‌ଙ୍କୁ ବାହା ହେବା ପୂର୍ବରୁ ହରମାନ ବାୱେଜାଙ୍କୁ ପ୍ରେମ କରୁଥିଲେ ପ୍ରିୟଙ୍କା; କାହିଁକି ହେଲା ବିଚ୍ଛେଦ

ଆଜି ଅଭିନେତା ହରମାନ ବାୱେଜାଙ୍କ ଜନ୍ମଦିନ। ତାଙ୍କୁ ହ୍ରିତିକ ରୋଶନଙ୍କ କାର୍ବନ କପି ବୋଲି କୁହାଯାଉଥିଲା। ସେ ଉଭୟ ବଲିଉଡ୍ ଆଉ ପ୍ରେମରେ ବିଫଳ ହେଲେ। ପ୍ରିୟଙ୍କା ଚୋପ୍ରାଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ମଧ୍ୟ ଏଥିରେ ଦେଖାଦେଇଥିଲା ବିଚ୍ଛେଦ। ଆସନ୍ତୁ ଜାଣିବା ପ୍ରିୟଙ୍କା କାହିଁକି ତାଙ୍କୁ ବାହାହେବାକୁ ମନା କଲେ…

Why Priyanka chopra and Harman Baweja breakup

Why Priyanka chopra and Harman Baweja breakup

Advertisment

ହ୍ରିତିକ ରୋଶନଙ୍କ କାର୍ବନ କପି କୁହାଯାଉଥିବା ଅଭିନେତା ହରମାନ ବାୱେଜା ତାଙ୍କ କ୍ୟାରିୟର ଆରମ୍ଭରେ ଅନେକ ଚର୍ଚ୍ଚାରେ ଥିଲେ। କିନ୍ତୁ ଦେଖୁ ଦେଖୁ ସେ କୁଆଡେ ଉଭେଇଗଲେ। ଆଜି ସେ ତାଙ୍କର ଜନ୍ମଦିନକୁ ପାଳନ କରୁଛନ୍ତି। ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ରରୁ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିଲେ। ସେହି ଚଳଚ୍ଚିତ୍ର ଯୋଗୁଁ ସେ ଖୁବ ପ୍ରଶଂସା ମଧ୍ୟ ପାଇଥିଲେ। କିନ୍ତୁ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଜର ସଫଳତାକୁ ବଜାୟ ରଖିପାରିଲେ ନାହିଁ।

Advertisment

କ୍ୟାରିୟର ଆରମ୍ଭରେ ହରମନ ବାୱେଜାଙ୍କୁ ହ୍ରିତିକ ରୋଶନଙ୍କ ସହ ତୁଳନା କରାଯାଉଥିଲା। ତାଙ୍କ ଚେହେରା ଠିକ୍ ହ୍ରିତିକଙ୍କ ପରି ଥିଲା। ହରମନ ବଲିଉଡରେ ଏକ ଧମାକାଦାର ଏଣ୍ଟ୍ରି କରିଥିଲେ। ସେ ପ୍ରଥମ ଚଳଚ୍ଚିତ୍ରରୁ ନାଁ କମେଇବାରେ ସଫଳ ହୋଇଥିଲେ। କିନ୍ତୁ ଏହା ସତ୍ତ୍ୱେ ତାଙ୍କ ଚଳଚ୍ଚିତ୍ର କ୍ୟାରିଅର୍ ବହୁତ ଦିନ ରହିପାରିଲା ନାହିଁ। ଖାଲି ଅଭିନୟ ନୁହେଁ ପ୍ରେମରେ ମଧ୍ୟ ସେ ବିଫଳ ହେଲେ।

ଚଳଚ୍ଚିତ୍ର 'ଲଭ୍ ଷ୍ଟୋରୀ ୨୦୫୦' ସହିତ ହରମାନ ୨୦୦୮ରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କର ବିପକ୍ଷରେ ପ୍ରତିଭାବାନ ତାରକା ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବାକୁ ମିଳିଥିଲା। ପରେ ଉଭୟଙ୍କ ସମ୍ପର୍କକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା। କିନ୍ତୁ ଏହି ପ୍ରେମ କାହାଣୀ ଅଧିକ ସମୟ ତିଷ୍ଠି ପାରିଲା ନାହିଁ। ଏକ ସାକ୍ଷାତକାର ସମୟରେ ହରମାନ ନିଜେ ତାଙ୍କ ବ୍ରେକଅପ୍ ବିଷୟରେ କହିଥିଲେ।

Advertisment

ପ୍ରିୟଙ୍କାଙ୍କୁ ଦେଇପାରିଲେ ନାହିଁ ସମୟ:

ସୂଚନା ଅନୁଯାୟୀ, ହରମାନ ତାଙ୍କର ଏକ ସାକ୍ଷାତକାରରେ କହିଥିଲେ ଯେ ପ୍ରିୟଙ୍କାଙ୍କୁ ସେ ସମୟ ଦେଇପାରୁ ନଥିଲେ। ଦୁଇଟି ଚଳଚ୍ଚିତ୍ରର ଫ୍ଲପ୍ ଯୋଗୁଁ ତାଙ୍କ ଉପରେ ଚାପ ବହୁତ ବଢିଯାଇଥିଲା। ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରର ସଫଳତା ପାଇଁ ସେ ଦିନରାତି କାମ କରୁଥିଲେ। ଚଳଚ୍ଚିତ୍ର ‘ହ୍ୱାଟ୍ସ ୟୁଅର ରାଶି’ ତାଙ୍କ କ୍ୟାରିୟର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି କାରଣରୁ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର ମଧ୍ୟ ତାଙ୍କୁ କାମ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।

ପ୍ରିୟଙ୍କା-ହରମାନଙ୍କ ଅଲଗା ହେବାର କାରଣ:

ପ୍ରିୟଙ୍କା ସବୁବେଳେ ହରମନଙ୍କୁ ସମୟ ଦେବା ପାଇଁ କହୁଥିଲେ। କିନ୍ତୁ କାମର ଚାପ ହେତୁ ସେ ତାଙ୍କୁ ସମୟ ଦେଇ ପାରୁନଥିଲେ। ଫଳରେ ସେମାନଙ୍କ ସମ୍ପର୍କରେ ମତଭେଦ ଦେଖାଗଲା ଏବଂ ଦୁହେଁ ସବୁଦିନ ପାଇଁ ଅଲଗା ହୋଇଗଲେ। କେବଳ ଏତିକି ନୁହେଁ, ସେମାନଙ୍କ ଅଲଗା ହେବାର କାରଣ ସମ୍ପର୍କରେ କିଛି ଗଣମାଧ୍ୟମ ରିପୋର୍ଟରେ ମଧ୍ୟ କୁହାଯାଇଥିଲା ଯେ ପ୍ରିୟଙ୍କା ନିଜେ ହରମାନଙ୍କଠାରୁ ଅଲଗା ହୋଇଥିଲେ। କାରଣ ହରମାନ ତାଙ୍କ ଅଭିନୟ କ୍ୟାରିୟରରେ ସଫଳ ହୋଇପାରିଲେ ନାହିଁ।

Advertisment

ଚଳଚ୍ଚିତ୍ର 'ଲଭ୍ ଷ୍ଟୋରୀ ୨୦୫୦' ବେଳେ ହରମାନ ଏବଂ ପ୍ରିୟଙ୍କାଙ୍କ ଘନିଷ୍ଠତା ବୃଦ୍ଧି ପାଇଥିଲା। ଏହି ସମୟରେ ହରମାନ ଇଣ୍ଡଷ୍ଟ୍ରିରେ ନିଜର ସ୍ଥିତି ତିଆରି କରିବାକୁ ଚେଷ୍ଟା କରୁଥିବା ବେଳେ ପ୍ରିୟଙ୍କାଙ୍କ କ୍ୟାରିୟର ମଧ୍ୟ ପ୍ରାୟ ଆରମ୍ଭ ହୋଇଯାଇଥିଲା। ଦେଖୁ ଦେଖୁ ସେମାନଙ୍କ ବନ୍ଧୁତା ପ୍ରେମରେ ପରିଣତ ହୋଇଗଲା। କିନ୍ତୁ ଏହି ପ୍ରେମ କାହାଣୀ ବେଶୀ ଦିନ ତିଷ୍ଠି ରହିପାରିଲା ନାହିଁ।

Priyanka Chopra Bollywood Harman Baweja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ