Advertisment

ଗୋବିନ୍ଦା–କରିସ୍ମା ବଲିଉଡ୍‌କୁ ଦେଇଥିଲେ ୧୧ ହିଟ୍ ଫିଲ୍ମ; କାହିଁକି ଭାଙ୍ଗିଲା ଯୋଡି

କମେଡି କିଙ୍ଗ୍ ଗୋବିନ୍ଦା ଏବଂ ଚୁଲ୍‌ବୁଲି ନାୟିକା କରିସ୍ମା କପୁରଙ୍କ ବଲିଉଡ୍କୁ ଦେଇଛନ୍ତି ୧୧ଟି ହିଟ୍ ଫିଲ୍ମ। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ ଏମିତି ହଠାତ କ’ଣ ହେଲା ଯେ ସେମାନଙ୍କ ଯୋଡି ଭାଙ୍ଗିଗଲା। ଆସନ୍ତୁ ଏହା ପଛର କାରଣ ଜାଣିନେବା।

ଅଦ୍ୟତନ ହୋଇଛି
Why Karisma Kapoor And Govinda Stopped Working With Each Other

Why karisma kapoor and govinda stopped working with each other

Advertisment

ଆପଣ 'କୁଲି ନମ୍ବର ୧' ଚଳଚ୍ଚିତ୍ରକୁ ମନେ ରଖିଥିବେ, ଆପଣ 'ହିରୋ ନମ୍ବର ୧'କୁ ଭୁଲିପାରିବେ ନାହିଁ ଏବଂ ଏହା ସହିତ ଆପଣ ୯୦ ଦଶକର ଅନ୍‌ସ୍କ୍ରିନ୍‌ ହିଟ୍ ଯୋଡିଙ୍କୁ ମଧ୍ୟ ମନେରଖିଥିବେ, ଯେଉଁମାନେ କମେଡି ଏବଂ ରୋମାନ୍ସ ଦ୍ୱାରା ପ୍ରତ୍ୟେକ ବଲିଉଡ ଦର୍ଶକଙ୍କୁ ସେମାନଙ୍କ ପ୍ରଶଂସକ କରିଦେଇଥିଲେ। ସେମାନେ ହେଲେ କମେଡି କିଙ୍ଗ୍‌ ଗୋବିନ୍ଦା ଏବଂ ଚୁଲ୍‌ବୁଲି ନାୟିକା କରିସ୍ମା କପୁରଙ୍କ ଯୋଡି। ଉଭୟଙ୍କ ଯୋଡି ଗୋଟିଏ କିମ୍ବା ଦୁଇଟି ନୁହେଁ ବଲିଉଡକୁ ଦେଇଛନ୍ତି ୧୧ଟି ଚଳଚ୍ଚିତ୍ର। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ ଏମିତି ହଠାତ କ’ଣ ହେଲା ଯେ ସେମାନଙ୍କ ଯୋଡି ଭାଙ୍ଗିଗଲା। ଆସନ୍ତୁ ଏହା ପଛର କାରଣ ଜାଣିନେବା।

Advertisment

ଗୋଟିଏ ପରେ ଗୋଟିଏ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଥିବା କରିସ୍ମା କପୁର ହଠାତ ଗୋବିନ୍ଦାଙ୍କ ସହ କାମ କରିବାକୁ ମନା କରିଦେଇଥିଲେ। ଏମିତି ହେବାର ଅନେକ ବର୍ଷ ବିତିଗଲାଣି, କିନ୍ତୁ ଆଜି ବି ଦର୍ଶକ ଜାଣିବାକୁ ଚାହାନ୍ତି ଯେ ଦୁହିଁଙ୍କ ମଧ୍ୟରେ ଏମିତି କ’ଣ ଜେଲା ଯାହା ସେମାନଙ୍କ ଯୋଡିକୁ ଭାଙ୍ଗିଦେଲା।

ଅଧିକ ପଢ଼ନ୍ତୁ: କ’ଣ ଏହି IMDbରେଟିଂ, ଯିଏ ସ୍ଥିର କରୁଛି ହିଟ୍ ଓ ଫ୍ଲପ୍ ଫିଲ୍ମ

୯୦ ଦଶକର ଏହି ଯୋଡି ପଛକୁ ପଛ ଅନେକ ହିଟ୍ ଫିଲ୍ମ ଦେଇଥିଲେ। 'ରାଜା ବାବୁ', 'ହିରୋ ନମ୍ବର ୧', 'କୁଲି ନମ୍ବର ୧ ', 'ସାଜନ ଚଲେ ଶଶୁରାଲ୍‌', 'ହସିନା ମାନ୍ ଜାଏଗୀ' ଭଳି ଫିଲ୍ମରେ କରିସ୍ମା ଏବଂ ଗୋବିନ୍ଦା ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ। ସେମାନେ ସମୁଦାୟ ୧୧ଟି ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ବକ୍ସ ଅଫିସ୍ ହିଟ୍ ହୋଇଥିଲା।

Advertisment

ପଛକୁ ପଛ ହିଟ୍ ଫିଲ୍ମ ଦେବା ପରେ କରିସ୍ମା ଏବଂ ଗୋବିନ୍ଦାଙ୍କୁ ନିର୍ମାତା ନିଜ ଫିଲ୍ମରେ କାଷ୍ଟ୍‌ କରିବାକୁ ଚାହୁଁଥିଲେ, କିନ୍ତୁ ହଠାତ୍ କରିସ୍ମା ତାଙ୍କ ସହ କାମ କରିବାକୁ ମନା କରିଦେଇଥିଲେ। ସେ ଆହୁରି ମଧ୍ୟ ସ୍ଥିର କରିଥିଲେ ଯେ ସେ ଗୋବିନ୍ଦାଙ୍କ ସହ ଆଉ କାମ କରିବେ ନାହିଁ।

ଏକ ସାକ୍ଷାତକାରରେ ଯେତେବେଳେ କରିସ୍ମାଙ୍କୁ ଏ ବିଷୟରେ ପଚରାଯାଇଥିଲା, ସେ କହିଥିଲେ ଯେ ଗୋବିନ୍ଦାଙ୍କ ସହ କାମ ନ କରିବାର ଏକ ପ୍ରମୁଖ କାରଣ ହେଉଛି କ୍ରମାଗତ ହିଟ୍ ଫିଲ୍ମ ଦେବା ପରେ ମଧ୍ୟ କରିସ୍ମା କପୁର ବଲିଉଡର ଶ୍ରେଷ୍ଠ ଶ୍ରେଣୀର ହିରୋଇନ୍ ମାଧୁରୀ ଦୀକ୍ଷିତ ଓ ଜୁହି ଚାୱଲାଙ୍କ ଭଳି ପ୍ରସିଦ୍ଧ ହୋଇ ପାରିନଥିଲେ। ଏହା ପରେ କରିସ୍ମା ବଲିଉଡ୍‌ର ତିନି ଖାନଙ୍କ ସହ କାମ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଗୋବିନ୍ଦାଙ୍କ ସହ ଫିଲ୍ମ କରିବାକୁ ମନା କରିଦେଇଥିଲେ।

Advertisment

ଦେଖନ୍ତୁ ଭିଡିଓ | Kରୁ ଆରମ୍ଭ KGF-2 ସୁପର୍ ଡୁପର୍ ହିଟ୍ ହେବାର କାରଣ ଜାଣନ୍ତୁ

ସେ ପୁଣି କହିଥିଲେ ଯେ ଗୋବିନ୍ଦାଙ୍କ ସହ କାମ କରିବାରେ ସେ ଅତ୍ୟନ୍ତ ଆରାମ ଅନୁଭବ କରୁଥିଲେ। ଗୋବିନ୍ଦା ତାଙ୍କୁ ତାଙ୍କ ବାପାଙ୍କ ପରି ଲାଗୁଥିଲେ। ସେ କହିଛନ୍ତି ଯେ ଗୋବିନ୍ଦାଙ୍କ ସହ କାମ କରିବାବେଳେ ସେ ତାଙ୍କୁ ତାଙ୍କ ବାପା ରଣଧିର କପୁରଙ୍କ ସହ କାମ କରୁଥିବା ଭଳି ଲାଗେ। ଏବେ ଦୀର୍ଘ ସମୟ ପରେ ଗୋବିନ୍ଦା ଏବଂ କରିସ୍ମାଙ୍କ ଯୋଡି ଏକ ବିଜ୍ଞାପନରେ ଏକାଠି ଦେଖିବାକୁ ମିଳିଛି। ଏନେଇ ଦର୍ଶକ ଆଶା ସଂଚାର ହୋଇଛି ଯେ ଉଭୟଙ୍କୁ ପୁଣି ଏକାଠି କୌଣସି ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିବ।

Hero No 1 Coolie No 1 Bollywood Govinda Karisma Kapoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ