Advertisment

‘ଟିକି ଅପା ଥାନାକୁ ଏକା କାହିଁକି ଗଲେ, ପୁଅକୁ ନେଇ ଗଲେନି ’

ପୂର୍ବରୁ ଅପରାଜିତା ଓ ତୃପ୍ତି ତାଙ୍କ ପାଖକୁ ଆସିଥିବା ମନ୍ମଥ ମିଶ୍ର ସ୍ୱୀକାର କରିଛନ୍ତି

Special story

Special story

Advertisment

ଅପରାଜିତା ବୋହୂକୁ ଧରି ଥାନାକୁ ଯିବା ପରେ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ଟିକି ଅପା ଥାନାକୁ ଏକା କାହିଁକି ଗଲେ, ପୁଅକୁ କାହିଁକି ନେଇ କି ଗଲେନି ବୋଲି ସେ ପ୍ରଶ୍ନ କରିଛନ୍ତି । ଟିକି ଅପା ତାଙ୍କ ପୁଅକୁ ଆଗ ବୁଝାଇବା କଥା । ଆପଣଙ୍କ ପୁଅ ଯଦି ନବୁଝିଲା ତାହା ଆପଣଙ୍କ ସମସ୍ୟା ବୋଲି ସେ କହିଛନ୍ତି ।

Advertisment

ପୂର୍ବରୁ ଅପରାଜିତା ଓ ତୃପ୍ତି ତାଙ୍କ ପାଖକୁ ଆସିଥିବା ସେ ସ୍ୱୀକାର କରିଛନ୍ତି । ସେମାନେ ସମସ୍ତେ ଆସିଥିଲେ, ମୁଁ ସେମାନଙ୍କୁ ସାନ୍ତୃନା ଦେଇଥିଲି । ପ୍ରକୃତି ଓ ବାବୁସାନଙ୍କୁ ମଧ୍ୟ ଏସମ୍ପକରେ ପଚାରିଥିବା ସେ କହିଛନ୍ତି । ହେଲେ ସେମାନେ ତାଙ୍କ ସମ୍ପର୍କକୁ ପିଓର ଫ୍ରେଣ୍ଡସିପ୍ କହିଥିଲେ । ଝିଅକୁ କଥାକୁ ମଁ ବିଶ୍ୱାସ କରେ । ସେ ଏହାକୁ କେବଳ ବନ୍ଧୁତ୍ୱ କହିଛି ।

ଅନ୍ୟପଟେ ଆଜି ଘଟଣାକୁ ନେଇ ପୁଣି କହିଛନ୍ତି ମନ୍ମଥ ମିଶ୍ର । ସେମାନେ ଆଇନ ଅନୁସାରେ ଯାଇଥିଲେ ଭଲ ହୋଇଥାନ୍ତା । ସେମାନେ ଆଇନକୁ ହାତକୁ ନେଇ ଅପରାଧ କରିଛନ୍ତି ବୋଲି କହିଛନ୍ତି ।

Advertisment

ଆଗରୁ ସେ କହିଥିଲେ,“ଲଳିତ ଶତପଥୀ ନାମକ ବ୍ୟକ୍ତିଙ୍କ ନାଁରେ ଥାନାରେ ଏତଲା କରିଛି। ଲଳିତ ଶତପଥୀ ତାଙ୍କ ଝିଅଙ୍କ ସହ ଆସି ୮ଜଣ ଗୁଣ୍ଡାଙ୍କୁ ଧରି ଆକ୍ରମଣ କରିଛନ୍ତି। ମୋ ଝିଅକୁ ଫିଜିକାଲି ଆସଲ୍ଟ କରିଛନ୍ତି। ଏହାସହ ମୋ ଝିଅକୁ ଜୀବନରେ ମାରିଦେବାକୁ ଧମକ ମିଳିଛି। ଏପରିକି ମୋ ପରିବାରକୁ ସ୍ମାସ୍ କରିଦେବାର ଧମକ ଦିଆଯାଇଛି।” ‘ଘଟଣାକୁ ନେଇ ଥାନାରେ ଏତଲା ଦିଆଯାଇଛି। କାର୍ଯ୍ୟାନୁଷ୍ଠାନ ଆଶା କରୁଛି। ଚେନ୍ନାଇରୁ ଫେରିଲା ପରେ ପ୍ରକୃତି ମାନହାନୀ ମାମଲା କରିବ।’

Manmath Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ