Advertisment

ରାଜାମୌଲୀଙ୍କ ଠାରୁ ସବୁ କିଛି ଶିଖି କାହିଁକି ଘୃଣା କରନ୍ତି 'ହନୁମାନ' ନିର୍ଦ୍ଦେଶକ

ଫିଲ୍ମ 'ହନୁମାନ' ତେଲୁଗୁ ଏବଂ ହିନ୍ଦୀ ବକ୍ସ ଅଫିସରେ ଜବରଦସ୍ତ ପ୍ରତିକ୍ରିୟା ପାଉଛି। ଏସ୍‌ଏସ୍‌ ରାଜାମୌଲୀଙ୍କ ଠାରୁ ଶିଖିଥିବା ଟିପ୍ସକୁ ଏହାର ନିର୍ଦ୍ଦେଶକ ଏଥିରେ ବ୍ୟବହାର କରିଛନ୍ତି। ସେ କିନ୍ତୁ ତାଙ୍କୁ ଘୃଣା କରୁଥିବା କହିଛନ୍ତି। ଏହାର କାରଣ ବି ଦେଇଛନ୍ତି।

ଅଦ୍ୟତନ ହୋଇଛି
Why did hanuman director prashant verma hate ss rajamouli

Why did hanuman director prashant verma hate ss rajamouli

Advertisment

ତେଜା ସଜ୍ଜାଙ୍କ ଫିଲ୍ମ 'ହନୁମାନ' ତେଲୁଗୁ ଏବଂ ହିନ୍ଦୀ ବକ୍ସ ଅଫିସରେ ଜବରଦସ୍ତ ପ୍ରତିକ୍ରିୟା ପାଉଛି। ପାଞ୍ଚଟି ବଡ ଚଳଚ୍ଚିତ୍ର ସହିତ ମୁକ୍ତିଲାଭ କରିଥିବା 'ହନୁମାନ' ଦ୍ରୁତ ଗତିରେ ଆଗକୁ ବଢି ବକ୍ସ ଅଫିସରେ ହଲଚଲ କରୁଛି। ଫିଲ୍ମର ବ୍ୟାକ୍‌ଗ୍ରାଉଣ୍ଡ୍ ମ୍ୟୁଜିକ୍, କାହାଣୀ ଏବଂ VFX କୁ ବହୁତ ପ୍ରଶଂସା କରାଯାଉଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ବର୍ମା।

Advertisment

ଫିଲ୍ମ ପ୍ରତି ଲୋକଙ୍କ ଭଲ ପ୍ରତିକ୍ରିୟା ଓ ସେମାନଙ୍କ ଭଲ ପାଇବା ଦେଖି ପ୍ରଶାନ୍ତ ଏହାର ସିକ୍ୱେଲ ମଧ୍ୟ ଘୋଷଣା କରିଛନ୍ତି। ସେ ଫିଲ୍ମର ସଫଳତାକୁ ବିଚାର କରି ସାକ୍ଷାତକାର ଦେଉଛନ୍ତି। ସାକ୍ଷାତକାରରେ ସେ ଏସ୍.ଏସ୍. ରାଜାମୌଲୀଙ୍କ ସହ ଜଡିତ ଏକ ଘଟଣା ମଧ୍ୟ କହିଛନ୍ତି।

ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ପ୍ରଶାନ୍ତ ବର୍ମା କହିଛନ୍ତି ଯେ ଏପରି ଏକ ସମୟ ଥିଲା ଯେତେବେଳେ ସେ 'ଆର୍‌ଆର୍‌ଆର୍‌' ନିର୍ଦ୍ଦେଶକ ରାଜାମୌକୀଙ୍କୁ ଘୃଣା କରୁଥିଲେ। ସେ କହିଛନ୍ତି ଯେ ସେ ତାଙ୍କର ସହକାରୀ ନିର୍ଦ୍ଦେଶକ ହେବାକୁ ଚାହୁଁଥିଲେ। ଏଥିପାଇଁ ସେ ଇମେଲ ଏବଂ X ରେ ମେସେଜ୍ ପଠାଇଥିଲେ। କିନ୍ତୁ ରାଜାମୌଲୀ ତାଙ୍କୁ ମନା କରିଦେଇଥିଲେ ଏବଂ ଟିମ୍‌ରେ ସ୍ଥାନ ନାହିଁ ବୋଲି କହିଥିଲେ।

Advertisment

ପ୍ରଶାନ୍ତ ବର୍ମା କହିଛନ୍ତି, “ମୁଁ ତାଙ୍କୁ ଘୃଣା କରିବାକୁ ଲାଗିଲି। ଏତେ ପ୍ରତିଭାବାନ ଏବଂ ପରିଶ୍ରମୀ ସତ୍ତ୍ୱେ ସେ ମୋତେ କାହିଁକି ନେଉନାହାଁନ୍ତି?” ସେ ଆହୁରି କହିଛନ୍ତି ଯେ ଏକଲବ୍ୟଙ୍କ ପରି ସେ ଦୂରରୁ ତାଙ୍କ ଠାରୁ ସବୁ ଶିଖିଥିଲେ। “ମୁଁ ତାଙ୍କ ଚଳଚ୍ଚିତ୍ର, ଭିଡିଓ ତିଆରି ଏବଂ ରାଜାମୌଲୀ କିପରି କାମ କରନ୍ତି, ଏସବୁ ଦେଖି ସବୁକିଛି ଶିଖିଥିଲି।”

ପ୍ରଶାନ୍ତ ପୁଣି କହିଛନ୍ତି ଯେ 'ହନୁମାନ'ର ଟିଜର ରିଲିଜ୍ ହେବା ପରେ ସେ ଏକ କାର୍ଯ୍ୟକ୍ରମରେ ରାଜାମୌଲୀଙ୍କୁ ଭେଟିଥିଲେ। ସେ ଟିଜରକୁ ପ୍ରଶଂସା କରିଥିଲେ। ଏହି ସମୟରେ ସେ ତାଙ୍କୁ ଭେଟିବା ପାଇଁ ଏକ ଆପଏଣ୍ଟମେଣ୍ଟ୍ ନେଇଥିଲେ ଏବଂ ତାଙ୍କୁ ଭେଟିବାକୁ କହିଥିଲେ। ପ୍ରଶାନ୍ତ କହିଛନ୍ତି ଯେ ସେ VFX ଉପରେ ଅନେକ ପରାମର୍ଶ ଦେଇଛନ୍ତି, ସେଥିମଧ୍ୟରୁ ଏନ୍‌ଭୟରମେଣ୍ଟ୍ ପରି ଲେୟର ଯୋଡିବା ସାମିଲ୍ ଥିଲା।”

Advertisment

ପ୍ରଶାନ୍ତ କହିଛନ୍ତି, “ସେ ମୋତେ ପରାମର୍ଶ ଦେଇଥିଲେ। ଉଦାହରଣ ସ୍ୱରୂପ, ଯଦି କୌଣସି ଏକ ଆକ୍ସନ୍ ସିନ୍ ଅଛି, ତେବେ ସେଠାରେ ଧୂଳି ଯୋଡିଦିଅ। ଯଦି କୌଣସି ନିଆଁର ଦୃଶ୍ୟ ଅଛି, ତେବେ ସେଠି ଧୂଆଁକୁ ଯୋଡ, ଯାହାଫଳରେ VFX ର ତ୍ରୁଟି ଲୁଚି ରହିପାରିବ। VFX ର ଏହି ଟିପ୍ସ ‘ହନୁମାନ’ ତିଆରି କରିବାରେ ବହୁତ ସାହାଯ୍ୟ କରିଥିଲା।”

Bollywood SS Rajamouli South Indian Films
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ