Advertisment

କାହିଁକି 'ଖତରୋଁ କେ ଖିଲାଡି ୧୧' ର ବିଜେତା ହେବାକୁ ଚାହୁଁଥିଲେ ଅର୍ଜୁନ ? କଲେ ଖୁଲାସା...

ଅଭିନେତା ଅର୍ଜୁନ ବିଜଲାନି ଷ୍ଟଣ୍ଟ ଆଧାରିତ ରିଅଲିଟି ଶୋ’ 'ଖତରୋଁ କେ ଖିଲାଡି ୧୧' ର ବିଜେତା ହୋଇଛନ୍ତି। ତେବେ କାହିଁକି ସେ ଶୋ’ର ବିଜେତା ହେବାକୁ ଚାହୁଁଥିଲେ, ତା’ର ଖୁଲାସା କରିଛନ୍ତି।

ଅଦ୍ୟତନ ହୋଇଛି
Arjun Bijlani

Arjun Bijlani

Advertisment

ମୁମ୍ବାଇ: ଅଭିନେତା ଅର୍ଜୁନ ବିଜଲାନି ଷ୍ଟଣ୍ଟ ଆଧାରିତ ରିଅଲିଟି ଶୋ’ 'ଖତରୋଁ କେ ଖିଲାଡି ୧୧' ର ବିଜେତା ହୋଇଛନ୍ତି। ତେବେ କାହିଁକି ସେ ଶୋ’ର ବିଜେତା ହେବାକୁ ଚାହୁଁଥିଲେ, ତା’ର ଖୁଲାସା କରିଛନ୍ତି। ଅର୍ଜୁନ ତାଙ୍କ ୫ ବର୍ଷର ପୁଅ ଆୟାନଙ୍କ ପାଇଁ ଶୋ’ର ବିଜେତା ହେବାକୁ ଚାହୁଁଥିଲେ ବୋଲି କହିଛନ୍ତି। 

Advertisment

ନ୍ୟୁଜ୍‌ ଏଜେନ୍ସି PTIକୁ ଏକ ସାକ୍ଷାତକାର ଦେଇ ଅର୍ଜୁନ କହିଛନ୍ତି, ‘ପିଲ୍ମ ନିର୍ମାତା ରୋହିତ ଶେଟ୍ଟୀଙ୍କ ଦ୍ୱାରା ହୋଷ୍ଟ କରାଯାଇଥିବା ଏହି ଶୋ’ ଜିତିବା ପରେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲି। କାରଣ ଏହା ଜିତିବା ଏତେ ସହଜ ନଥିଲା। କେପ୍‌ ଟାଉନରେ ଏହା ଏକ ଦୀର୍ଘ ଯାତ୍ରା ଥିଲା। ଯେତେବେଳେ ରୋହିତ ସାର୍ ମୋ ନାମ ଘୋଷଣା କଲେ, ମୁଁ ବହୁତ ଖୁସି ହୋଇଯାଇଥିଲି।’

୩୮ ବର୍ଷୀୟ ଅର୍ଜୁନ ଆହୁରି କହିଛନ୍ତି, ‘ମୁଁ ପ୍ରକୃତରେ ପୁଅ ଆୟାନଙ୍କ ପାଇଁ ଏହି ଶୋ‘ ଜିତିବାକୁ ଚାହୁଁଥିଲି। ମୁଁ ଟ୍ରଫି ଜିତେ ବୋଲି ଆୟାନ ଚାହୁଁଥିଲେ। ଯାହା ଏକ ସନ୍ତାନ ପାଇଁ ବଡ଼ କଥା।’

Advertisment

'ଖତରୋଁ କେ ଖିଲାଡି ୧୧'ର ସମସ୍ତ ସୁଟ୍ ଦକ୍ଷିଣ ଆଫ୍ରିକାର କେପ୍ ଟାଉନ୍‌ରେ କରାଯାଇଥିଲା। କିନ୍ତୁ ଏହାର ପୁରସ୍କାର କାର୍ଯ୍ୟ ମୁମ୍ବାଇରେ ଶୁଟିଂ କରାଯାଇଥିଲା। ଶୋ’ରେ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ, ଶ୍ୱେତା ତିୱାରୀ, ଅର୍ଜୁନ ବିଜଲାନି, ବିଶାଲ ଆଦିତ୍ୟ ସିଂ, ସିଙ୍ଗର୍‌ ରାହୁଲ ବୈଦ୍ୟ ଓ ବରୁଣ ସୁଦ ଫାଇନାଲରେ ପ୍ରବେଶ କରିଥିଲେ। ଶୋ’ର ପ୍ରତିଯୋଗୀ ଦିବ୍ୟାଙ୍କା ତ୍ରିପାଠୀଙ୍କୁ ବିଜେତା ଟ୍ରଫି ମିଳିବା ନେଇ ପାଇଁ ଦୃଢ ଭାବରେ ବିବେଚିତ କରାଯାଉଥିଲା ହେଲେ ଶେଷରେ ଅର୍ଜୁନ ବିଜଲାନି ଏହି ଟ୍ରଫି ନିଜ ନାଁରେ କରି ନେଇଥିଲେ

Advertisment

'ଖତରୋଁ କେ ଖିଲାଡି’ ବ୍ୟତୀତ ‘ନାଗିନ୍‌’, ‘Aashiqui Tum Se Hi’, ‘Miley Jab Hum Tum’ ଓ ’Left Right Left’ ଶୋ’ରେ ଅର୍ଜୁନ ବିଜଲାନିଙ୍କ ଅଭିନୟ ଦେଖିବାକୁ ମିଳିଛି।  

Khatron Ke Khiladi 11 Arjun Bijlani Khatron Ke Khiladi Rohit Shetty Divyanka Tripathi Khatron Ke Khiladi Winner
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ