Whose power is too much in the house Amitabh Bachchan gave answer to such a question
ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି ବୈବାହୀକ ଜୀବନ ବିତାଉଛନ୍ତି। ଏନେଇ ତାଙ୍କ ପ୍ରଶଂସକ ହୁଅନ୍ତୁ କି ଦର୍ଶକ ଯିଏ ତାଙ୍କ ସଫଳ ବିବାହ ପଛର ରହସ୍ୟ ବିଷୟରେ ପଚାରନ୍ତି ସେ ସର୍ବଦା ଏହାର ଉତ୍ତର ଦିଅନ୍ତି। କିଛି ବର୍ଷ ପୂର୍ବେ କପିଲ ଶର୍ମା ତାଙ୍କୁ ଷ୍ଟାର୍ ସ୍କ୍ରିନ୍ ପୁରସ୍କାରରେ ସମାନ ପ୍ରଶ୍ନ ପଚାରିଥିଲେ, ଆଉ ଅମିତାଭଙ୍କ ଉତ୍ତର କପିଲଙ୍କ ହୃଦୟ ଜିତିଥିଲା।
ଏହି ଶୋ’ରେ ହୋଷ୍ଟିଂ କରୁଥିବା କପିଲ ପ୍ରକୃତରେ ରଣବୀର ସିଂହ ଏବଂ ଦୀପିକା ପାଦୁକୋନଙ୍କୁ ପଚାରିଥିଲେ, କାହାର ନଖରାମୀ ଅଧିକ - ପୁଅ ନା ଝିଅ? ରଣବୀର ଝିଅମାନଙ୍କୁ ଭୋଟ୍ ଦେଇ କହିଥିଲେ ଯେ “ଝିଅମାନେ ହିଁ ଏମିତି କରନ୍ତି।” ଏହା ପରେ ଦୀପିକା କହିଥିଲେ “ମୁଁ ଏଥିରେ ସହମତ ନୁହେଁ। ବିଲକୁଲ ସହମତ ନୁହେଁ ଏବଂ କହିଲେ, ପୁଅମାନେ ଅଧିକ ନଖାରାମୀ କରନ୍ତି।”
କପିଲ ଦୀପିକାଙ୍କୁ ପଚାରିଥିଲେ ଯେ “କ’ଣ ପୁରୁଷ ଏବଂ ମହିଳାମାନେ କଥାବାର୍ତ୍ତା ହେବା ପାଇଁ ଦିନକୁ ବାଣ୍ଟନ୍ତି, ଦିଲ୍ଲୀର ଅଡ୍-ଇବିନ୍ ଦିନ ଭଳି ଆମ ପୁରୁଷମାନଙ୍କୁ କ’ଣ କଥା ହେବାର ସୁଯୋଗ ମିଳିବ?” ଦୀପିକା ତୁରନ୍ତ କପିଲଙ୍କୁ ଟାର୍ଗେଟ୍ କରି ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କୁ ଈଶାରା କରି କହିଥିଲେ ଯେ ଏହି କଥାକୁ ‘ଅଭିଜ୍ଞ ଦମ୍ପତି’ଙ୍କୁ ପଚାରନ୍ତୁ।
କପିଲ ତା’ପରେ ନିଜକୁ ନିୟନ୍ତ୍ରଣ କରି ଅମିତାଭଙ୍କୁ ପଚାରିଥିଲେ, “ସାର୍, ଆପଣଙ୍କ ଘରେ କାହାର ଅଧିକ ଚାଲେ(ଘରେ କାହାର ରାଜୁତି ଅଧିକ ଚାଲେ)?” ବଚ୍ଚନ ନିଜ ହସକୁ ରୋକିପାରି ନଥିଲେ ଆଉ କପିଲଙ୍କୁ ନିକଟତର ହେବାକୁ କହିଥିଲେ । ଯେମିତି କପିଲ ପାଖକୁ ଆସି ବଚ୍ଚନଙ୍କ ନିକଟରେ ବସିଲେ, ଅମିତାଭ କହିଥିଲେ, “ଆମ ଘରେ ତ ଆପଣଙ୍କର ହିଁ ଚାଲେ।”
କପିଲ ଏହା ଶୁଣି ବହୁତ ଖୁସି ହୋଇଯାଇଥିଲେ ଆଉ ହସି ହସି ଉତ୍ତର ଦେଇଥିଲେ, “ଆପଣ ବହୁତ ସୁନ୍ଦର ସାର୍। ଆପଣ ମାର୍କେଟ୍ରେ ଏମିତି କଥା କହି ମୋର ଫିସ୍ ବଢେଇ ଦେଲେ।”
କପିଲ ଶର୍ମା ଗତ ଦଶନ୍ଧି ଧରି ତାଙ୍କ ସ୍କେଚ୍ କମେଡି ଶୋ’ର ହୋଷ୍ଟିଂ କରିଆସୁଛନ୍ତି। ନିକଟରେ ସେ ସୁନୀଲ ଗ୍ରୋଭର, କୃଷ୍ଣା ସୁଦେଶ, କିକୁ ଶାରଦା ଏବଂ ଅନ୍ୟମାନଙ୍କ ସହ ନେଟ୍ଫ୍ଲିକ୍ସରେ ‘ଦି ଗ୍ରେଟ୍ ଇଣ୍ଡିଆ କପିଲ୍ ଶୋ’କୁ ହୋଷ୍ଟିଂ କରୁଥିବା ଦେଖିବାକୁ ମିଳିଥିଲା। ଏହି ସିଜିନ୍ରେ ତାଙ୍କ ଅତିଥି ରଣବୀର କପୁର, ଆମୀର ଖାନ, କାର୍ତ୍ତିକ ଆର୍ଯ୍ୟନ୍, ରୋହିତ ଶର୍ମାଙ୍କ ସହ ଅନ୍ୟମାନେ ଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722076946.jpg)