Advertisment

ଶବାନା ଆଜ୍‌ମୀ ‘ଗଦର’କୁ କହିଲେ ‘ଉତ୍ତେଜକ’, ସନୀ ଦେଓଲ ଦେଲେ ଏମିତି ଜବାବ...

ଫିଲ୍ମ 'ଗଦର'ର ସିକ୍ୱେଲ ‘ଗଦର ୨’ ର ଟ୍ରେଲର ମୁକ୍ତିଲାଭ କରିଛି। ଫିଲ୍ମର ଟ୍ରେଲର୍‌ ରିଲିଜ ହେବା ମାତ୍ରେ ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ଆଲୋଚନା ପୁଣି ଥରେ ଆରମ୍ଭ ହୋଇଛି। ଏହି ସମୟରେ, ଶବାନା ଆଜ୍‌ମୀଙ୍କ ଏପରି ଏକ ସାକ୍ଷାତକାର ଭାଇରାଲ୍‌ ହେବାରେ ଲାଗିଛି ଯେଉଁଥିରେ ସେ ଫିଲ୍ମ 'ଗଦର: ଏକ୍‌ ପ୍ରେମ୍‌ କାହାନୀ'କୁ ଦୃଢ ନିନ୍ଦା କରିଥିଲେ।

ଅଦ୍ୟତନ ହୋଇଛି
When Shabana Azmi unhappy with gadar sunny deol called it attempt to seek attention

When Shabana Azmi unhappy with gadar sunny deol called it attempt to seek attention

Advertisment

ପାକିସ୍ତାନରୁ ଭାରତକୁ ଆସିଥିବା ସୀମା ହାଇଦର ଏବଂ ଭାରତରୁ ପାକିସ୍ଥାନକୁ ଯାଇଥିବା ଅଞ୍ଜୁଙ୍କ ପ୍ରେମ କାହାଣୀ ଆଜିକାଲି ଖୁବ୍ ଚର୍ଚ୍ଚାରେ। ଏହା ମଧ୍ୟରେ ଭାରତ-ପାକିସ୍ତାନ ବିଭାଜନ ଉପରେ ଆଧାରିତ ଫିଲ୍ମ 'ଗଦର'ର ସିକ୍ୱେଲ ‘ଗଦର ୨’ ର ଟ୍ରେଲର ମୁକ୍ତିଲାଭ କରିଛି। ଫିଲ୍ମର ଟ୍ରେଲର୍‌ ରିଲିଜ ହେବା ମାତ୍ରେ ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ଆଲୋଚନା ପୁଣି ଥରେ ଆରମ୍ଭ ହୋଇଛି।

Advertisment

ଏହି ସମୟରେ, ଶବାନା ଆଜ୍‌ମୀଙ୍କ ଏପରି ଏକ ସାକ୍ଷାତକାର ଭାଇରାଲ୍‌ ହେବାରେ ଲାଗିଛି ଯେଉଁଥିରେ ସେ ଫିଲ୍ମ 'ଗଦର: ଏକ୍‌ ପ୍ରେମ୍‌ କାହାନୀ'କୁ ଦୃଢ ନିନ୍ଦା କରିଥିଲେ। ଭାରତ-ପାକିସ୍ତାନ ବିଭାଜନ ମଧ୍ୟରେ ଚରିତ୍ରମାନଙ୍କ ଚିତ୍ରକୁ ବିରୋଧ କରି ଶବାନା ଆଜ୍‌ମୀ ଏହି ଫିଲ୍ମକୁ ‘ଉତ୍ତେଜକ’ ବୋଲି କହିଥିଲେ। ଶବାନାଙ୍କ ଏହି ବିବୃତ୍ତି ଉପରେ, ସବୁବେଳେ ଶାନ୍ତ ଥିବା ଫିଲ୍ମର ସନି ଦେଓଲ୍ ଅର୍ଥାତ୍ 'ତାରା ସିଂହ' ଏକ ଉପଯୁକ୍ତ ଜାବାବ ଦେଇଥିଲେ |

'ଗଦର ୨'ର ଚମତ୍କାର ଟ୍ରେଲର୍‌ ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମ ରିଲିଜ୍‌କୁ ଅପେକ୍ଷା କରିଛନ୍ତି। ୨୦୦୧ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଗଦର’ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଥିଲା। ବର୍ତ୍ତମାନ 'ଗଦର ୨' ରିଲିଜ୍ ହେବା ପୂର୍ବରୁ ଶବାନା ଆଜ୍‌ମୀଙ୍କ ୨୨ ବର୍ଷ ପୁରୁଣା ସାକ୍ଷାତକାର ପୁଣି ଥରେ ଚର୍ଚ୍ଚାକୁ ଆସିଛି।

Advertisment

ଏହି ଫିଲ୍ମକୁ କଡ଼ା ନିନ୍ଦା କରି ଶବାନା ଆଜ୍‌ମୀ କେବଳ ଫିଲ୍ମକୁ 'ଉତ୍ତେଜକ' ବୋଲି କହିନଥିଲେ ବରଂ ଫିଲ୍ମକୁ ମୁସଲମାନ ବିରୋଧୀ ବୋଲି ମଧ୍ୟ ଅଭିଯୋଗ କରିଥିଲେ। ୨୦୦୧ ମସିହାରେ ଏକ ପ୍ରମୁଖ ଗଣମାଧ୍ୟମରେ ସାକ୍ଷାତକାର ବେଳେ ଅଭିନେତ୍ରୀ କହିଥିଲେ ଯେ ସେ ଫିଲ୍ମ ଏବଂ ଏହାର ସମ୍ବେଦନଶୀଳତା ସହ ସହମତ ନୁହଁନ୍ତି।

ତାଙ୍କ କହିବାନୁସାରେ, ଏହି ଫିଲ୍ମରେ ହିନ୍ଦୁମାନେ ପୀଡିତ ଏବଂ ମୁସଲମାନମାନଙ୍କୁ ଭିଲେନ ଭାବରେ ଚିତ୍ରଣ କରାଯାଇଛି। କେବଳ ଏତିକି ନୁହେଁ, ଫିଲ୍ମର ଟାଇମିଙ୍ଗ୍‌ ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ, କାରଣ ସେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତାକୁ ହ୍ରାସ କରିବା ପାଇଁ ଉଦ୍ୟମ କରାଯାଉଥିଲା।

Advertisment

ଶବାନା ଆହୁରି କହିଥିଲେ ଯେ ଏହି ଫିଲ୍ମଟି ରାଷ୍ଟ୍ରବାଦ, ଧର୍ମ ଭଳି ପ୍ରସଙ୍ଗକୁ ଭ୍ରମିତ କରିବା ସହ ବିଭାଜନର କାରଣରୁ ହେଉଥିବା ଯନ୍ତ୍ରଣାର ଜଟିଳତାକୁ ବଢେଇ ଦେଉଛି। ଶବାନାଙ୍କ କହିବା କଥା ଯେ ବିଭାଜନ ହେଉଛି ଏମିତି ଏକ ପ୍ରସଙ୍ଗ ଯାହା ବିଷୟରେ ଆଲୋଚନା ହେବା ଆବଶ୍ୟକ।

ଫିଲ୍ମକୁ ନେଇ ଶବାନା ଆଜ୍‌ମୀଙ୍କ ମତରେ ସନି ଦେଓଲ ଆଦୌ ସନ୍ତୁଷ୍ଟ ନଥିଲେ। ସେ ଏକ ସାକ୍ଷାତକାରରେ କହିଥିଲେ ଯେ ଫିଲ୍ମ ବିରୋଧରେ ସେ ଏପରି ଉତ୍ତେଜନାମୂଳକ ବିବୃତ୍ତି ଦେବା ଉଚିତ୍ ନୁହେଁ। ଅଭିନେତା ଏହା ମଧ୍ୟ କହିଥିଲେ ଯେ ଚର୍ଚ୍ଚାରେ ରହିବାକୁ ଲୋକମାନେ ପ୍ରାୟତଃ ଏକ ଫିଲ୍ମ ବିରୋଧରେ କହିଥାନ୍ତି।

ସେ କହିଥିଲେ ଯେ “ମୁଁ ଜଣେ ପରିପକ୍ୱ ବ୍ୟକ୍ତି। ମୁଁ କଦାପି ଏପରି କାମ କରିବି ନାହିଁ, ଯେଉଁ କାରଣରୁ କେହି ଜଣେ ଧାର୍ମିକ ଭାବରେ ଆଘାତ ପାଇବ।” ସନୀ ଏହା ମଧ୍ୟ କହିଥିଲେ ଯେ “ଫିଲ୍ମରେ ସବୁକିଛି ଠିକ ଅଛି, ଏହାକୁ ଦର୍ଶକମାନେ ପ୍ରମାଣ କରିଛନ୍ତି। କାରଣ ଯଦି କିଛି ଭୁଲ ହୋଇଥାନ୍ତା, ତେବେ ଫିଲ୍ମ ଏତେ ଭଲ ପାଇବା ପାଇ ନଥାନ୍ତା।”

ଏହା ପରେ ଅଭିନେତା ତାଙ୍କ ଚଳଚ୍ଚିତ୍ରକୁ ରକ୍ଷା କରିବା ନେଇ କହିଥିଲେ ଯେ ଯେଉଁମାନେ ଏହାକୁ ଜାତୀୟ ବିରୋଧୀ ବୋଲି ପ୍ରୋଜେକ୍ଟ କରିଛନ୍ତି ସେମାନକ ମନ ବିକୃତ ହୋଇଯାଇଛି। ତା’ପରେ ସେ ସ୍ୱୀକାର କରି କଛିଛନ୍ତି ଯେ ତାଙ୍କ ଜେଜେ ଜେବେବାପାମାନେ ବିଭାଜନକୁ ଦେଖିଛନ୍ତି ଏବଂ ସେ ଏପରି କିଛି କରିବେ ନାହିଁ ଯାହା ପୁନର୍ବାର ନରସଂହାର ଘଟାଇବ।

Bollywood Sunny Deol Shabana Azmi Gadar-2
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ