Advertisment

ଦିନେ ବୁଡିଯାଉଥିଲା ସଲମାନଙ୍କ କ୍ୟାରିଅର୍; ଏହି ସାଉଥ୍ ଷ୍ଟାର୍‌ ମସିହା ହୋଇ ଆସିଥିଲେ

୨୦୦୨ରୁ ୨୦୦୭ ସଲମାନଙ୍କ ପାଇଁ ବହୁତ ଅଶୁଭ ଥିଲା। ସେତେବେଳେ ଲାଗୁଥିଲା ଯେପରି ସଲମାନଙ୍କ କ୍ୟାରିୟର ବୁଡିଯିବ। ସେହି ସମୟରେ ବଲିଉଡ୍‌ର ଜଣେ ସାଉଥ୍ ଅଭିନେତା ନିର୍ଦ୍ଦେଶକ ସଲମାନଙ୍କ ପାଇଁ ଭଗବାନ ହୋଇ ଆସିଥିଲେ ଆଉ ତାଙ୍କ ଉଜୁଡା କ୍ୟାରିଅରକୁ ସଜାଡି ଦେଇଥିଲେ।

When salman khan career sinking prabhu deva made him again superstar

When salman khan career sinking prabhu deva made him again superstar

Advertisment

ଗତ ତିନି ଦଶନ୍ଧି ଧରି ବଲିଉଡରେ ରାଜ୍ କରୁଥିବା ସଲମାନ ଖାନ ତାଙ୍କ କ୍ୟାରିୟରରେ ଅନେକ ସୁପରହିଟ୍‌ ଏବଂ ବ୍ଲକବଷ୍ଟର ଫିଲ୍ମ ଦେଇଛନ୍ତି। ୧୯୮୮ ମସିହାରେ ଫିଲ୍ମ 'ବିବି ହୋ ତୋ ଐସୀ' ସହିତ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିବା ସଲମାନ ୨୦୨୩ ପର୍ଯ୍ୟନ୍ତ ୮୦ରୁ ଅଧିକ ଫିଲ୍ମ କରିଛନ୍ତି। ବର୍ତ୍ତମାନ ତାଙ୍କ ହାତରେ ଅନେକ ଫିଲ୍ମ ଅଛି। କିଛି ଫିଲ୍ମ ସୁଟିଂ କରାଯାଉଥିବା ବେଳେ ଆଉ କିଛି ପ୍ରି-ପ୍ରଡକ୍ସନ୍ କାମରେ ଅଛି।

Advertisment

ତାଙ୍କ କ୍ୟାରିଅରରେ ସଲମାନ ୩୩ ରୁ ଅଧିକ ହିଟ୍ ଫିଲ୍ମ ଦେଇଛନ୍ତି। ଏହା ପରେ ବି ବେଳେବେଳେ ତାଙ୍କ କ୍ୟାରିୟଅରେ ଏପରି ଏକ ସମୟ ଆସିଛି,​​ ବକ୍ସ ଅଫିସରେ କ୍ରମାଗତ ଭାବରେ ତାଙ୍କ ଫିଲ୍ମ ଫ୍ଲପ୍ ହୋଇଛି। ୨୦୦୨ରୁ ୨୦୦୭ ତାଙ୍କ ପାଇଁ ବହୁତ ଅଶୁଭ ଥିବା ଦେଖାଯାଇଥିଲା। ସେତେବେଳେ ଲାଗୁଥିଲା ଯେପରି ସଲମାନଙ୍କ କ୍ୟାରିୟର ବୁଡିଯିବ। ସେହି ସମୟରେ ବଲିଉଡ୍‌ର ଜଣେ ସାଉଥ୍ ଅଭିନେତା ନିର୍ଦ୍ଦେଶକ ସଲମାନଙ୍କ ପାଇଁ ଭଗବାନ ହୋଇ ଆସିଥିଲେ ଆଉ ତାଙ୍କ ଉଜୁଡା କ୍ୟାରିଅରକୁ ସଜାଡି ଦେଇଥିଲେ।

ସେ ହେଲେ ସାଉଥ ଅଭିନେତା, କୋରିଓଗ୍ରାଫର ଏବଂ ନିର୍ଦ୍ଦେଶକ ପ୍ରଭୁଦେବା। କୁହାଯାଏ ଯେ ୨୦୦୫ ମସିହାରେ ‘ନୋ ଏଣ୍ଟ୍ରି’ ଫିଲ୍ମ ପରେ ସଲମାନଙ୍କ ଅନେକ ଫିଲ୍ମ ବକ୍ସ ଅଫିସରେ ବିଫଳ ହୋଇଥିଲା। ଏହି ସମୟରେ ସାଉଥ୍ ଷ୍ଟାର୍ ପ୍ରଭୁଦେବା ନିର୍ଦ୍ଦେଶକ ଭାବରେ ବଲିଉଡରେ ପାଦ ଦେଇଥିଲେ ଏବଂ 'ୱାଣ୍ଟେଡ୍' ପରି ବ୍ଲକବଷ୍ଟର ଚଳଚ୍ଚିତ୍ର ନିର୍ମାଣ କରିଥିଲେ।

Advertisment

୨୦୦୯ ମସିହାରେ ଆସିଥିବା ଏହି ଫିଲ୍ମ ସଲମାନଙ୍କ କ୍ୟାରିଅରକୁ ବଦଳାଇ ଦେଇଥିଲା। ଏହି ଫିଲ୍ମରୁ ସଲମାନ ଖାନ ଏକ ଆକ୍ସନ୍ ହିରୋର ଇମେଜ୍ ପାଇଥିଲେ। ଏହା ସଲମାନଙ୍କ କ୍ୟାରିୟରର ସବୁଠାରୁ ବଡ ମୋଡ଼ ଆଣିଥିଲା।

ଖରାପ ସମୟରେ ପ୍ରଭୁଦେବା ମସିହା ହୋଇ ସଲମାନଙ୍କ ବୁଡିଯାଉଥିବା ଡଙ୍ଗାକୁ ରକ୍ଷା କରିଥିଲେ। ପ୍ରଭୁଦେବା ସଲମାନଙ୍କ ସହ ପ୍ରଥମ ଥର ପାଇଁ ଏକ ଫିଲ୍ମ କରିଥିଲେ। ଏହି ଫିଲ୍ମ ମାଧ୍ୟମରେ ପ୍ରଭୁଦେବା ନିର୍ଦ୍ଦେଶକ ଭାବରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଡ୍ୟାନ୍ସରେ ଦକ୍ଷତା ହାସଲ କରିଥିବା ପ୍ରଭୁଦେବା ମଧ୍ୟ ଏ ଦିଗରେ ଚମତ୍କାର କରିଥିଲେ। ଏହି ଫିଲ୍ମ ଦର୍ଶକଙ୍କ ମଧ୍ୟରେ ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା।

Advertisment

'ୱାଣ୍ଟେଡ୍' ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହେବା ପରେ ପ୍ରଭୁଦେବା ପୁଣିଥରେ ସଲମାନଙ୍କ ସହ ‘ଦବଙ୍ଗ’ କରିଥିଲେ, ଯାହା ୨୦୧୦ ମସିହାରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମ ମଧ୍ୟ ବକ୍ସ ଅଫିସରେ ବହୁତ ରୋଜଗାର କରିଥିଲା। ଏହି ଫିଲ୍ମ ବକ୍ସ ଅଫିସରେ ମଧ୍ୟ ରେକର୍ଡ ଭାଙ୍ଗିଥିଲା। ଏହା ପରେ, ‘ବଡିଗାର୍ଡ’ ଏବଂ ‘ଏକ ଥା ଟାଇଗର’ ମଧ୍ୟ ଲୋକଙ୍କ ମଧ୍ୟରେ ସଲମାନଙ୍କ ଲୋକପ୍ରିୟତାକୁ ବଢେଇଥିଲା।

ବର୍ତ୍ତମାନ ସମୟ ମଧ୍ୟ ସଲମାନଙ୍କ ପାଇଁ ଖରାପ ଚାଲିଛି। ତାଙ୍କ ଅଭିନୀତ ଅନ୍ତିମ, ରାଧେ, କିସି କା ଭାଇ କିସି କି ଜାନ ଭଳି ଫିଲ୍ମ ଫ୍ଲପ୍ ହେବା ପରେ ଏବେ ଚିନ୍ତାରେ ଅଛନ୍ତି ଭାଇଜାନ। ସେ କଳେବଳେ ଚାହୁଛନ୍ତି ତାଙ୍କ କ୍ୟାରିଅର୍‌କୁ ପୁଣି ଟ୍ରାକ୍‌କୁ ଆଣିବା ପାଇଁ। ତେବେ ସଲମାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଟାଇଗର ୩’ ଆସୁଛି। ଏହା କ’ଣ ତାଙ୍କ କ୍ୟାରିଅର୍‌କୁ ସଜାଡି ଦେବ? ଏହା କ’ଣ ପୁଣି ତାଙ୍କ ଲୋକପ୍ରିୟତାକୁ ଫେରେଇ ଦେବ? ଏହା ଦେଖିବା ବାକି ରହିଲା।

Salman Khan Bollywood Prabhudeva
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ