when parineeti chopra was going to school by cycle boys used to pull her skirt
ଏବେ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ବିବାହକୁ ନେଇ ଚାରିଆଡେ ଚର୍ଚ୍ଚା। ବିବାହ ପାଇଁ ପାରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢା ଏବେ ଉଦୟପୁରରେ ଅଛନ୍ତି। ଆସନ୍ତାକାଲି ବା ୨୪ ସେପ୍ଟେମ୍ବରରେ ଉଭୟ ବିବାହ ବନ୍ଧନରେ ବନ୍ଧା ହେବେ। ଉଦୟପୁରର ପ୍ରସିଦ୍ଧ ହୋଟେଲ ଲୀଲା ପ୍ୟାଲେସ୍ ଏବେ ସାଜସଜ୍ଜାରେ ଚମକୁଛି। ବିବାହର ରୀତିନୀତି ମଧ୍ୟ ଆରମ୍ଭ ହୋଇଯାଇଛି।
ଏହି ବିବାହକୁ ନେଇ ରାଜନୀତିଠାରୁ ଆରମ୍ଭ କରି ବଲିଉଡର ଗଳିକନ୍ଦିରେ ଚର୍ଚ୍ଚାର ପରିସର ତିଆରି କରିଛି। ବହୁ ଅତିଥି ଉଦୟପୁର ବିମାନବନ୍ଦରରେ ସେମାନଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ନଜର ଆସିଛନ୍ତି। ପ୍ରିୟଙ୍କା ଚୋପ୍ରାଙ୍କ ମା’ ମଧୁ ଚୋପ୍ରା, ରାଜନେତା ସଞ୍ଜୟ ସିଂହ ଆଦି ପହଞ୍ଚି ସାରିଛନ୍ତି। ପରିଣୀତି ଏବଂ ରାଘବଙ୍କ ବିବାହର ଅତିଥି ତାଲିକାକୁ ନେଇ ଇଣ୍ଟର୍ନେଟ୍ ବଜାର ସରଗରମ ହୋଇଉଠିଛି।
ଏବେ ତ ପରିଣୀତି ଚୋପ୍ରା ବଲିଉଡର ଏକ ନାଁକରା ଅଭିନେତ୍ରୀ। ସେ ତାଙ୍କ ଫିଲ୍ମ କ୍ୟାରିଅର୍ ୨୦୧୧ରେ ଆସିଥିବା ଫିଲ୍ମ ‘ଲେଡିଜ୍ ଭର୍ସେଜ୍ ରିକି ବହଲ୍’ରୁ ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରରେ ସେ ଡିମ୍ପଲ୍ ଚଡ୍ଢା ଚରିତ୍ରରେ ଅଭିନୟ କରି ଲୋକଙ୍କ ହୃଦୟ ଜିତିଥିଲେ। କେବଳ ଏତିକି ନୁହେଁ, ପରିଣୀତି ଏହି ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ମହିଳା ଡେବ୍ୟୁ ଅଭିନେତ୍ରୀ ଭାବେ ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଥିଲେ। ଏହାର ଶ୍ରେୟ ସେ ତାଙ୍କ ବାପାମାଆଙ୍କୁ ଦେଇଥିଲେ। କିନ୍ତୁ ଏମିତି ଏକ ସମୟ ଥିଲା ଯେତେବେଳେ ପରିଣୀତି ତାଙ୍କ ବାପାମାଆଙ୍କୁ ଘୃଣା କରୁଥିଲେ।
କିନ୍ତୁ ପାରିନୀତିଙ୍କ ଜୀବନରେ ଏକ ସମୟ ଥିଲା ଯେତେବେଳେ ସେ ନିଜ ପିତାମାତାଙ୍କୁ ଘୃଣା କରୁଥିଲେ | ସେ ଘରେ କାହା ସହ କଥା ହେବାକୁ ପସନ୍ଦ କରୁନଥିଲେ। ଏପରିକି ପାରିନୀଟି ଘରୁ ବାହାରକୁ ଯିବାକୁ ଡରୁଥିଲେ। ପାରିନୀତି ଚୋପ୍ରା ସହିତ ଜଡିତ ରହସ୍ୟ ବିଷୟରେ ଆସନ୍ତୁ ଜାଣିବା ଯାହା ତାଙ୍କୁ ମୂଳ ଭାଙ୍ଗି ଦେଇଥିଲା |
ଏହି ଘଟଣା ତାଙ୍କ ସ୍କୁଲ ସମୟର। ପରିଣୀତି ଖୁବ ଭଲ ପାଠ ପଢୁଥିଲେ। ସେତେବେଳେ ତାଙ୍କ ବାପାଙ୍କ ପାଖରେ କାର୍ କିଣିବାକୁ ଟଙ୍କା ନଥିଲା। ତେଣୁ ସେ ସାଇକେଲ୍ରେ ସ୍କୁଲ୍ ଯାଉଥିଲେ। କିନ୍ତୁ ତାଙ୍କ ବାପାମାଆ ତାଙ୍କୁ ସ୍କୁଲ ଯିବା ବେଳେ ତାଙ୍କ ସହ କିଛି ବାଟ ଯାଉଥିଲେ, ବାକି ବାଟ ସେ ନିଜେ ଏକୁଟିଆ ଯାଉଥିଲେ। ଏହି ସମୟରେ କିଛି ପୁଅ ତାଙ୍କୁ ଭେଟୁଥିଲେ, ଯେଉଁମାନେ ତାଙ୍କୁ ଖୁବ ହଇରାଣ କରୁଥିଲେ।
ପରିଣୀତି ଏକ ସାକ୍ଷାତକାରରେ କହିଥିଲେ ଯେ ଯେତେବେଳେ ବି ସେ ସ୍କୁଲକୁ ଯାଆନ୍ତି, କିଛି ପୁଅ ରାସ୍ତାରେ ତାଙ୍କ ପିଛା କରନ୍ତି, ରାସ୍ତାରେ ତାଙ୍କୁ କମେଣ୍ଟ୍ ମାରନ୍ତି, ଚିଡାନ୍ତି। କେବଳ ଏତିକି ନୁହେଁ, ଅନେକ ଥର ସେମାନେ ତାଙ୍କ ସ୍କର୍ଟ ଉଠାଇବାକୁ ଚେଷ୍ଟା କରିଥିବା ମଧ୍ୟ ପରିଣୀତି କହିଥିଲେ।
ପ୍ରତିଦିନ ଏଭଳି ନିର୍ଯାତନାର ଶିକାର ହେବା କାରଣରୁ ସେ ତାଙ୍କ ବାପାମାଆଙ୍କୁ ଘୃଣା କରିବା ଆରମ୍ଭ କରିଥିଲେ। ତାଙ୍କୁ ଲାଗୁଥିଲା ବାପାମାଆଙ୍କ ଯୋଗୁଁ ତାଙ୍କୁ ସାଇକେଲରେ ସ୍କୁଲ ଯିବାକୁ ପଡୁଥିଲା, କାରଣ ସେମାନେ ତାଙ୍କୁ ସାଇକେଲ୍ରେ ସ୍କୁଲ୍ ପଠଉଥିଲେ। ଏନେଇ ପୁଅମାନେ ପ୍ରତିଦିନ ତାଙ୍କୁ ଏମିତି ହଇରାଣ କରୁଥିଲେ। କିନ୍ତୁ ପରେ ଯେତେବେଳେ ସେ ଅନୁଭବ କଲେ ଯେ କାର୍ କିଣିବାକୁ ତାଙ୍କ ବାପାଙ୍କ ପାଖରେ ଟଙ୍କା ନାହିଁ ବାପାମାଆଙ୍କ ପ୍ରତି ଥିବା ତାଙ୍କର ଘୃଣାଭାବ ଦୂରେଇ ଗଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695470294.jpg)