Advertisment

ଶାହରୁଖଙ୍କ ଠାରୁ ଶିଖିବାର ଅଛି ବରିଷ୍ଠଙ୍କୁ ସମ୍ମାନ ଦେବାର ଗୁଣ; ହେମାଙ୍କ ସ୍ୟାଣ୍ଡେଲ୍ ଖସିଯିବାରୁ କଲେ ଏମିତି

ବଲିଉଡ୍‌ କିଙ୍ଗ୍‌ ଶାହରୁଖ ଖାନଙ୍କୁ ଏମିତି ଖାଲି ଖାଲିରେ ଜେଣ୍ଟେଲ୍‌ମ୍ୟାନ୍ କୁହାଯାଏ ନାହିଁ। ଶାହରୁଖଙ୍କୁ ଅନେକ ସମୟରେ ବହୁତ ସମ୍ମାନର ସହିତ ସାକ୍ଷାତ କରୁଥିବା ଦେଖିବାକୁ ମିଳିଥାଏ। ଇଣ୍ଡଷ୍ଟ୍ରିର ଜଣେ ନୂତନ କଳାକାର ହୁଅନ୍ତୁ, ତାଙ୍କ ପ୍ରଶଂସକ ହୁଅନ୍ତୁ କିମ୍ବା ବୟସ୍କ ବ୍ୟକ୍ତି ହୁଅନ୍ତୁ, ଶାହରୁଖ ସମସ୍ତଙ୍କୁ ପ୍ରେମ ଏବଂ ସମ୍ମାନର ସହିତ ଭେଟନ୍ତି।

When hema malini sandal came out of foot shah rukh khan did a great job

When hema malini sandal came out of foot shah rukh khan did a great job

Advertisment

ବଲିଉଡ୍‌ କିଙ୍ଗ୍‌ ଶାହରୁଖ ଖାନଙ୍କୁ ଏମିତି ଖାଲି ଖାଲିରେ ଜେଣ୍ଟେଲ୍‌ମ୍ୟାନ୍ କୁହାଯାଏ ନାହିଁ। ଶାହରୁଖଙ୍କୁ ଅନେକ ସମୟରେ ବହୁତ ସମ୍ମାନର ସହିତ ସାକ୍ଷାତ କରୁଥିବା ଦେଖିବାକୁ ମିଳିଥାଏ। ଇଣ୍ଡଷ୍ଟ୍ରିର ଜଣେ ନୂତନ କଳାକାର ହୁଅନ୍ତୁ, ତାଙ୍କ ପ୍ରଶଂସକ ହୁଅନ୍ତୁ କିମ୍ବା ବୟସ୍କ ବ୍ୟକ୍ତି ହୁଅନ୍ତୁ, ଶାହରୁଖ ସମସ୍ତଙ୍କୁ ପ୍ରେମ ଏବଂ ସମ୍ମାନର ସହିତ ଭେଟନ୍ତି।

Advertisment

ଅନେକ ସମୟରେ ଶାହରୁଖ ଖାନ ତାଙ୍କ ସହ-ଅଭିନେତ୍ରୀଙ୍କ ପୋଷାକ ଏବଂ ସେମାନଙ୍କ କମ୍ପର୍ଟକୁ ନେଇ ମଧ୍ୟ ଧ୍ୟାନ ଦେବା ଦେଖାଯାଆନ୍ତି। ଯେତେବେଳେ କେହି ତାଙ୍କ ଘରକୁ ଆସନ୍ତି, ସେ ତାଙ୍କୁ ପାଛୋଟି ନେବା ପାଇଁ ଦ୍ୱାର ପାଖକୁ ଆସନ୍ତି ଏବଂ ପରେ ତାଙ୍କୁ ଛାଡ଼ିବାକୁ ମଧ୍ୟ ଯାଆନ୍ତି। ତାଙ୍କର ଏହି ଶିଷ୍ଟାଚାର ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥାଏ।

ବର୍ତ୍ତମାନ କିଙ୍ଗ୍‌ ଖାନଙ୍କ ଏକ ପୁରୁଣା ଭିଡିଓ ଚର୍ଚ୍ଚାକୁ ଆସିଛି, ଯେଉଁଥିରେ ଡ୍ରିକ୍ ଗାର୍ଲ ହେମା ମାଲିନି ତାଙ୍କ ସହ ନଜର ଆସିଛନ୍ତି। ଏହି ଭିଡିଓ Srkian_rutu ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି, ଯେଉଁଥିରେ ଶାହରୁଖ ଖାନ ଏବଂ ହେମା ମାଲିନି ଏକ ପୁରସ୍କାର କାର୍ଯ୍ୟକ୍ରମରେ ନଜର ଆସିଛନ୍ତି।

Advertisment

ଭିଡିଓରେ ଶାହରୁଖ ଖାନ ହେମା ମାଲିନୀଙ୍କୁ ପାହାଚ ଉପରକୁ ନେଇ ମଞ୍ଚ ଆଡକୁ ଯାଉଥିବାର ନଜର ଆସିଛନ୍ତି। କିନ୍ତୁ ଏହି ସମୟରେ ହେମା ମାଲିନୀ ଝୁଣ୍ଟିଯାଆନ୍ତି ଏବଂ ସେ ପିନ୍ଧିଥିବା ସ୍ୟାଣ୍ଡେଲ୍ ତାଙ୍କ ପାଦରୁ ବାହାରି ଗଳିପଡେ।

ଶାହାରୁଖ ଦେଖିବା ବେଳକୁ ହେମା ମାଲିନିଙ୍କ ପାଦରୁ ସ୍ୟାଣ୍ଡେଲ୍ ଗଳିପଡିଥିଲା। ଏହା ଦେଖି ସେ ନିଜେ ସ୍ୟାଣ୍ଡେଲ୍‌କୁ ନିଜ ହାତରେ ହେମାଙ୍କୁ ପିନ୍ଧିବାକୁ ଦିଅନ୍ତି। ତା’ପରେ ସେ ବହୁତ ସମ୍ମାନର ସହିତ ହେମା ମାଲିନୀଙ୍କୁ ମଞ୍ଚକୁ ନେଇଯାଆନ୍ତି।

Advertisment

ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଅନେକ ଲୋକ ଶାହରୁଖ ଖାନଙ୍କୁ ତାଙ୍କର ଏଭଳି ଆଚରଣ ପାଇଁ ପ୍ରଶଂସାରେ ପୋଟିପକାଉଛନ୍ତି। ଭିଡିଓରେ ଶାହରୁଖ ଖାନ ହେମା ମାଲିନୀଙ୍କ ଚପଲ ଉଠାଇବାକୁ ନେଇ ଲୋକେ ଅନେକ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

କାମର କଥା କହିବାକୁ ଗଲେ ୨୦୨୩ରେ ଶାହରୁଖ ଖାନଙ୍କ ତିନୋଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ​​ଏବଂ ତିନୋଟିଯାକ ଦର୍ଶକଙ୍କୁ ଖୁବ ପ୍ରଭାବିତ କରିଥିଲା। ‘ପଠାନ’ ଏବଂ ‘ଜବାନ’ ପ୍ରାୟ ୧୦୦୦ କୋଟି ଟଙ୍କା ଆୟ କରିଥିବାବେଳେ ‘ଡଙ୍କି’ ମଧ୍ୟ ଏକ ଭଲ ରକମର ଆୟ କରିଥିଲା। ଏହି ଚଳଚ୍ଚିତ୍ରଗୁଡ଼ିକ ପରେ ବର୍ତ୍ତମାନ ଶାହରୁଖ ଖାନ ‘ଜୱାନ-୨’, ‘ସାରେ ଜହାଁ ସେ ଅଛା’, ‘ଅପରେସନ୍ ଖୁଖ୍‌ରୀ’ ଏବଂ ‘ବ୍ରହ୍ମାସ୍ତ୍ର ୨’ ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରଗୁଡିକ ୨୦୨୫ରେ ରିଲିଜ୍ ହୋଇପାରେ।

Bollywood Hema Malini Shahrukh Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ