Advertisment

ଅପେକ୍ଷାର ଅନ୍ତ ଘଟେଇ ଆସୁଛି 'ଆଶ୍ରମ ୩'

ବବି ଦେଓଲଙ୍କ‘ଆଶ୍ରମ’ଲୋକଙ୍କ ହୃଦୟକୁ କିଣି ନେଇଥିଲା। ଏହାର ଦୁଇଟା ସିଜନ୍ ପୂର୍ବରୁ ଷ୍ଟ୍ରିମିଂ ହୋଇଥିବା ବେଳେ ଲୋକେ ଏହାର ତୃତୀୟ ସିଜନ୍‌କୁ ଉତ୍ସାହର ସହ ଚାହିଁ ବସିଛନ୍ତି। ଆଉ କିଛି ଘଣ୍ଟା ପରେ ଏହି ଅପେକ୍ଷାର ଅନ୍ତ ହେବ।

Web series Aashram-3 coming soon

Web series Aashram-3 coming soon

Advertisment

ବଲିଉଡ୍‌ ଅଭିନେତା ବବି ଦେଓଲ ଫିଲ୍ମରୁ ଦୂରେଇ ଯାଇଛନ୍ତି ସତ। କିନ୍ତୁ ତାଙ୍କ ହାତରେ OTTର ଏମିତି ଏକ ପ୍ରୋଜେକ୍ଟ ଲାଗିଗଲା ଯେ ଯାହା ତାଙ୍କ ଭାଗ୍ୟକୁ ବଦଳେଇ ହେଲା। ଏଠାରେ 'ଆଶ୍ରମ' ସିରିଜ୍ କଥା କୁହାଯାଉଛି ଯାହା OTT ର ଏକ ଲୋକପ୍ରିୟ ସିରିଜ୍ ହୋଇପାରିଛି।

Advertisment

ଚଳଚ୍ଚିତ୍ର ନିର୍ମାତା ପ୍ରକାଶ ଝାଙ୍କ ନିର୍ଦ୍ଦେଶନାରେ ୨୦୨୦ ମସିହାରେ ମୁକ୍ତିଲାଭ କରିଥିବା ଏହି ସିରିଜ୍ ଲୋକମାନଙ୍କୁ ଭାରତରେ ଧର୍ମ ନାମରେ ଚାଲୁଥିବା ବ୍ୟବସାୟର ବାସ୍ତବତାକୁ ଦର୍ଶାଇଥିଲା। ଲୋକମାନେ ଏହାକୁ ଖୁବ ପସନ୍ଦ ମଧ୍ୟ କରିଥିଲେ।

ଦୁଇ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିବା ଏହି ୱେବ୍ ସିରିଜ୍ 'ଆଶ୍ରମ'ର କାହାଣୀ କେବଳ ଲୋକଙ୍କ ହୃଦୟକୁ ଛୁଇଁ ନଥିଲା, ବରଂ ଏଥିରେ ବବି ଦେଓଲଙ୍କ ଅଭିନୟ ମଧ୍ୟ ଉଚ୍ଚ ପ୍ରଶଂସିତ ହୋଇଥିଲା। ଏହି ଲୋକପ୍ରିୟତାକୁ ଦେଖି ନିର୍ମାତା ସେହି ବର୍ଷ ଏହାର ଦ୍ୱିତୀୟ ସିଜନ୍ ମଧ୍ୟ ରିଲିଜ୍ କଲେ। ସେବେଠାରୁ ଲୋକେ ଏହାର ତୃତୀୟ ସିଜନ୍‌କୁ ଉତ୍ସାହର ଚାହିଁ ରହିଛନ୍ତି। ବର୍ତ୍ତମାନ ଏହି ସିରିଜର ତୃତୀୟ ସିଜନ୍ ଲୋକମାନଙ୍କୁ ମନୋରଞ୍ଜନ କରିବାକୁ ଆସୁଛି।

Advertisment

'ଆଶ୍ରମ' 'ୱେବ୍ ସିରିଜ୍ କାଳ୍ପନିକ ସହର କାଶିପୁର ଉପରେ ଆଧାରିତ, ଯାହାର କାହାଣୀ ଡ୍ରଗ୍ସ, ଦୁଷ୍କର୍ମ ଏବଂ ରାଜନୀତିରେ ଭରପୂର। ଏଥିରେ ଦର୍ଶାଯାଇଛି ଯେ ବାବାମାନେ କିପରି ଲୋକଙ୍କୁ ତାଙ୍କ ଆଶ୍ରମ ପ୍ରତି ଜଡିତ ହେବା ନେଇ ଉତ୍ସାହିତ କରନ୍ତି।

'ଆଶ୍ରମ'ର ପ୍ରଥମ ସିଜନରେ ଦର୍ଶକମାନେ ଦେଖିଲେ ଯେ ପମୀ ଏବଂ ତାଙ୍କ ପରିବାର କିପରି ବାବା ନିରାଲାଙ୍କ ଛଳନା ଜାଲରେ ଫସିଯାଇଛନ୍ତି। ସେହିପରି ସିରିଜର ଦ୍ୱିତୀୟ ସିଜନ୍‌ରେ ବାବାଙ୍କ କାରନାମା ପମୀ ଓ ତାଙ୍କ ପରିବାର ସାମ୍ନାରେ ଧରାପଡିଯାଇଥିଲା। କିନ୍ତୁ ଏତେସବୁ କୁକର୍ମ ପରେ ମଧ୍ୟ ବାବାଙ୍କ ପ୍ରତି କୌଣସି ପ୍ରକାରର ଆଞ୍ଚ୍‌ ଆସି ନଥିଲା। ତାଙ୍କୁ ପ୍ରତିଥର କୌଣସି ପ୍ରକାରେ ଉଦ୍ଧାର କରାଯାଉଥିଲା। ଏଭଳି ପରିସ୍ଥିତିରେ, ଏହି ୱେବ୍ ସିରିଜର ତୃତୀୟ ସିଜନ କିପରି ଏହାର କାହାଣୀକୁ ମୋଡ ଦେବ ତାହା ଦେଖିବା ବାକି ରହିଲା। ଏଥିରେ ଅନେକ ନୂଆ ଚରିତ୍ରମାନଙ୍କୁ ମଧ୍ୟ ଦେଖିବାକୁ ମିଳିବ।

Advertisment

ନିକଟରେ ରିଲିଜ୍ ହୋଇଥିବା ଏହାର ଟ୍ରେଲରକୁ ଲୋକେ ମଧ୍ୟ ଖୁବ ପସନ୍ଦ କରିଛନ୍ତି। ଟ୍ରେଲର୍‌ରେ ଦେଖାଯାଇଥିବା ଏହାର ଦୃଶ୍ୟକୁ ଦେଖି ପ୍ରଶଂସକମାନେ ଆଉ ଅଧିକ ଦିନ ଅପେକ୍ଷା କରିବାକୁ ସକ୍ଷମ ନୁହଁନ୍ତି। କିନ୍ତୁ ବର୍ତ୍ତମାନ ସେମାନଙ୍କର ଅପେକ୍ଷା ଶେଷ ହେବାକୁ ଯାଉଛି। ତେବେ ସିରିଜ୍‌ର ତୃତୀୟ ସିଜନ ଜୁନ୍ ୩ରୁ ଷ୍ଟ୍ରିମିଂ ହେବ।

‘ଆଶ୍ରମ’ର ପୂର୍ବ ଦୁଇ ସିଜିନ୍‌କୁ ଜଣାଶୁଣା ନିର୍ଦ୍ଦେଶକ ପ୍ରକାଶ ଝା ନିର୍ଦ୍ଦେଶନା ଦେଇଥିବା ବେଳେ ଏହାର ତୃତୀୟ ସିଜନ୍‌ ମଧ୍ୟ ତାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଛି। ଏଥିରେ ବବି ଦେଓଲଙ୍କ ବ୍ୟତୀତ ତ୍ରିଧା ଚୌଧୁରୀ, ଚନ୍ଦନ ରାୟ, ଦର୍ଶନ କୁମାର ଏବଂ ଈଶା ଗୁପ୍ତାଙ୍କ ଭଳି ତାରକାମାନଙ୍କୁ ଦେଖିବାକୁ ମିଳିବ।

Web Series Ashram 3
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ