ରିଲିଜ୍ ହେଲା ‘ହିରୋପନ୍ତୀ ୨’ର ଆଉ ଏକ ଟ୍ରେଲର୍: ଦେଖନ୍ତୁ ଟାଇଗରଙ୍କ ଦମଦାର ଆକ୍ସନ୍

ଟାଇଗରଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ୍ ଫିଲ୍ମର ରିଲିଜ୍ ପାଖେଇ ଆସୁଥିବା ବେଳେ ଫିଲ୍ମର ନିର୍ମାତା ଆଉ ଏକ ରୋମାଞ୍ଚକର ଟ୍ରେଲର୍‌ ଲଞ୍ଚ୍‌ କରିଛନ୍ତି। ଚଳଚ୍ଚିତ୍ରର ଏହି ନୂଆ ଟ୍ରେଲରରେ ଟାଇଗର ଶ୍ରଫ ‘ହିରୋପନ୍ତୀ ୨’ର ଗୁରୁତ୍ୱପୂର୍ଣ୍ଣ ଝଲକ ଦେଖେଇଛି।

ରିଲିଜ୍ ହେଲା ‘ହିରୋପନ୍ତୀ ୨’ର ଆଉ ଏକ ଟ୍ରେଲର୍

ବଲିଉଡ୍‌ର ସବୁଠାରୁ ଯୁବ ଆକ୍ସନ୍ ଷ୍ଟାର୍ ଟାଇଗର ଶ୍ରଫ୍ ସାଜିଦ୍ ନାଡିୟାଡୱାଲାଙ୍କ ଆଗାମୀ ଚଳଚ୍ଚିତ୍ର ‘ହିରୋପନ୍ତୀ ୨’ ସହିତ ଦର୍ଶକଙ୍କୁ ଏକ ରୋମାଞ୍ଚକର ରାଇଡ୍ କରେଇବା ନେଇ ପୂରା ଦମରେ ପ୍ରସ୍ତୁତ ହୋଇଆସୁଛନ୍ତି। ବର୍ତ୍ତମାନ ବହୁ ପ୍ରତୀକ୍ଷିତ ଏହି ଆକ୍ସନ୍ ଫିଲ୍ମର ରିଲିଜ୍ ପାଖେଇ ଆସୁଥିବା ବେଳେ ଫିଲ୍ମର ନିର୍ମାତା ଆଉ ଏକ ରୋମାଞ୍ଚକର ଟ୍ରେଲର୍‌ ଲଞ୍ଚ୍‌ କରିଛନ୍ତି। ଚଳଚ୍ଚିତ୍ରର ଏହି ନୂଆ ଟ୍ରେଲରରେ ବବଲୁ ଓରଫ ଟାଇଗର ଶ୍ରଫଙ୍କ ‘ହିରୋପନ୍ତୀ ୨’ର ଗୁରୁତ୍ୱପୂର୍ଣ୍ଣ ଝଲକ ଦେଖେଇଛି।

ଏଭଳି ପରିସ୍ଥିତିରେ ଫିଲ୍ମର ଦ୍ୱିତୀୟ ଟ୍ରେଲର ରିଲିଜ୍‌ ଟାଇଗରଙ୍କ ପ୍ରଶଂସକଙ୍କ ପାଇଁ ସରପ୍ରାଇଜ୍ ଟ୍ରିଟ୍ କୁହାଯାଉଛି, ଯେଉଁମାନେ ଆସୁଥିବା ଚଳଚ୍ଚିତ୍ର ପାଇଁ ଅପାର ସମର୍ଥନ ଏବଂ ଉତ୍ସାହ ପ୍ରଦର୍ଶନ କରିଛନ୍ତି। ଆକ୍ସନରେ ଏକ ଅପଗ୍ରେଡ୍ ସହିତ, ଦ୍ୱିତୀୟ ଟ୍ରେଲର୍ ସେହି ଭାବନାକୁ ଦର୍ଶାଇଛି, ଯେଉଁଥିରେ ନାୟକ ସାଇବର ଅପରାଧ ଜଗତକୁ ନେଭିଗେଟ୍ କରିଛି।

ଅହମ୍ମଦାବାଦରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଟ୍ରେଲର ଲଞ୍ଚ୍‌ କରାଯାଇଥିଲା, ଯାହା ଟାଇଗର୍‌ଙ୍କ ଦ୍ୱିତୀୟ ଘର ଭାବରେ ଜଣାଶୁଣା। ଏହି ଟ୍ରେଲର ଦର୍ଶକଙ୍କୁ ଏକ ଭିନ୍ନ ସ୍ତରର ବବଲୁଙ୍କ ରାଗ, ଉତ୍ସାହ ଏବଂ ଯନ୍ତ୍ରଣାର ଝଲକ ଦେଖେଇଛି। ଟ୍ରେଲର ଦେଖିବାକୁ ବହୁତ ଦମଦାର ଲାଗୁଛି।

'ବାଗୀ ୨' ଏବଂ 'ବାଗୀ ୩' 'ଭଳି ଚଳଚ୍ଚିତ୍ର ପରେ ସାଦିଜ ନାଡିୟାଦୱାଲା, ଟାଇଗର ଶ୍ରଫ୍‌ ଏବଂ ନିର୍ଦ୍ଦେଶକ ଅହମ୍ମଦ ଖାନ୍‌ଙ୍କ ଏହି ଯୋଡି ‘ହିରୋପନ୍ତୀ ୨’ରେ ଆକ୍ସନର ଏକ ନୂଆ ବେଞ୍ଚମାର୍କ ସ୍ଥାପନ କରିବାକୁ ପ୍ରସ୍ତୁତ। ଏଥର ବ୍ଲକ୍‌ବଷ୍ଟରର ସିକ୍ୱେଲ ଏକ ବଡ ବଜେଟ୍ ସହିତ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ଦର୍ଶକ କେବେ ନ ଦେଖିଥିବା ଆକ୍ସନକୁ ଉପଭୋଗ କରିବେ।

ରଜତ ଆରୋଡାଙ୍କ ଦ୍ୱାରା ଲିଖିତ ଏହି ଚଳଚ୍ଚିତ୍ରର ସଙ୍ଗୀତ ଏ.ଆର୍ ରହମାନ ଦେଇଛନ୍ତି। ଏହି ଚଳଚ୍ଚିତ୍ରଟି ଏପ୍ରିଲ୍ ୨୯ରେ ଇଦ୍‌ର ବିଶେଷ ଉତ୍ସବରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।