Advertisment

ବଲିଉଡ୍‌କୁ ଟାର୍ଗେଟ୍‌ କଲେ ବିବେକ ଅଗ୍ନିହୋତ୍ରୀ; ଷ୍ଟାର୍‌ଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ

ବଲିଉଡ ତାରକାମାନେ କାହିଁକି ସିଏଏ- କିସାନ ବିରୋଧୀ ଆନ୍ଦୋଳନରେ ଭାଗ ନେଇଥିଲେ ବୋଲି ପ୍ରଶ୍ନ ଉଠେଇଛନ୍ତି ବିବେକ ଅଗ୍ନିହୋତ୍ରୀ। ସେ କହିଛନ୍ତି, ଖୁବ୍ ଶୀଘ୍ର ଜଣାପଡିଯିବ ଯେ ସିଏଏ-ଶାହିନ୍ ବାଗ ଏବଂ କୃଷକ ଆନ୍ଦୋଳନକୁ...

Vivek Agnihotri questioned bollywood for being part of anti CAA shaheen bagh

Vivek Agnihotri questioned bollywood for being part of anti CAA shaheen bagh

Advertisment

ବଲିଉଡ୍‌ର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ବିବେକ ରଂଜନ ଅଗ୍ନିହୋତ୍ରୀ ଖାଲି ଫିଲ୍ମ ପାଇଁ ନୁହେଁ, ତାଙ୍କର ଖୋଲା କଥାକୁ ନେଇ ମଧ୍ୟ ବେଶ ଜଣାଶୁଣା। ସମ୍ପ୍ରତି ସମାଜସେବୀ ତିସ୍ତା ସୀତଲୱାଡ୍‌ଙ୍କ ଉପରେ ଏସ୍‌ଆଇଟି ଦ୍ୱାରା କରାଯାଇଥିବା ସମ୍ବେଦନଶୀଳ ଖୁଲାସା ପରେ ତାଙ୍କ କ୍ରୋଧ ପ୍ରକାଶ ପାଇଛି। ଏହି ପ୍ରସଙ୍ଗରେ ସେ ଟ୍ୱିଟ୍‌ ମାଧ୍ୟମରେ ବଲିଉଡ୍‌କୁ ଟାର୍ଗେଟ୍‌ କରିଛନ୍ତି। ଏହି ପ୍ରସଙ୍ଗକୁ ଶାହିନ୍ ବାଗ ଏବଂ କୃଷକଙ୍କ ଆନ୍ଦୋଳନ ସହ ଯୋଡି ସେ ସୋସିଆଲ ମିଡିଆରେ ଫିଲ୍ମ ତାରକାଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି।

Advertisment

ତିସ୍ତା ପ୍ରସଙ୍ଗକୁ ନେଇ ଶନିବାର ବିବେକ ବଲିଉଡ୍‌ ଉପରେ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି। ସେ ନିଜ ଟ୍ୱିଟ୍‌ରେ ଫାୟଜ ଅହମ୍ମଦ ଫୈଜ୍‌ଙ୍କ ଗୀତ 'ହମ୍‌ ଦେଖେଙ୍ଗେ'କୁ ଉଲ୍ଲେଖ କରି ଫିଲ୍ମ ଷ୍ଟାର୍‌ମାନଙ୍କ ଉପରେ ଆକ୍ରମଣ କରିଛନ୍ତି। ଟ୍ୱିଟ୍ ମାଧ୍ୟମରେ ସେ ଫିଲ୍ମ କଳାକାରମାନଙ୍କୁ ପଚାରିଛନ୍ତି ଯେ ବଲିଉଡ ତାରକାମାନେ କାହିଁକି ସିଏଏ- କିସାନ ବିରୋଧୀ ଆନ୍ଦୋଳନରେ ଭାଗ ନେଇଥିଲେ?

ସେ ଟ୍ୱିଟ୍ କରି କହିଛନ୍ତି୍ ଯେ “ମୁଁ ଆଶା କରୁଛି ଖୁବ୍ ଶୀଘ୍ର ଜଣାପଡିଯିବ ଯେ ସିଏଏ-ଶାହିନ୍ ବାଗ ଏବଂ କୃଷକ ଆନ୍ଦୋଳନକୁ କିଏ ଅର୍ଥ ପ୍ରଦାନ କରିଛି। ବଲିଉଡ୍‌ ତାରକାମାନେ କାହିଁକି ଏହାର ଏକ ଅଂଶ ହୋଇଗଲେ? ଏ ସବୁର ଖୁଲାସା ହେବ… ସବୁ କିଛି ପଦାରେ ପଡିଯିବ… ଆମେ ଦେଖିବୁ।”

Advertisment

ବିବେକ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ବଲିଉଡ୍‌ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି, କିନ୍ତୁ ସେ 'କାଶ୍ମୀର ଫାଇଲ୍‌'ରୁ ତାଙ୍କର ପ୍ରକୃତ ପରିଚୟ ପାଇଛନ୍ତି। ଏହି ଫିଲ୍ମଟି ବକ୍ସ ଅଫିସରେ ଧମାଲ କରିଥିଲା। ଅନୁପମ ଖେରଙ୍କ ଅଭିନୀତ ଏହି ଫିଲ୍ମଟି ୨୫୦ କୋଟି ରୋଜଗାର କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଏହି ଫିଲ୍ମଟି ଭାରତୀୟ ବକ୍ସ ଅଫିସ୍‌ରେ ଚଳିତ ବର୍ଷର ସର୍ବାଧିକ ଆୟ କରିଥିବା ବଲିଉଡ୍‌ ଫିଲ୍ମ ହୋଇପାରିଛି।

ପ୍ରକାଶଥାଉ ଯେ ନିକଟରେ ଏସ୍‌ଆଇଟି ତିସ୍ତା ସୀତଲୱାଡ୍‌କୁ ନେଇ ଅହମ୍ମଦାବାଦ ସେଶନ କୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଥିଲା। ଏହି ଆଫିଡେଭିଟ୍‌ରେ ଅନେକ ଦାବି କରାଯାଇଥିଲା। ଏସ୍‌ଆଇଟି ଅନୁଯାୟୀ ଗୁଜୁରାଟ ସରକାରକୁ ଅସ୍ଥିର କରିବା ପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଉପଦେଷ୍ଟା ଅହମ୍ମଦ ପଟେଲଙ୍କଠାରୁ ତିସ୍ତା ସୀତଲୱାଡ୍‌ ୩୦ ଲକ୍ଷ ଟଙ୍କା ନେଇଥିଲେ।

Advertisment

ଏହି ଘଟଣା ପରେ ବିଜେପି କ୍ରମାଗତ ଭାବେ କଂଗ୍ରେସ ଉପରେ ଆକ୍ରମଣ କରୁଛି। ଗୁଜୁରାଟ ଦଙ୍ଗା ମାମଲାରେ ତିସ୍ତା ବର୍ତ୍ତମାନ ଜେଲ୍‌ରେ ଅଛନ୍ତି। ନିକଟରେ ସେ ଏକ ଜାମିନ ଆବେଦନ କରିଥିଲେ, ଏହା ପରେ ଏସ୍‌ଆଇଟି ଏକ ଆବେଦନପତ୍ର ଦାଖଲ କରି ତାଙ୍କୁ ଜାମିନ ପ୍ରଦାନ ନ କରିବାକୁ କୋର୍ଟରେ ଆବେଦନ କରିଥିଲା।

Bollywood Vivek Agnihotri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ