Vivek Agnihotri purchased new apartment with wife Pallavi Joshi
ଫିଲ୍ମ 'ଦ କାଶ୍ମୀର ଫାଇଲ୍ସ'ର ନିର୍ମାତା-ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଆଜିକାଲି ଏକ ଖୁସିର ଜୀବନ ଜୀଉଛନ୍ତି। ସେ ଏବେ ମଧ୍ୟ ଫିଲ୍ମର ସଫଳତାକୁ ଉପଭୋଗ କରୁଛନ୍ତି ଏବଂ ପରବର୍ତ୍ତୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସମୟରେ ବିବେକ ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ପଲ୍ଲଭୀ ଯୋଶୀ ମୁମ୍ବାଇର ଆନ୍ଧେରି ଭର୍ସୋଭା ଅଞ୍ଚଳରେ ଏକ ପ୍ରିମିୟମ୍ ଆବାସିକ ଆପାର୍ଟମେଣ୍ଟ୍ କିଣିଛନ୍ତି। ଏହାର ମୂଲ୍ୟ ୧୭.୯୨ କୋଟି ଟଙ୍କା। ରିପୋର୍ଟ ଅନୁଯାୟୀ ବିବେକ ଏହି ସମ୍ପତ୍ତି ଏକ୍ଷ୍ଟାସୀ ରିଅଲିଟି ପ୍ରୋଜେକ୍ଟର ଠିକାଦାରଙ୍କଠାରୁ କିଣିଛନ୍ତି।
ରିପୋର୍ଟରେ ଆହୁରି କୁହାଯାଇଛି ଯେ ଆପାର୍ଟମେଣ୍ଟଟି ବିଲ୍ଡିଂର ୩୦ତମ ମହଲାରେ ଅଛି ଏବଂ ଏହା ୩,୨୫୮ ବର୍ଗଫୁଟ ଅଞ୍ଚଳରେ ବ୍ୟାପିଛି। ଏହାଛଡା ଏଥିରେ ୩ ଟି କାର୍ ପାର୍କିଂ ସ୍ଲଟ୍ ଅଛି। ବିବେକ ଅଗ୍ନିହୋତ୍ରୀ ଏବଂ ପଲ୍ଲଭୀ ଯୋଶୀ ସମ୍ପତ୍ତି ପଞ୍ଜିକରଣ ପାଇଁ ୧.୦୭ କୋଟି ଟଙ୍କା ଷ୍ଟାମ୍ପ୍ ଡ୍ୟୁଟି ଦେଇଛନ୍ତି। Indextap.com ଏହି ବିଷୟରେ ସୂଚନା ଦେଇଛି।
ପ୍ରତି ବର୍ଗକୁ ଏତେ ହଜାର ଟଙ୍କା:
ଆପାର୍ଟମେଣ୍ଟର ପ୍ରତି ବର୍ଗଫୁଟର ମୂଲ୍ୟ ୫୫ ହଜାର ଟଙ୍କାରୁ ଟିକେ ଅଧିକ। ବିବେକ ଏବଂ ପଲଭୀ ୨୭ ସେପ୍ଟେମ୍ବରରେ ସେମାନଙ୍କ ନାମରେ ଏହି ସମ୍ପତ୍ତି ପଞ୍ଜିକରଣ କରିଛନ୍ତି। ପ୍ରକାଶଥାଉ ଯେ 'ଦ କାଶ୍ମୀର ଫାଇଲ୍ସ' ବକ୍ସ ଅଫିସ୍ରେ ସୁପର ହିଟ୍ ହୋଇଥିଲା। ୧୫-୨୦ କୋଟି ଟଙ୍କା ବଜେଟ୍ରେ ନିର୍ମିତ ଏହି ଫିଲ୍ମ ସାରା ବିଶ୍ୱରେ ୩୪୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛି।
ଚଳଚ୍ଚିତ୍ର ପାଇଁ ବିବେକଙ୍କୁ ପ୍ରଶଂସା:
ଏହି ଫିଲ୍ମରେ ମିଥୁନ ଚକ୍ରବର୍ତ୍ତୀ, ଅନୁପମ ଖେର, ଦର୍ଶନ କୁମାର, ପଲ୍ଲଭୀ ଯୋଶୀ, ଚିନ୍ମୟ ମାଣ୍ଡଲେକର ଏବଂ ଭାଷା ସୁମ୍ବାଲି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଫିଲ୍ମ ଏକ ମାସରୁ ଅଧିକ ଦିନ ଧରି ବକ୍ସ ଅଫିସରେ ରହିଥିଲା। ଏହି ଫିଲ୍ମଟି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ମଧ୍ୟ ପ୍ରଦର୍ଶିତ ହୋଇଥିଲା, ଯେଉଁଠାରେ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମକୁ ବହୁତ ପ୍ରଶଂସା କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664883673.jpg)