vivek agnihotri accused shahrukh khan jawan sunny deol gadar 2
ବିବେକ ଅଗ୍ନିହୋତ୍ରୀଙ୍କ 'ଦ ଭ୍ୟାକ୍ସିନ୍ ୱାର୍' ତାଙ୍କର ପୂର୍ବ ରିଲିଜ୍ 'ଦ କାଶ୍ମୀର ଫାଇଲ୍ସ' ଭଳି ପ୍ରଭାବ ପକେଇ ପାରିଲା ନାହିଁ। ଏହି ଚଳଚ୍ଚିତ୍ରଟି ସେପ୍ଟେମ୍ବର ୨୮ରେ ମୁକ୍ତିଲାଭ କରିଥିଲା, ଯାହାର ବକ୍ସ ଅଫିସ୍ ସଂଗ୍ରହ ଅତ୍ୟନ୍ତ ନୈରାଶ୍ୟଜନକ। ରିପୋର୍ଟ ଅନୁଯାୟୀ, ଦୁଇ ଦିନରେ ଚଳଚ୍ଚିତ୍ରର ସଂଗ୍ରହ ପ୍ରାୟ ୧.୭୦ କୋଟି ଟଙ୍କା ହୋଇଛି। ଏହି ଚଳଚ୍ଚିତ୍ରଟି ଉଦ୍ଘାଟନୀ ଦିନରେ ମାତ୍ର ୮୦ ଲକ୍ଷ ଟଙ୍କା ରୋଜଗାର କରିଥିଲା। ବିବେକ ଅଗ୍ନିହୋତ୍ରୀ ବର୍ତ୍ତମାନ 'ଦ ଭ୍ୟାକ୍ସିନ୍ ୱାର୍' ସଂଗ୍ରହକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ବିବେକ ଅଗ୍ନିହୋତ୍ରୀ ତାଙ୍କ ଚଳଚ୍ଚିତ୍ର 'ଦ ଭ୍ୟାକ୍ସିନ୍ ୱାର୍'ର ଖରାପ ପ୍ରଦର୍ଶନ ହେବାର କାରଣ କହିଛନ୍ତି। ପିଟିଆଇର ଟୁଇଟ୍ ଅନୁଯାୟୀ ନିର୍ଦ୍ଦେଶକ କହିଛନ୍ତି ଯେ “ଯେହେତୁ ଲୋକମାନେ 'ଗଦର ୨' ଏବଂ 'ଜବାନ' ଦେଖିବା ପାଇଁ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି, ତେଣୁ ଆମର ଫିଲ୍ମ ଦେଖିବା ପାଇଁ ସେମାନଙ୍କ ପାଖରେ ଟଙ୍କା ନାହିଁ।”
ବିବେକ ଅଗ୍ନିହୋତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ “ମୁଁ ଶାହରୁଖ ଖାନଙ୍କୁ ଅନୁରୋଧ କରୁଛି ଯେ ସେ ତାଙ୍କ ଚଳଚ୍ଚିତ୍ରରୁ ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ କିଛି ଆଶା କରନ୍ତୁ ନାହିଁ।” ନିର୍ଦ୍ଦେଶକଙ୍କ ଏଭଳି ବିବୃତ୍ତି ପରେ ନେଟିଜେନ୍ସମାନେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି। ଜଣେ ୟୁଜର୍ ଟ୍ୱିଟ୍ କରି କହିଛନ୍ତି, “ଭାରତ କ’ଣ ଏତେ ଗରିବ ହେଇଗଲା କି ୩ଟି ଚଳଚ୍ଚିତ୍ରର ଓଜନ ଉଠେଇ ପାରିବ ନାହିଁ? ଏକ ଖରାପ ଚଳଚ୍ଚିତ୍ର ପାଇଁ ଏହା କେବଳ ଏକ ବାହାନା।”
ଅନ୍ୟ ଜଣେ ବ୍ୟବହାରକାରୀ କହିଛନ୍ତି, “ଟଙ୍କା ଏଣ୍ଟର୍ଟେନ୍ମେଣ୍ଟ ଦେଖିବାକି ନୁହେଁ, ପ୍ରୋପାଗଣ୍ଡା ଦେଖିବା ପାଇଁ ନୁହେଁ”। ସେହିପରି ଆଉ ଜଣେ କହିଛନ୍ତି, “ସତ ହେଉଛି ଭଲ ଚଳଚ୍ଚିତ୍ର ଦେଖିବା ପାଇଁ ଲୋକଙ୍କ ପାଖରେ ଟଙ୍କା ଅଛି, କିନ୍ତୁ 'ଦ କାଶ୍ମୀର ଫାଇଲ୍ସ' ଏବଂ 'ଦ କେରଳ ଷ୍ଟୋରୀ' ପରେ ଲୋକମାନେ ଏତେ ସହନଶୀଳ ଓ ଦୟାଳୁ ନୁହଁନ୍ତି ଯେ ପ୍ରଚାରଧର୍ମୀ ଫିଲ୍ମ ଦେଖିବେ।
ପ୍ରକୃତ କଥା ହେଉଛି, ଶାହରୁଖ ଦର୍ଶକଙ୍କୁ ‘ଜବାନ’ର ଟିକେଟ୍ ଉପରେ ‘ବାଏ ୱାନ୍ ଗେଟ୍ ୱାନ୍’ ଅଫର ଦେଇ 'ଦ ଭ୍ୟାକ୍ସିନ୍ ୱାର୍'କୁ କ୍ଷତି ପଞ୍ଚାଇଛନ୍ତି। ବୁଧବାର କିଙ୍ଗ ଖାନ ଘୋଷଣା କରିଛନ୍ତି ଯେ ଯଦି ଆପଣ ‘ଜବାନ’ର ଗୋଟିଏ ଟିକେଟ୍ କିଣନ୍ତି ତେବେ ଆପଣଙ୍କୁ ଗୋଟିଏ ମାଗଣା ଟିକେଟ’ ମିଳିବ। ଫଳସ୍ୱରୂପ, 'ଜବାନ୍' ଏବେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରୁଛି।
ଫିଲ୍ମ 'ଜବାନ' ରିଲିଜ୍ ହେବାର ୨୩ ଦିନରେ ବି ୫.୨୫ କୋଟି ଟଙ୍କା ରୋଜଗାର କରିଛି। ଏହି ଚଳଚ୍ଚିତ୍ର ଗ୍ଲୋବାଲ୍ ବକ୍ସ ଅଫିସରୁ ୧୦୦୦ କୋଟି ଟଙ୍କା ସଂଗ୍ରହ କରିଥିବାବେଳେ ‘ଗଦର ୨’ ୪୮ ଦିନରେ ୪୫ ଲକ୍ଷ ଟଙ୍କା ରୋଜଗାର କରିଛି।
'ଦ ଭ୍ୟାକ୍ସିନ୍ ୱାର୍' ହେଉଛି ବୈଜ୍ଞାନିକମାନଙ୍କ ଉପରେ ଆଧାରିତ କାହାଣୀ, ଯେଉଁମାନେ ଭାରତର କରୋନା ଟିକା 'କୋଭାକ୍ସିନ୍' ସୃଷ୍ଟି କରିଥିଲେ। ତେବେ ରୋଜଗାର ଦୃଷ୍ଟିରୁ, ଏହି ଚଳଚ୍ଚିତ୍ର 'ଦ କାଶ୍ମୀର ଫାଇଲ୍ସ' ଠାରୁ ଆଗକୁ ଯାଇପାରୁ ନାହିଁ, ଯାହା ୨୦୨୨ ମସିହାରେ ବିଶ୍ୱ ବକ୍ସ ଅଫିସରୁ ୩୪୦ କୋଟି ଟଙ୍କା ଆୟ କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696144741.jpg)