Advertisment

ଅନୁଷ୍କାଙ୍କ ସହିତ ବିରାଟଙ୍କ ଡ୍ୟାନ୍ସ; ଜାଣନ୍ତୁ କ’ଣ ଅଛି ରହସ୍ୟ

ଭାରତୀୟ କ୍ରିକେଟ୍ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଅନେକ ସମୟରେ ପ୍ରଶଂସକମାନଙ୍କୁ ସେମାନଙ୍କର ସୁନ୍ଦର୍ ପୋଷ୍ଟ୍‌ରେ ଖୁସି କରିଦିଅନ୍ତି। ବର୍ତ୍ତମାନ ବିରାଟ କୋହଲି ଓ ଅନୁଷ୍କା ଶର୍ମା ଇଂଲଣ୍ଡରେ ଅଛନ୍ତି। ଅଗଷ୍ଟ ୪ରୁ ଇଂଲଣ୍ଡରେ ଭାରତକୁ ଇନ୍ଲିସ୍ ଟିମ୍ ବିପକ୍ଷରେ ପାଞ୍ଚଟି ଟେଷ୍ଟ ସିରିଜ୍ ଖେଳିବାକୁ ପଡିବ। ତେବେ ଇଂଲଣ୍ଡର ବିଭିନ୍ନ ସ୍ଥାନ ବୁଲୁଥିବା ବେଳେ ବିରାଟ ଏବଂ ଅନୁଷ୍କା ପ୍ରାୟତଃ ସୋସିଆଲ୍ ମିଡିଆ ସେମାନଙ୍କର ଫଟୋ ସେୟାର କରୁଛନ୍ତି।

ଅଦ୍ୟତନ ହୋଇଛି
ଅନୁଷ୍କାଙ୍କ ସହିତ ବିରାଟଙ୍କ ଡ୍ୟାନ୍ସ; ଜାଣନ୍ତୁ କ’ଣ ଅଛି ରହସ୍ୟ

Virat-Anushka

Advertisment

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଅନେକ ସମୟରେ ପ୍ରଶଂସକମାନଙ୍କୁ ସେମାନଙ୍କର ସୁନ୍ଦର୍ ପୋଷ୍ଟ୍‌ରେ ଖୁସି କରିଦିଅନ୍ତି। ବର୍ତ୍ତମାନ ବିରାଟ କୋହଲି ଓ ଅନୁଷ୍କା ଶର୍ମା ଇଂଲଣ୍ଡରେ ଅଛନ୍ତି। ଅଗଷ୍ଟ ୪ରୁ ଇଂଲଣ୍ଡରେ ଭାରତକୁ ଇନ୍ଲିସ୍ ଟିମ୍ ବିପକ୍ଷରେ ପାଞ୍ଚଟି ଟେଷ୍ଟ ସିରିଜ୍ ଖେଳିବାକୁ ପଡିବ। ତେବେ ଇଂଲଣ୍ଡର ବିଭିନ୍ନ ସ୍ଥାନ ବୁଲୁଥିବା ବେଳେ ବିରାଟ ଏବଂ ଅନୁଷ୍କା ପ୍ରାୟତଃ ସୋସିଆଲ୍ ମିଡିଆ ସେମାନଙ୍କର ଫଟୋ ସେୟାର କରୁଛନ୍ତି। କିନ୍ତୁ ନିକଟରେ ବିରାଟ କୋହଲି ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଅନୁଷ୍କା ଶର୍ମାଙ୍କ ସହ ନାଚୁଥିବାର ନଜର ଆସିଛନ୍ତି। ଏହି ଭିଡିଓରେ ଅନୁଷ୍କା ଶର୍ମାଙ୍କ ସୌନ୍ଦର୍ଯ୍ୟ ଦେଖିବା ପରେ ବିରାଟ କୋହଲି ହାରି ଯାଇଛନ୍ତି।

Advertisment

ପ୍ରକୃତରେ ଏହା ଏକ ବିଜ୍ଞାପନ ସୁଟିଂର ଭିଡିଓ, ଯାହା ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି। ବିରାଟ ଏବଂ ଅନୁଷ୍କା ଦୀର୍ଘ ଦିନ ପରେ ଗୋଟିଏ ବିଜ୍ଞାପନରେ ଏକାଠି ଦେଖାଦେଇଛନ୍ତି। ଏହି ବିଜ୍ଞାପନରେ ବିରାଟ କୋହଲି ତାଙ୍କ ବଲିଉଡ ଅଭିନେତ୍ରୀ ପତ୍ନୀଙ୍କ ସୌନ୍ଦର୍ଯ୍ୟରେ ପାଗଳ ହୋଇଯାଉଥିବା ନଜର ଆସିଛନ୍ତି। ଏହା ପରେ ସେ ତାଙ୍କ ପାଇଁ ଗୀତ ଗାଇ ନାଚି ଉଠିଛନ୍ତି।

Advertisment

ଭିଡିଓ ଆରମ୍ଭରେ ଅନୁଷ୍କା ଶର୍ମା ବିରାଟ କୋହଲିଙ୍କୁ ପଚାରିଛନ୍ତି ଯେ “ଏକୁଟିଆ କଣ ଦେଖୁଛ?” ଏହାର ଉତ୍ତରରେ ଭାରତୀୟ ଅଧିନାୟକ କହିଛନ୍ତି ଯେ, “ଗୋଟିଏ ଚାନ୍ଦର ଚମକ ଚେହେରା”। ଏହା ପରେ ଦମ୍ପତି ନାଚିବା ଏବଂ ଗୀତ ଗାଇବା ଆରମ୍ଭ କରନ୍ତି। ଏହି ଭିଡିଓରେ, ଯେଉଁଠାରେ ବିରାଟ କୋହଲି ବ୍ଲାକ୍ ବ୍ଲେଜର ଏବଂ ଧଳା ସାର୍ଟରେ ନଜର ଆସିଛନ୍ତି ସେହି ସମୟରେ ଅନୁଷ୍କା ଗୋଲାପୀ ରଙ୍ଗର ୱାନ୍ ପିସ୍ ଡ୍ରେସ୍‌ରେ ନଜର ଆସୁଛନ୍ତି ଏବଂ ଖୁବ୍ ସୁନ୍ଦର ଲାଗୁଛନ୍ତି।

ବିଶ୍ୱ ଟେଷ୍ଟ୍‌ ଚାମ୍ପିୟନଶିପ୍‌ର ଫାଇନାଲ୍‌ରେ ଖେଳିବା ପରେ ଅଧିନାୟକ ବିରାଟ୍‌ଙ୍କୁ କ୍ରିକେଟ୍‌ରୁ ବହୁ ଆବଶ୍ୟକୀୟ ବିରତି ମିଳିଥିବାରୁ ସେ ଓ ଅନୁଷ୍କା ବର୍ତ୍ତମାନ ବ୍ରିଟେନରେ ଛୁଟି ମନାଉଛନ୍ତି। ବିରାଟ-ଅନୁଷ୍କା ସେମାନଙ୍କ ଏହି ଯାତ୍ରାର ଫଟୋ ସେୟାର କରୁଛନ୍ତି। ସେମାନେ ପରସ୍ପର ଏବଂ ଦଳର ଖେଳାଳିଙ୍କ ସହିତ ମଧ୍ୟ ଖୁବ ଉପଭୋଗ କରୁଛନ୍ତି। କିଛିଦିନ ପୂର୍ବରୁ ଅନୁଷ୍କା ଓ ବିରାଟ ଡରହମ୍‌ରୁ କେ.ଏଲ୍ ରାହୁଲ, ଆଥିଆ ଶେଟ୍ଟୀ, ଇଶାନ୍ତ ଶର୍ମା, ତାଙ୍କ ପତ୍ନୀ ଏବଂ ଉମେଶ ଯାଦବଙ୍କ ସହ ଏକ ଫଟୋ ସୋସିଆଲ୍ ମିଡିଆରେ ସେୟାର କରିଥିଲେ। ଅନୁଷ୍କା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଗ୍ରୁପ୍ ପିକ୍ଚର୍‌ ସେୟାର କରିଥିଲେ, ଯେଉଁଥିରେ ସମସ୍ତେ ସୁନ୍ଦର ଏବଂ ଖୁସି ଦେଖାଯାଉଥିଲେ। ଏହି ଫଟୋରେ ଭାମିକା ମଧ୍ୟ ବିରାଟ ଏବଂ ଅନୁଷ୍କାଙ୍କ ସହ ନଜର ଆସିଥିଲେ।

Advertisment

କିଛି ଦିନ ପୂର୍ବରୁ କୋହଲି ଏବଂ ଅନୁଷ୍କା ନିଜ ଝିଅ ଭାମିକାଙ୍କ ୬ ମାସର ଜନ୍ମଦିନ ପାଳନ କରିଥିଲେ। ନୂତନ ପିତାମାତା ସେମାନଙ୍କ କୁନି ପରୀକୁ ପିକ୍‌ନିକ୍‌ରେ ନେଇ ଯାଇଥିଲେ। ସେହିଦିନ ଅନୁଷ୍କା ମଧ୍ୟ କିଛି ଫଟୋ ସେୟାର କରିଥିଲେ ଏବଂ ଏହା ସମସ୍ତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା ​। ଉଭୟ ବିରାଟ ଓ ଅନୁଷ୍କା ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହୁଥିବ୍ ବେଳେ ସେମାନଙ୍କର ଦୈନନ୍ଦିନ ଜୀବନ ସହ ଜଡିତ ପୋଷ୍ଟ୍‌ଗୁଡିକ ସେୟାର କରନ୍ତି।

Anushka Sharma Virat Kohli Bollywood New Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ