Vikram Vedha and Ponniyin Selvan opening collection details
ମଣି ରତ୍ନମଙ୍କ ଫିଲ୍ମ ତଥା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅଭିନୀତ 'ପୋନ୍ନିୟନ ସେଲ୍ଭନ୍-୧(PS1)' ଏବଂ ପୁଷ୍କର ଗାୟତ୍ରୀଙ୍କ ନିର୍ଦ୍ଦେଶିତ 'ବିକ୍ରମ ବେଧା' ଏକାଠି ଦର୍ଶକଙ୍କ ସାମ୍ନାକୁ ଆସିଛି। ଉଭୟ ଫିଲ୍ମ ୩୦ ସେପ୍ଟେମ୍ବର ଶୁକ୍ରବାର ଏକାଠି ମୁକ୍ତିଲାଭ କରିଛି। ଲକ୍ଷ ଥିଲା 'PS1' ଦକ୍ଷିଣ ଦର୍ଶକଙ୍କୁ ଆକର୍ଷିତ କରିବ ଏବଂ 'ବିକ୍ରମ ବେଧା' ହିନ୍ଦୀ ଦର୍ଶକଙ୍କୁ ଆକର୍ଷିତ କରିବାର ପ୍ରୟାସ କରିବ।
ବର୍ତ୍ତମାନ ସାମ୍ନାକୁ ଏହାର ଫଳାଫଳ ଆସିଛି ଯେ ବ୍ୟବସାୟ କ୍ଷେତ୍ରରେ ରତ୍ନମଙ୍କ ଫିଲ୍ମ 'PS1' ବାଜିମାରି ନେଇଛି। ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଆଗରେ ଫିକା ପଡିଛନ୍ତି ହ୍ରିତିକ ରୋଶନ। ଏହି ମଲ୍ଟି ଷ୍ଟାରର ଫିଲ୍ମ ଅଗ୍ରୀମ ବୁକିଂରେ ଏକ ରେକର୍ଡ ହାସଲ କରିଛି। ଦର୍ଶକଙ୍କ ମଧ୍ୟରେ ଏହାକୁ ନେଇ ଯେଉଁ କ୍ରେଜ୍ ଥିଲା, ଏହାର ପ୍ରଭାବ ଆରମ୍ଭରୁ ହିଁ ଜଣାପଡି ଯାଇଛି। ଅନ୍ୟପକ୍ଷରେ ହ୍ରିତିକ ରୋଶନ ଏବଂ ସୈଫ୍ ଅଲି ଖାନଙ୍କ 'ବିକ୍ରମ ବେଧା' ଅଗ୍ରୀମ ବୁକିଂ କ୍ଷେତ୍ରରେ ଅଧିକ ଲାଭ ପାଇନାହିଁ। ପ୍ରଥମ ଦିନର ରୋଜଗାରରେ ମଧ୍ୟ ଏହା 'PS1'ର ପଛରେ ରହିଛି।
ଫିଲ୍ମ ବିଶ୍ଳେଷକଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, 'PS1' ଓପେନିଙ୍ଗ୍ ମାମଲାରେ ତୃତୀୟ ସର୍ବୋଚ୍ଚ ତାମିଲ ଫିଲ୍ମ ହୋଇପାରିଛି। ସୂଚନା ଅନୁଯାୟୀ, ତାମିଲନାଡୁରେ 'PS1' ପ୍ରଥମ ଦିନରେ ୨୫.୮୬ କୋଟି ଟଙ୍କା ରୋଜଗାର କରିଛି। ଏହାପୂର୍ବରୁ 'ଭଲିମଇ' ୩୬.୧୭ ଟଙ୍କା ଏବଂ 'ବିଷ୍ଟ' ୨୬.୪୦ କୋଟି ଟଙ୍କା ଓପେନିଙ୍ଗ୍ ରୋଜଗାର କରିଥିଲା। ଫିଲ୍ମ ରିଲିଜ୍ ପୂର୍ବରୁ ଏହାକୁ ମଧ୍ୟ ଭଲ ରେସ୍ପନ୍ସ ମିଳିଥିଲା, ଯାହା ଫିଲ୍ମର ପ୍ରଥମ ଦିନର ରୋଜଗାର ଉପରେ ପ୍ରଭାବ ପକାଇଛି। କୁହାଯାଉଛି ଯେ ଫିଲ୍ମର ହିନ୍ଦୀ ସଂସ୍କରଣ ପ୍ରାୟ ଦେଢରୁ ଦୁଇ କୋଟି ଟଙ୍କା ରୋଜଗାର କରିଛି।
'ବିକ୍ରମ ବେଧା'ର ମନ୍ଥର ଆରମ୍ଭ:
ତାମିଲ ଫିଲ୍ମ 'ବିକ୍ରମ ବେଧା'ର ହିନ୍ଦୀ ସଂସ୍କରଣ ଆଶା କରାଯାଉଥିବା ଠାରୁ କମ୍ ରୋଜଗାର କରିଛି। ବାଣିଜ୍ୟ ବିଶ୍ଳେଷକଙ୍କ ଅନୁଯାୟୀ, ଫିଲ୍ମର ପ୍ରଥମ ଦିନର ଆୟ ୧୧ ରୁ ୧୨ କୋଟି ଟଙ୍କା ହୋଇଛି। ଫିଲ୍ମର ପ୍ରଥମ ସଂସ୍କରଣ ହିଟ୍ ହୋଇଥିବାରୁ ଏହି ଫିଲ୍ମ ଧୀରେ ଧୀରେ ଦର୍ଶକଙ୍କ ଉପରେ ପ୍ରଭାବ ପକେଇବ ବୋଲି ବିଶ୍ୱାସ କରାଯାଉଛି। ଫିଲ୍ମର ମୂଳ ସଂସ୍କରଣରେ ବିଜୟ ସେତୁପତୀ ଓ ଆର୍. ମାଧବନଙ୍କ ଯୋଡି ଖୁବ ଦମଦାର ଥିଲା। ବର୍ତ୍ତମାନ 'ବିକ୍ରମ ବେଧା'କୁ ନେଇ ଦର୍ଶକଙ୍କ ମିଶ୍ରିତ ପ୍ରତିକ୍ରିୟା ରହିଛି।
ତେବେ ଉଭୟ 'PS1' ଏବଂ 'ବିକ୍ରମ ବେଧା'ରୁ ଆଶା ଅଧିକ ଥିଲା କିନ୍ତୁ ଉଭୟ ଫିଲ୍ମ ପାଇଁ ଦର୍ଶକଙ୍କ ପ୍ରାରମ୍ଭିକ ପ୍ରତିକ୍ରିୟା ହାରାହାରି ରହିଛି। ଆଗାମୀ ଦିନରେ ଏହି ଦୁଇ ଫିଲ୍ମ ମଧ୍ୟରୁ କିଏ ବକ୍ସ ଅଫିସରେ ଭଲ ରୋଜଗାର କରିବ ତାହା ଆଗାମୀ ଦିନରେ ହିଁ ଜଣାପଡିବ। ସପ୍ତାହକ ମଧ୍ୟରେ ଉଭୟ ଫିଲ୍ମର ରୋଜଗାରରେ ଉନ୍ନତି ହେବ ବୋଲି ବିଶ୍ୱାସ କରାଯାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664623520.jpg)